ମାସିକ ଧର୍ମ ବେଳେ ହେଉଥିବା ପେଟ ପୀଡ଼ାରୁ ମୁକ୍ତି ଦେବାରେ ସାହାଯ୍ୟ କରେ ମାତ୍ର କପେ ଚା’

ମାସିକ ଧର୍ମ ବା ପିରିୟଡ୍‌ସ ପ୍ରତ୍ୟେକ ମହିଳାଙ୍କ ପାଇଁ ଏକ କଷ୍ଟଦାୟକ ସମୟ ହୋଇଥାଏ। ଏହି ସମୟରେ ତଳି ପେଟ, ଅଣ୍ଟା, ଜଙ୍ଘ ଆଦିରେ ପ୍ରବଳ ପୀଡ଼ା ଅନୁଭବ ହୁଏ। କୌଣସି କାମ କରିବାକୁ ମନ ହୁଏ ନାହିଁ। ପ୍ରାୟ ମହିଳା ଏହି ସମୟରେ ଚିଡ଼ଚିଡ଼ ହେଉଥିବା ଦେଖିବାକୁ ମିଳେ। କିନ୍ତୁ ମାସିକ ଧର୍ମ ନ ହେଲେ ବା ଅନିୟମିତ ହେଲେ ବି ଶରୀରରେ ଯାବତୀୟ ସମସ୍ୟା ଦେଖାଯାଏ। ପିରିୟଡ୍‌ସ ବେଳେ କିଛି ମହିଳାଙ୍କୁ କମ୍‌ କଷ୍ଟ ହେଉଥିବା ବେଳେ ଆଉ କିଛିଙ୍କୁ ଅସହ୍ୟ ଯନ୍ତ୍ରଣା ହୋଇଥାଏ। ଏଣୁ କାମ ଦାମ ସବୁ ଡିଷ୍ଟର୍ବ ହୋଇଯାଏ ଓ ପୁଣି ଥରେ ସ୍ୱାଭାବିକ ହେବାକୁ ୩ରୁ ୪ ଦିନ ସମୟ ଲାଗିଥାଏ।

ପିରିୟଡ୍‌ସରେ ହେଉଥିବା ପୀଡ଼ା ବା କ୍ରାମ୍ପସ୍‌କୁ କମ୍‌ କରିବା ପାଇଁ ଅଧିକାଂଶ ଯୁବତୀ ଓ ମହିଳା ଏହି ସମୟରେ ପେନ୍‌କିଲର ସେବନ କରିଥାନ୍ତି। ଏହି ମେଡିସିନ୍‌ ମାତ୍ର କିଛି ସମୟ ପାଇଁ ଶରୀରକୁ ଆରାମ ଦେଉଥିବା ବେଳେ ଶରୀରରେ ଅନେକ ପାର୍ଶ୍ୱପ୍ରତିକ୍ରିୟା ଦେଖାଦିଏ। ଏଣୁ ମେଡିସିନ୍‌ ଖାଇବା ଅପେକ୍ଷା କେତେକ ଘରୋଇ ଉପଚାର ଆପଣାଇବା ଅଧିକ ଲାଭଦାୟକ ହୋଇଥାଏ। ମାସିକ ଧର୍ମ ବେଳେ ହେଉଥିବା ପେଟ ପୀଡ଼ା ଦୂର କରିବାର ସବୁଠାରୁ ସହଜ ଉପାୟ ହେଉଛି ଚା’।

ମାସିକ ଧର୍ମ ବେଳେ ପେଟରେ ଜ୍ୱଳନ ହୁଏ ଫଳରେ ପ୍ରବଳ ପୀଡ଼ା ହୋଇଥାଏ। ଏଭଳି ସ୍ଥିତିରେ କିଛି ଏମିତି ଜିନିଷ ସେବନ କରିବା ଉଚିତ ଯାହା ଦ୍ୱାରା ଜ୍ୱଳନ କମ୍‌ ହେବ। ଏହି ସମୟରେ କ୍ଷୀର ଚା’ କିମ୍ବା ହର୍ବାଲ ଟି ପିଇବା ଲାଭଦାୟକ ହୋଇଥାଏ। ଗରମ ଗରମ ଚା’ ପିଇବା ଦ୍ୱାରା ପେଟର ମାଂସପେଶୀ ରିଲାକ୍ସ ହୋଇଥାଏ, ଫଳରେ କଷ୍ଟ କମ୍‌ ହୁଏ।

 

ଆପଣ ଚାହିଁଲେ ଏହି ସମୟରେ ହଟ୍‌ ଓ୍ଵାଟର ବ୍ୟାଗ୍‌କୁ ମଧ୍ୟ ପେଟ ଉପରେ ରଖିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.