ଏମିତି ଲୋକଙ୍କ ସହ ରହିଲେ ବ୍ୟର୍ଥ ହୋଇଥାଏ ସମୟ, ମନରେ ବସା ବାନ୍ଧିଥାଏ ନକରାତ୍ମକ ବିଚାର

ଚତୁର ରଣନୀତିକାର ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିକୁ ନେଇ ସାରା ଦୁନିଆରେ ପ୍ରସିଦ୍ଧ । ଚାଣକ୍ୟ ଜୀ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା । ଏଥିପାଇଁ ସେ ଏକ ନୀତି ଶାସ୍ତ୍ରର ରଚନା କରିଥିଲେ ।

ଯାହା ଜରିଆରେ ସେ ଦୁନିଆକୁ ମାର୍ଗ ଦର୍ଶନ କରିଥିଲେ । ବର୍ତ୍ତମାନ ସମୟରେ ଚାଣକ୍ୟଜୀଙ୍କ ନୀତିର ବହୁତ ପ୍ରାସଙ୍ଗିକତା ରହିଛି । କୁହାଯାଏ ଯେଉଁ ବ୍ୟକ୍ତି ଚାଣକ୍ୟଙ୍କ ନୀତିର ଅନୁସରଣ କରେ ତାଙ୍କୁ ଜୀବନରେ କେବେ ଅସଫଳତା ହେବାକୁ ପଡେ ନାହିଁ । ଆଜି ଆମେ ଚାଣକ୍ୟଙ୍କ ଏପରି କିଛି କଥା କହିବୁ ଯାହାଙ୍କୁ ଚାଣକ୍ୟ ସାଙ୍ଗରେ ନ ରଖିବାକୁ କହିଛନ୍ତି । ନଚେତ୍‌ ସମୟ ବରବାଦ ହେବା ସହ ମନରେ ବସା ବାନ୍ଧିଥାଏ ଯେତେ ସବୁ ନକରାତ୍ମକ ଚିନ୍ତାଧାରା ।

ଚାଣକ୍ୟ କହିଛନ୍ତି ଯେ କେବେ ବି ମୂର୍ଖ ଶିଷ୍ୟକୁ ଉପଦେଶ ଦେବେ ନାହିଁ । ଏହାଛଡ଼ା ଚରିତ୍ରହୀନ ସ୍ତ୍ରୀ ର ପାଳନ ପୋଷଣ କରିବା କିମ୍ବା ଦୁଃଖୀ ବ୍ୟକ୍ତିଙ୍କ ସହ ରହିବା ଦ୍ୱାରା ଆପଣ ସର୍ବଦା କଷ୍ଟରେ ରହିବେ ।

ଚାଣକ୍ୟ କହିଛନ୍ତି ଏପରି ଲୋକଙ୍କ ଠାରୁ ସର୍ବଦା ଦୂରରେ ରହିବା ଉଚିତ୍‌ ଯେଉଁମାନେ ସର୍ବଦା ଦୁଃଖରେ ଓ ନିରାଶରେ ସମୟ କାଟିଥାନ୍ତି । ଏହି ଲୋକମାନେ ନକରାତ୍ମକ ଶକ୍ତିରେ ଭରପୁର ରହିଥାନ୍ତି । ଏମାନଙ୍କ ସହ ରହିଲେ ଆପଣଙ୍କୁ ଆଗକୁ ବଢ଼ିବା ପାଇଁ ରୋକିଥାଏ । ଜୀବନରେ ସଫଳତା ପାଇବା ପାଇଁ ହେଲେ ଏପରି ଲୋକଙ୍କ ସହ ମିଶନ୍ତୁ ଯେଉଁମାନେ ଉତ୍ସାହ ଓ ସକରାତ୍ମକ ବିଚାରରେ ଭରପୁର ରହିଥାନ୍ତି ।

ଏହାଛଡ଼ା ଯେଉଁ ଲୋକ ଦୁଷ୍ଟ ସ୍ୱଭାବର କିମ୍ବା ଯିଏ ଅଯଥାରେ ଲୋକଙ୍କୁ ହାନୀ ପହଞ୍ଚାଇଥାଏ, ସେମାନଙ୍କ ଠାରୁ ମଧ୍ୟ ଦୂରରେ ରହିବା ଉଚିତ୍‌ । ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ଏହି ସ୍ୱଭାବର ବ୍ୟକ୍ତିଙ୍କ ସହ ବନ୍ଧୁତା କରିବା ଭାରି ପଡ଼ିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.