ମାତ୍ର ଗୋଟେ ଚାମଚ ଜୁଆଣିରେ ଆପଣ କମେଇ ପାରିବେ ନିଜ ଓଜନ, ଦରକାର ପଡ଼ିବନି ଡାଏଟିଙ୍ଗ

ଓଜନ କମାଇବା କଥା ଉଠିଲେ ସବୁଠୁ ଆଗ ମୁଣ୍ଡକୁ ଡାଏଟିଙ୍ଗ କିମ୍ବା ଏକ୍ସରସାଇଜ କଥା ଆସିଥାଏ । ଅତ୍ୟଧିକ ଚର୍ବି ଜମିଲେ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ବିଗିଡ଼ିବା ସହ ଶୀଘ୍ର ଶରୀରକୁ ରୋଗ ଧରିଥାଏ । ସମସ୍ତଙ୍କ ପକ୍ଷରେ ଡାଏଟିଙ୍ଗ କିମ୍ବା ଏକ୍ସରସାଇଜ କରିବା ସମ୍ଭବ ନୁହେଁ । କିନ୍ତୁ ଅତି ସାମାନ୍ୟ ଘରୋଇ ଉପାୟରେ ଆପଣ ନିଜ ଓଜନ କମାଇବା ସହ ନିଜକୁ ସୁସ୍ଥ ରଖିପାରିବେ । ଆଉ ଏଥିପାଇଁ ବେଶୀ କିଛି ନୁହେଁ ମାତ୍ର ଗୋଟେ ଚାମଚ ଜୁଆଣି ଦରକାର ।

ଗୋଟେ ଚାମଚ ଜୁଆଣିକୁ ଗୋଟେ ଗ୍ଲାସ ପାଣିରେ ରାତି ସାରା ବତୁରାଈ ଦିଅନ୍ତୁ । ସକାଳୁ ଏହାକୁ ଛାଣି ପିଇ ଦିଅନ୍ତୁ । ଖାଲି ପେଟରେ ପିଇବାକୁ ଚେଷ୍ଟା କରନ୍ତୁ । ଯଦି ଚାହିଁବେ ତେବେ ଏଥିରେ ଗୋଟେ ଚାମଚ ମହୁ ମିଶେଇ ପାରିବେ । ମାସେ ଲଗାତାର ଏହାକୁ ପିଇବା ପରେ ଫରକ ନିଜେ ଅନୁଭବ କରିପାରିବେ । ଏହା ସହ ନିଯମିତ ଯୋଗ କରିବା ସହ ନିଜ ଖାଦ୍ୟପେୟ ଉପରେ ବି ନିୟନ୍ତ୍ରଣ ରଖିବେ ।

ajwain two
image credit: Spiceography

ଜୁଆଣି ପାଣି ପିଇବାର ଅନ୍ୟ ସବୁ ଫାଇଦା:

– ଡାଏବେଟିସ ହେବାର ସମ୍ଭାବନା ଯଥେଷ୍ଟ କମିବ

– ହୃଦରୋଗ ହେବାର ଆଶଙ୍କା ବି କମିବ

– ଦାନ୍ତ ଦରଜ କମିବା ସହ ମୁହଁରୁ ଦୁର୍ଗନ୍ଧ ବାହାରିବ ନାହିଁ

– ପେଟ ବୀମାରୀ ଦୂର ହେବ । କୋଷ୍ଠ କାଠିନ୍ୟ ହେବ ନାହିଁ

– ଥଣ୍ଡା, ସର୍ଦ୍ଦିରୁ ମଧ୍ୟ ମୁକ୍ତି ଦେବ

– ଆଜ୍ମା ରୋଗୀଙ୍କ ପାଇଁ ଏହା ବରଦାନ ସଦୃଶ

– ମୁଣ୍ଡ ବିନ୍ଧା, ମାଇଗ୍ରେନ ସମସ୍ୟା ଭୋଗୁଥିବା ଲୋକେ ବି ସକାଳ, ସନ୍ଧ୍ୟାରେ ଗୋଟେ କପ ଜୁଆଣି ପାଣି ପିଇପାରିବେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.