ଶୋଇବା ଅଭ୍ୟାସରେ ଆଣନ୍ତୁ ସୁଧାର, ଅଭାବ ରହିବନି ଧନ ଓ ବିଗିଡିବନି ସ୍ୱାସ୍ଥ୍ୟ
ସୁସ୍ଥ ରହିବାକୁ ହେଲେ ଶୋଇବା ଅଭ୍ୟାସ ବି ବଦଳାଇବାକୁ ପଡ଼ିବ । ଶୋଇବା ଅଭ୍ୟାସ ବଦଳିଲେ ଖାଲି ସ୍ୱାସ୍ଥ୍ୟ ନୁହେଁ, ସୌଭାଗ୍ୟ ବି ବଦଳି ପାରେ । ସୂର୍ଯ୍ୟାସ୍ତର ଏକ ପ୍ରହର ଅର୍ଥାତ ପ୍ରାୟ ୩ ଘଣ୍ଟା ପରେ ଶୋଇବା ଉଚିତ୍ । ଶୋଇବାର ପ୍ରକାର ଭେଦ ମଧ୍ୟ ରହିଛି । ଲୋକେ ବିଭିନ୍ନ ପୋଜ୍ରେ ଶୋଇଥାନ୍ତି ।
କଥାରେ ଅଛି ‘ ଉଲ୍ଟା ଶୋୟା ଭୋଗୀ, ସିଧା ଶୋୟା ଯୋଗୀ । ବାଏଁ ଶୋୟା ନିରୋଗୀ, ଦାଏଁ ଶୋୟା ରୋଗୀ ।’ ବାମ କଡ଼ ମାଡି ଶୋଇବା ସ୍ୱାସ୍ଥ୍ୟ ପକ୍ଷେ ଭଲ । ଶାରୀରିକ ବିଜ୍ଞାନ ଅନୁଯାୟୀ ଚିତି ହୋଇ ଶୋଇବା ଦ୍ୱାରା ଛାତି ହାଡ଼ ଖରାପ ହୋଇଥାଏ । ଓଲଟା ଶୋଇବା ଦ୍ୱାରା ଆଖି ଖରାପ ହୋଇଥାଏ । ଶାସ୍ତ୍ର ଅନୁଯାୟୀ, ଶୋଇବା ସମୟରେ ୭ ଭୟରୁ ମୁକ୍ତି ପାଇଁ ୭ ଥର ଗାୟତ୍ରୀ ମନ୍ତ୍ର ଓ ଉଠିବା ସମୟରେ ୮ କର୍ମରୁ ମୁକ୍ତି ପାଇଁ ୮ ଥର ମନ୍ତ୍ର ପାଠ କରିବା ଉଚିତ୍ ।
ଅନ୍ୟ ଧର୍ମ ଗ୍ରନ୍ଥ ଅନୁଯାୟୀ, ଶୋଇବା ସମୟରେ ଏହି କଥା ପ୍ରତି ଧ୍ୟାନ ଦିଅନ୍ତୁ
. ମସ୍ତକ କିମ୍ବା ପାଦ ଆଡ଼କୁ ଦୀପ ରଖିବା ଉଚିତ୍ ନୁହେଁ ।
. ଦୀପ ବାମ କିମ୍ବା ଡାହାଣ ପଟକୁ ଅତି କମରେ ୫ ହାତ ଦୂରରେ ରଖିବା ଉଚିତ୍ ।
. ଶୋଇବା ସମୟରେ ମୁଣ୍ଡ କାନ୍ଥ ପାଖରୁ ୩ ହାତ ଦୂରରେ ରହିବା ଆବଶ୍ୟକ ।
. ସନ୍ଧ୍ୟା ସମୟରେ ଶୋଇବା ଉଚିତ୍ ନୁହେଁ ।
. ଛାତି ଉପରେ ହାତ ରଖି କରି , ଛାତର ବିମ୍ ତଳେ ଏବଂ ପାଦ ଉପରେ ପାଦ ରଖି କରି ଶୋଇବା ଉଚିତ୍ ନୁହେଁ ।
. ଶଯ୍ୟା ଉପରେ ବସି କରି ଭୋଜନ କରିବା ଅନୁଚିତ୍ ।
. ଶୋଇବା ସମୟରେ ତମ୍ବାକୁ ଖାଇ କିମ୍ବା କପାଳରେ ତିଲକ ରଖି ଶୋଇବା ଅନୁଚିତ୍ ।