ଶାକାହାରୀ ଭୋଜନ କରନ୍ତୁ, ‘ପରିସ୍ରା ସଂକ୍ରମଣ’ ପରି ଜଟିଳ ସମସ୍ୟା ଠାରୁ ଦୂରେଇ ରୁହନ୍ତୁ

ପରିସ୍ରା ସଂକ୍ରମଣ ବା ୟୁରିନାରୀ ଟ୍ରାକ ଇନଫେକ୍ସନ ପ୍ରକୃତରେ ଏକ ବ୍ୟାକ୍ଟେରିଆ ସଂକ୍ରମଣ ଜନିତ ରୋଗ । ମହିଳା ମାନଙ୍କ ଠାରେ ଏହି ସମସ୍ୟା ପୁରୁଷ ମାନଙ୍କ ତୁଳନାରେ ଅଧିକ ହୋଇଥାଏ । ଏହି ସମସ୍ୟାକୁ ଜମା ବି ହେୟ ଜ୍ଞାନ କରିବା ଉଚିତ ନୁହେଁ । କାରଣ ସଂକ୍ରମଣ ଧୀରେ ଧୀରେ କିଡ୍ନୀ ପର୍ଯ୍ୟନ୍ତ ବି ବ୍ୟାପି ଯାଇପାରେ । କିନ୍ତୁ ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାଯାଇଛି ଯେ ମାଂସାହାରୀ ଅପେକ୍ଷା ଶାକାହାରୀ ଭୋଜନ କଲେ ଏହି ସମସ୍ୟାରୁ ଲାଭ ମିଳିପାରିବ ।

କେବଳ ପରିସ୍ରା ସଂକ୍ରମଣ ନୁହେଁ ଶାକାହାରୀ ଭୋଜନ ମହିଳାଙ୍କ ଠାରେ ହୃଦ ଘାତର ସମସ୍ୟାକୁ ମଧ୍ୟ କମାଇ ଦେଇପାରେ ।
ଭୋଜନ ସହ ତେଲ ଉପରେ ଧ୍ୟାନ ଦେବା ଉଚିତ । ଉଚିତ ତେଲର ବ୍ୟବହାର ହିଁ ଆମକୁ ଏକ ସୁସ୍ଥ ଜୀବନ ଦେଇପାରିବ ।

urinary

ମେଡ଼ିଟେରିଆନ ଡ଼ାଏଟ :

ଏହି ଡ଼ାଏଟକୁ ମାଂସାହାରୀ ଲୋକ ମାନେ ବି ଅତି ସହଜରେ ଆପଣେଇ ପାରିବେ । ଅବଶ୍ୟ ଏହା ସମ୍ପର୍ଣ ନିରାମିଷ ନୁହେଁ । ଏଥିରେ ଚିକେନ ଓ ଅଣ୍ଡା ବି ସାମିଲ ଥାଏ । କିନ୍ତୁ ଏହାକୁ ଖୁବ କମ ପରିମାଣରେ ଖିଆ ଯାଇଥାଏ ।

ମାଂସ:

ୟୁଟିଆଇରୁ ରକ୍ଷା ପାଇବା ପାଇଁ ମାଂସର ସେବନ ସମ୍ପୂର୍ଣ ରୂପେ ବନ୍ଦ କରିବା ଆବଶ୍ୟକ । ମାଂସ ଶରୀରକୁ ଗରମ କରିଥାଏ । ଫଳରେ ମହିଳା ମାନେ ସଂକ୍ରମଣର ଶିକାର ହୋଇଥାନ୍ତି ।

fiber

ହାଇ ଫାଇବର ଡ଼ାଏଟ :

ୟୁଟିଆଇ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଯଥା ସମ୍ଭବ ଫାଇବର ଯୁକ୍ତ ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ । ଏହି ଖାଦ୍ୟରେ ସାମିଲ ଅଛି ସବୁଜ ପନିପରିବା, ବ୍ରାଉନ ବ୍ରେଡ, ଗହମ ଅଟା, ମଟର ଇତ୍ୟାଦି । ହାଇ ଫାଇବର ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କ ଶରୀରର ଭିତର ଭାଗ ଭଲ ଭାବେ ପରିସ୍କାର ହୋଇଯାଇଥାଏ । ତେଣୁ ଇନଫେକ୍ସନ ହେବାର ସମ୍ଭାବନା କମ ଥାଏ ।

ସଫାସୁତରା ରହିବା :

ୟୁଟିଆଇ ସଂକ୍ରମଣରୁ ବର୍ତ୍ତିବା ପାଇଁ ସଠିକ ଖାଦ୍ୟ ସହ ସଫାସୁତରା ଉପରେ ବି ବିଶେଷ ଧ୍ୟାନ ଦେବା ଉଚିତ । ବିଶେଷ ଭାବେ ଋତୁସ୍ରାବ ସମୟରେ ପରିସ୍କାର ପରିଚ୍ଛନ ପ୍ରତି ନିହାତି ସାବଧାନ ହେବା ଆବଶ୍ୟକ । ପ୍ରତି ୪ରୁ ୫ ଘଣ୍ଟା ଅନ୍ତରାଳରେ ନିଜ ପ୍ୟାଡ଼ ବଦଳେଇଦେବା ଦରକାର । ପିରିୟ୍ଡ଼ସ ସମୟରେ କେତେକ ମେଡିକେଟେଡ଼ ଲୋସନ ସହ ନିଜ ପ୍ରାଇଭେଟ ପାର୍ଟକୁ ସଫା କରିବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.