ଚାଲିବା ବେଳେ ଆଦୌ କରନ୍ତୁନି ଏସବୁ ଭୁଲ, ଜାଣନ୍ତୁ କେଉଁ ବୟସର ବ୍ୟକ୍ତି କେତେ ଚାଲିବା ଉଚିତ

ଚାଲିବା ଶରୀର ପାଇଁ ଅତି ଉତ୍ତମ ହୋଇଥାଏ। ଏକ୍ସପର୍ଟଙ୍କ ମୁତାବକ, ଦିନରେ ୩୦ ମିନିଟ୍‌ ଚାଲିବା ଦ୍ୱାରା ଅନେକ ଗମ୍ଭୀର ରୋଗର ଆଶଙ୍କା କମିଯାଏ। ଚାଲିବା ଦ୍ୱାରା ହୃଦ୍‌ରୋଗ, ଡାଇବେଟିସ୍‌, ଅଷ୍ଟିଓପୋରୋସିସ୍‌ ଓ କ୍ୟାନ୍‌ସର ଭଳି ରୋଗର ଆଶଙ୍କା କମ୍‌ ରହେ। ମାତ୍ର କିଛି ଲୋକ ଚାଲୁଥିଲେ ମଧ୍ୟ ସେମାନଙ୍କ ଚାଲିବା ଶୈଳୀ ଠିକ୍‌ ନଥାଏ। ଏଣୁ ତାଙ୍କର ଲାଭ ହେବା ପରିବର୍ତ୍ତେ କ୍ଷତି ହୋଇଥାଏ। ତେବେ ଆଜି ଆସନ୍ତୁ ଜାଣିବା ଚାଲିବାର ଠିକ୍‌ ଶୈଳୀ ଓ କେଉଁ ବୟସର ଲୋକ କେତେ ଚାଲିବା ଉଚିତ୍‌…

ଚାଲିବା ସମୟରେ ସବୁବେଳେ ପିଠିକୁ ସିଧା ରଖି ଚାଲନ୍ତୁ। ଅଧିକାଂଶ ଲୋକ ପିଠିକୁ ନୁଆଁଇ ଚାଲିଥାନ୍ତି। ଏହା ସମ୍ପୂର୍ଣ୍ଣ ଭୁଲ। ଏଭଳି ଚାଲିବା ଦ୍ୱାରା ପିଠିରେ ପୀଡ଼ା ବଢ଼ିଯାଏ। ଏଣୁ ସବୁବେଳେ ସିଧା ଚାଲନ୍ତୁ। ଚାଲିବା ବେଳେ ହାତକୁ ଖୋଲା ଛାଡ଼ିଦିଅନ୍ତୁ। ଏହା ଦ୍ୱାରା ପୂରା ଲାଭ ମିଳିବ।

ଏବେ ଆସନ୍ତୁ ଜାଣିବା କେଉଁ ବୟସର ଲୋକ କେତେ ଚାଲିବା ଉଚିତ୍:

  • ଏକ୍ସପର୍ଟଙ୍କ କହିବା ମୁତାବକ, ୫ରୁ ୧୮ ବର୍ଷ ବୟସର ପୁଅଙ୍କୁ ୧୬ ହଜାର ପାଦ ଚାଲିବା ଉଚିତ୍‌। ସେହିପରି ଏହି ବୟସର ଝିଅଙ୍କୁ ୧୩ ହଜାର ପାଦ ଚାଲିବା ଆବଶ୍ୟକ।
  • ୧୯ରୁ ୪୦ ବର୍ଷର ପୁରୁଷ ଓ ମହିଳାଙ୍କୁ ପ୍ରତିଦିନ ୧୩ ହଜାରରୁ ଅଧିକ ପାଦ ଚାଲିବା ଉଚିତ୍‌।
  • ୪୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ପ୍ରତିଦିନ କମ୍‌ ସେ କମ୍‌ ୧୨ ହଜାର ପାଦ ଚାଲିବା ଉଚିତ୍‌।
  • ୫୦ ବର୍ଷରୁ ବଡ଼ ବ୍ୟକ୍ତିଙ୍କୁ ପ୍ରତିଦିନ ୧୦ ହଜାର ପାଦ ଚାଲିବା ଆବଶ୍ୟକ।
  • ସେହିପରି ୬୦ ବର୍ଷରୁ ବଡ଼ ବୟସର ଲୋକଙ୍କୁ ନିୟମିତ ୭ ହଜାର ପାଦ ଚାଲିବା ଉଚିତ।

କିନ୍ତୁ ଧ୍ୟାନ ରଖିବେ ଏହି ସମୟରେ ଯଦି ହାଲିଆ ଲାଗୁଛି କିମ୍ବା ଅନ୍ୟ ସମସ୍ୟା ଦେଖାଦେଉଛି ତେବେ ବିଶ୍ରାମ ନିଅନ୍ତୁ।

You might also like