Below header

ଏହି ଦେଶରେ ୧୦ ହଜାର ଲୋକ ମାଗିଲେ ଇଚ୍ଛାମୃତ୍ୟୁ, ଗବେଷଣାରୁ ଆସିଲା ଆଶ୍ଚର୍ଯ୍ୟ କଲାଭଳି ତଥ୍ୟ

ଲମ୍ବା ଜୀବନ ଜିଇଁବାର ଇଚ୍ଛା ସମସ୍ତଙ୍କୁ ହୋଇଥାଏ କିନ୍ତୁ ଦୁନିଆରେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଅତି ଗମ୍ଭୀର ରୋଗରେ ପୀଡିତ ଅଥବା ଅନ୍ୟ କୌଣସି କାରଣରୁ ସରକାରଙ୍କୁ ଇଚ୍ଛାମୃତ୍ୟୁ ମାଗିଛନ୍ତି । ଯଦିଓ ଏମାନଙ୍କ ସଂଖ୍ୟା ଖୁବ କମ ରହିଥାଏ କିନ୍ତୁ ଦୁନିଆରେ ଏକ ଏପରି ଦେଶ ରହିଛି ଯେଉଁଠି ଜଣେ କିମ୍ବା ଦୁଇଜଣ ନୁହେଁ ବରଂ ୧୦,୧୫୬ ଜଣ ଲୋକ ଈଛାମୃତ୍ୟୁ ମାଗିଛନ୍ତି । ତେବେ ଏହି ସମସ୍ତ ଲୋକଙ୍କ ବୟସ ୫୫ ବର୍ଷରୁ ଅଧିକ । ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ।

नीदरलैंड की संसद

ସୂଚନା ଅନୁଯାୟୀ ଏହି ଦେଶର ନାମ ହେଉଛି ନେଦରଲ୍ୟାଣ୍ଡ । ଗତ ଶୁକ୍ରବାର ସଂସଦରେ ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ ନେଦରଲ୍ୟାଣ୍ଡରେ ଇଚ୍ଛାମୃତ୍ୟୁ ମାଗିଥିବା ଲୋକଙ୍କ ସଂଖ୍ୟା ଦେଶର ଜନସଂଖ୍ୟାର ୧୮ ପ୍ରତିଶତ ଅଟେ । ଯଦିଓ ଏହି ଲୋକମାନେ ଅତି ଗମ୍ଭୀର ରୋଗରେ ପୀଡିତ ଏବଂ ସେମାନେ ନିଜ ଜୀବନକୁ ନିଜେ ଶେଷ କରିବାକୁ ଚାଁହାନ୍ତି ।

प्रतीकात्मक तस्वीर

The Van Wijgarden କମିଶନ ପକ୍ଷରୁ ଇଚ୍ଛାମୃତ୍ୟୁର ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ ସରକାର ଓ ସମାଜ ପାଇଁ ଏହା ଏକ ପ୍ରମୁଖ ସାମାଜିକ ସମସ୍ୟା ଅଟେ । ଏହା ଉପରେ ତୁରନ୍ତ କିଛି ପଦକ୍ଷେପ ନେବା ଆବଶ୍ୟକ । ସରକାର ଇଚ୍ଛାମୃତ୍ୟୁ ମାଗିଥିବା ଲୋକଙ୍କୁ ସାହାଯ୍ୟ କରିବା ସହିତ ସେମାନଙ୍କୁ ବଂଚିବା ପାଇଁ ପ୍ରେରିତ କରିବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଛନ୍ତି ।

प्रतीकात्मक तस्वीर

ସୂଚନା ଅନୁଯାୟୀ ଇଚ୍ଛାମୃତ୍ୟୁକୁ ବ୍ୟାନ କରିଥିବା ପ୍ରଥମ ଦେଶ ହେଉଛି ନେଦରଲ୍ୟାଣ୍ଡ । ରିପୋର୍ଟ ଅନୁଯାୟୀ ୨୦୦୧ ମସିହାରେ ଦେଶରେ ବଡସଂଖ୍ୟାର ଲୋକେ ଈଛାମୃତ୍ୟୁ ମାଗିଥିଲେ । ତେବେ ଦିନକୁ ଦିନ ଏହା ବଢିବା କାରଣରୁ ସରକାର ଏହା ଉପରେ ପ୍ରତିବନ୍ଧକ ଲଗାଇ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.