ଭୁବନେଶ୍ବର ୧୦ଟି ଘରୋଇ ଓ ୧୨ଟି ସରକାରୀ ଡାକ୍ତରଖାନାରେ ଦିଆଯିବ ଦ୍ବିତୀୟ ପର୍ଯ୍ୟାୟ ଟିକା

କେନ୍ୟୁଜ୍(ବ୍ୟୁରୋ):  ମାର୍ଚ୍ଚ ପହିଲାରୁ ବୟସ୍କ ଓ ଅନ୍ୟ ଗୁରୁତର ରୋଗୀଙ୍କୁ ଦିଆଯିବ କୋଭିଡ ଟିକା । ଏଥିପାଇଁ କୋ-ଓ୍ଵିନ୍ ପୋର୍ଟାଲ ଓ ଅନ ସାଇଟ୍‌ରେ ପଞ୍ଜିକରଣ କରି ହେବ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ୧୮୩ଟି ଘରୋଇ ହସ୍ପିଟାଲରେ ଭ୍ୟାକ୍ସିନେସନ ସେଣ୍ଟର ପାଇଁ ଆୟୁଷ୍ମାନ ଭାରତରେ ସାମିଲ କରିବାକୁ କେନ୍ଦ୍ରକୁ ରାଜ୍ୟ ସରକାର ଅବଗତ କରାଇଛନ୍ତି । ଟିକା ପାଇଁ ବିଏମ୍‌ସି ପକ୍ଷରୁ ଆଜି ବୈଠକ ଅନୁଷ୍ଠିତ ହୋଇଥିଲା। ୧୦ଟି ଘରୋଇ ଓ ୧୨ଟି ସରକାରୀ ଡାକ୍ତରଖାନାରେ ଦିଆଯିବ ଟିକା। ଏଥିପାଇଁ ସୋମବାରରୁ ପଞ୍ଜିକରଣ ଆରମ୍ଭ ହେବ।

ପ୍ରଥମ ଦିନ ପ୍ରତିକେନ୍ଦ୍ରରେ ୬୦ଜଣଙ୍କୁ ଟିକା ପ୍ରଦାନ କରାଯିବ। ସରକାରୀ ଡାକ୍ତରଖାନାରେ ମାର୍ଚ୍ଚ୧ରୁ ଓ ଘରୋଇ ଡାକ୍ତରଖାନାରେ ମାର୍ଚ୍ଚ ୨ତାରିଖରୁ ଟିକାଦାନ ହେବ। ସରକାରୀ ଡାକ୍ତରଖାନାରେ ମାଗଣାରେ ଟିକା ମିଳିବ। ଘରୋଇ ଡାକ୍ତରଖାନାରେ ଟିକା ପାଇଁ ଶହେ ଟଙ୍କା ସର୍ଭିସ ଚାର୍ଜ ଲାଗିବ। କେନ୍ଦ୍ରର ନିର୍ଦ୍ଦେଶ ପରେ ଘରୋଇ ଡାକ୍ତରଖାନାକୁ ନିର୍ଦ୍ଦିଷ୍ଟ ପରିମାଣର ଟିକା ଯୋଗାଇ ଦିଆଯିବ ବୋଲି କହିଛନ୍ତି ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ।.