ବସ୍ତୁ ଟିପ୍ସ: ସନ୍ତାନ ପ୍ରାପ୍ତି ପାଇଁ ଘରେ ଲଗାନ୍ତୁ ଏହି ପ୍ରକାର ଫଟୋ, ଜୀବନରେ ଆସିଯିବ ଖୁସି

ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ଘର ସଜେଇବାକୁ ଭଲ ଲାଗିଥାଏ। ବାସ୍ତୁ ଅନୁସାରେ, କିଛି ଫଟୋ ଲଗାଇବା ଦ୍ୱାରା ଘରେ ପଜିଟିଭ ଏନର୍ଜି ବାସ କରିଥାଏ। ଆଉ କିଛି ଫଟୋ ନେଗେଟିଭ ଶକ୍ତି ସଞ୍ଚାର କରିଥାଏ। ଆଜି ଆମେ ଆପଣଙ୍କୁ ଫଟୋ ସହ ଜଡ଼ିତ କିଛି ଖାସ କଥା କହିବାକୁ ଯାଉଛୁ।

୧. ସନ୍ତାନ ପ୍ରାପ୍ତି ପାଇଁ: ଯେଉଁ ଲୋକଙ୍କର ପିଲାଛୁଆ ହେଉ ନାହାନ୍ତି, ସେମାନେ ନିଜ ଘରେ ପଦ୍ମ ଫୁଲର ଫଟୋ ଲଗାଇବା ଉଚିତ। ଏଥି ସହିତ ଶୋଇବା ଘରେ ଗାଈ ଓ ତା’ ବାଛୁରୀ ଫଟୋ ଲଗାଇବା ଉଚିତ।

୨. ଭଲ ଭାଗ୍ୟ ପାଇଁ: କଠିନ ପରିଶ୍ରମ ପରେ ବି ଯଦି ଆପଣଙ୍କୁ ଭଲ ଫଳ ମିଳୁନାହିଁ, ତା’ହେଲେ ଘରର ମୁଖ୍ୟଦ୍ୱାର କିମ୍ବା ଡ୍ରଇଂ ରୁମରେ ଫୁଲ କିମ୍ବା ପାଣିର ଫଟୋ ଲଗାଇବା ଉଚିତ। ଏଥିରେ ଆପଣଙ୍କ ଭାଗ୍ୟ ଉଦୟ ହେବ।

୩. ଆର୍ଥିକ ସମସ୍ୟା ଦୂର ପାଇଁ: ଯଦି ଆପଣ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି, ତା’ହେଲେ ନିଜ ଠାକୁର ଘରେ ମା’ ଲକ୍ଷ୍ମୀ ବସିଥିବାର ଫଟୋ ଲଗାଇବା ଉଚିତ।

୪. ଭଲ ସ୍ୱାସ୍ଥ୍ୟ ଏବଂ ବ୍ୟବସାୟ ପାଇଁ: ଯଦି ଆପଣ କିମ୍ବା ଘରର କେହି ସଦସ୍ୟ ସବୁବେଳେ ରୋଗାକ୍ରାନ୍ତ ରହୁଛନ୍ତି, ତେବେ ଘରେ ସୂର୍ଯ୍ୟୋଦୟର ଫଟୋ ଲଗାନ୍ତୁ। ଏହାଦ୍ୱାରା ଚାରିପାଖରେ ସକାରାତ୍ମକ ଶକ୍ତି ଉତ୍ପନ୍ନ ହେବ। ସ୍ୱାସ୍ଥ୍ୟ ଭଲ ରହିବ ଏବଂ କାରବାରରେ ମଧ୍ୟ ଉନ୍ନତି ଘଟିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.