େଓ୍ଵଟ ଲସ୍‌ ଟିପ୍ସ : ଏହି ୪ ଅଭ୍ୟାସ ଆପଣଙ୍କୁ କରିବ ସ୍ଲିମ-ଟ୍ରିମ୍‌,ଦ୍ରୁତ ଗତିରେ କମିବ ଓଜନ

ଓଜନ କମାଇବା ଏବେ ଏକ ପ୍ରକାର ମୁଣ୍ଡ ବ୍ୟଥାର କାରଣ ହୋଇଯାଇଛି । ଏହି ଓଜନ କମାଇବା ପାଇଁ ଲୋକେ ବିଭିନ୍ନ ପ୍ରକାର ବ୍ୟାୟାମ ଓ ଖାଦ୍ୟ ଆପଣାଉଛନ୍ତି । ଓଜନ ଯୋଗୁ ଶରୀରରେ ଯେତେ ପ୍ରକାର ରୋଗ ଓ ଅସୁବିଧା ସୃଷ୍ଟି ହୋଇଥାଏ । ତେଣୁ ଶରୀରର ଓଜନକୁ ଠିକ ଭାବରେ ରଖିବା ପାଇଁ ସମସ୍ତେ ପ୍ରାୟ ଚିନ୍ତା କରିଥାନ୍ତି ।

ଓଜନ କମାଇବା ପୂର୍ବରୁ ପ୍ରଥମେ ଏହା ଚିନ୍ତା କରିବା ଜରୁରୀ କି ଓଜନ ହଠାତ ବଢ଼ିଯାଇ ନଥାଏ । ଯେପରି ଧିରେ ଧିରେ ବଢ଼ିଥାଏ ସେହିପରି ଏହା ଧିରେ ଧିରେ କମିଥାଏ । ଆଜି ଆମେ ଆପଣଙ୍କୁ ଓଜନ କମିବାର ସବୁଠୁ ସହଜ ଓ ସୁନ୍ଦର ତରିକା ସମ୍ପର୍କରେ କହିବୁ । ଯାହାକୁ ଅଭ୍ୟାସ କଲେ ମାତ୍ର ୨ ମାସରେ ଆପଣ ଓଜନ ହ୍ରାସ କରିପାରିବେ ।

୧. ସକାଳେ ଗରମ ପାଣି ପିଅନ୍ତୁ : ଓଜନ ହ୍ରାସ କରିବା ସହ ସୁସ୍ଥ ରହିବା ପାଇଁ ସବୁଠୁ ସହଜ ତରିକା ହେଉଛି ପ୍ରତିଦିନ ସକାଳେ ବିଛଣା ଛାଡ଼ିବା ପରେ ଗରମ ପାଣି ପିଇବା ଅଭ୍ୟାସ କରନ୍ତୁ । ସକାଳେ ଗରମ ପାଣି ପିଇବା ଦ୍ୱାରା ପେଟ ସଫା ରହିଥାଏ ଓ ମେଟାବୋଲିଜିମ ତୀବ୍ର ହୋଇଥାଏ । ଆୟୁର୍ବେଦରେ ମଧ୍ୟ କୁହାଯାଇଛି ଯେ ସକାଳେ ଦୁଇ କପ ଉଷୁମ ପାଣି ପିଇବା ଦ୍ୱାରା ଆପଣଙ୍କ ଶରୀର ପୁରା ଦିନ ତମାମ ତେଜ ରହିଥାଏ । ଖରା ଦିନେ ମଧ୍ୟ ସକାଳେ ଉଷୁମ ପାଣି ପିଇ ପାରିବେ । ଆପଣ ଚାହିଁଲେ ଉଷୁମ ପାଣିରେ ଲେମ୍ବୁ କିମ୍ବା ମହୁ ମିଶାଇ ପିଇ ପାରିବେ । ଏହାଦ୍ୱାରା ଓଜନ ହ୍ରାସ କରିବା ସହ ଶରୀର ମଧ୍ୟ ସୁସ୍ଥ ରହିଥାଏ ।

୨. ବ୍ୟାୟାମ ଜରୁର କରନ୍ତୁ : ମୋଟାପଣ କମ୍‌ କରିବା ପାଇଁ ଆପଣ ସକାଳେ ଜରୁର କିଛି ସମୟ ବ୍ୟାୟାମ କରନ୍ତୁ । ସକାଳେ ବ୍ୟାୟାମ କରିବା ଦ୍ୱାରା ଜମା ହୋଇଥିବା ଫ୍ୟାଟ୍‌ କମ ହୋଇଥାଏ । ତେଣୁ ଆପଣ ରୁଟିନରେ ସକାଳ ଏକ୍ସରସାଇଜ ଜରୁର ସାମିଲ କରନ୍ତୁ । ଏହାଦ୍ୱାରା ଆପଣଙ୍କ ମେଟାବୋଲିଜିମ ମଜବୁତ ହେବା ସହ ରୋଗ ଠାରୁ ଦୂରରେ ରହିବାରେ ସହାୟକ ହେବ ।

breakfast

୩. ହେଲ୍ଦି ବ୍ରେକଫାଷ୍ଟ : ଆପଣଙ୍କ ସକାଳ ଖାଦ୍ୟ (ବ୍ରେକଫାଷ୍ଟ) ଏମିତି ହେବା ଦରକାର ଯେଉଁଥିରେ ସବୁ ପୋଷକ ତତ୍ତ୍ୱ ରହିବା ଦରକାର । ଆପଣଙ୍କ ବ୍ରେକଫାଷ୍ଟ ଥାଳିରେ ପ୍ରୋଟିନ ଓ ଫାଇବର ମାତ୍ରା ଠିକ୍‌ ରହିବା ଦରକାର । ହାଇ ପ୍ରୋଟିନ ଓ ଫାଇବର ଭୋଜନ କରିବା ଦ୍ୱାରା ପେଟ ଦୀର୍ଘ ସମୟ ପର୍ଯ୍ୟନ୍ତି ଭରି ରହିଥାଏ । ଏହାଦ୍ୱାରା ଓଜନ କମାଇବାରେ ସହଜ ହୋଇଥାଏ । ଆପଣ ସକାଳ ଭୋଜନରେ ଅଣ୍ଡା, ଦୁଧ, ଡ୍ରାଏ ଫ୍ରୁଟ୍ସ, ଗଜା ଜିନିଷ, ବ୍ରାଉନ ବ୍ରେଡ, ଶେକ୍‌ ଶାମିଲ କରିପାରିବେ । ଏହାଦ୍ୱାରା ଭଲ ମେଟାବୋଲିଜିମ ମିଳିଥାଏ ଓ କ୍ୟାଲୋରୀ ବି ବର୍ଣ୍ଣ କରିବାରେ ସହାୟକ ହୋଇଥାଏ ।

୪. ଶରୀର ପୁର୍ଣ୍ଣ ହାଇଡ୍ରେଟ ରଖନ୍ତୁ : ସକାଳ ଖାଇବା ପୁରା ଦିନ ପାଇଁ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଏକ୍ସପର୍ଟଙ୍କ କହିବା ଅନୁଯାୟୀ ଯଦି ଆପଣଙ୍କ ଶରୀର ପୁର୍ଣ୍ଣ ହାଇଡ୍ରେଟ ରୁହେ ତେବେ ଆପଣଙ୍କ ଓଜନ ମଧ୍ୟ କଣ୍ଟ୍ରୋଲ ରହିଥାଏ । ପାଣି ପିଇବା ଦ୍ୱାରା ଅଧିକ କ୍ୟାଲୋରୀ ନେବାକୁ ରୋକିଥାଏ । ଫଳରେ ଆପଣ ଧିରେ ଧିରେ ପତଳା ହେବାକୁ ଲାଗିଥାନ୍ତି । ତେଣୁ ପାଣି ବୋତଲ ସର୍ବଦା ପାଖରେ ରଖନ୍ତୁ । ଘରୁ ଯେତେବେଳେ ବାହାରୁଛନ୍ତି ତ ୧ ଗ୍ଲାସ ପାଣି ଜରୁର ପିଇ ବାହାରନ୍ତୁ । ସକାଳେ ଅଧିକ ପାଣି ପିଇବା ଅଭ୍ୟାସ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.