Below header

କେମିକାଲ ପିଲ୍‌ କ’ଣ? ଏହି ସ୍କିନ୍‌ ଟ୍ରିଟ୍‌ମେଣ୍ଟର କ’ଣ ରହିଛି ଫାଇଦା

ଆପଣ ଚେହେରାରେ ଅନେକ ଜିନିଷ ବ୍ୟବହାର କରନ୍ତି, କିନ୍ତୁ ତ୍ୱଚା ଆଶାନୁରୂପକ ଚମକି ନ ଥାଏ। ହେଲେ ଇନ୍‌ଷ୍ଟାଣ୍ଟ ଗ୍ଲୋ ପାଇବା ପାଇଁ ଆପଣ କେମିକାଲ ପିଲ୍‌ ବ୍ୟବହାର କରିପାରିବେ। କାରଣ, ଏହି ଟ୍ରିଟ୍‌ମେଣ୍ଟରେ ଆପଣଙ୍କର ଚର୍ମ ସମ୍ବନ୍ଧୀୟ ଅନେକ ସମସ୍ୟା ଭଲ ହୋଇ ଯାଇଥାଏ | ଗତ କିଛିବର୍ଷ ଭିତରେ କେମିକାଲ ପିଲ୍‌ର ଚାହିଦା ବଢ଼ି ଯାଇଛି। କିନ୍ତୁ ଏହାକୁ ବ୍ୟବହାର କରିବା ପୂର୍ବରୁ ଆପଣ ନିହାତି ଭାବେ ଡାକ୍ତରଙ୍କଠାରୁ ସମ୍ପୂର୍ଣ୍ଣ ପରାମର୍ଶ ନେବା ଉଚିତ୍ |

କେମିକାଲ ପିଲ୍‌ରେ ଥିବା ଟକ୍ସିକ୍‌ କେମିକାଲ ସଲ୍ୟୁସନକୁ ତ୍ୱଚାରେ ଲଗାଯାଇଥାଏ, ଯଦ୍ଦ୍ଵାରା ଚର୍ମର ଉପର ସ୍ତରର ଟିସ୍ୟୁ ଡେଡ୍‌ ହୋଇଯାଏ ଏବଂ ଏହି ଉପର ପରସ୍ତ ବାହାରି ଯାଇଥାଏ। ଫଳରେ ଚର୍ମ ଚମକିବା ଆରମ୍ଭ କରେ। ତ୍ୱଚାର ଅନେକ ପରସ୍ତ ରହିଛି ଏବଂ ଆପଣଙ୍କ କେମିକାଲ ପିଲ୍‌ କେମିତି ହେବା ଉଚିତ, ତାହା ଆପଣଙ୍କ ସ୍କିନ୍‌ ହିସାବରେ ହିଁ ତୟ କରାଯିବା ଆବଶ୍ୟକ। ଆଜି ଆମେ ଆପଣଙ୍କୁ ଏହି କେମିକାଲ ପିଲ୍‌ର ଉପକାରିତା ବିଷୟରେ କହିବୁ।

କେମିକାଲ ପିଲ୍‌ର ଉପକାରିତା

-ଆଖି ତଳ ଏବଂ ମୁହଁ ଆଖପାଖର ଫାଇନ୍‌ ଲାଇନ୍ସକୁ କମ୍‌ କରିଥାଏ।

-ସନ୍‌ ଡ୍ୟାମେଜ୍‌ ଏବଂ ବୟସାଧିକ୍ୟ କାରଣରୁ ହେଉଥିବା ଚର୍ମ କୁଞ୍ଚନର ଚିକିତ୍ସା କରିଥାଏ।

-ଚେହେରାର ଦାଗ, କଳା ଦାଗ ଆଦିକୁ ଭଲ କରେ |

– ଏହାଦ୍ୱାରା ବ୍ରଣ ସମସ୍ୟା ମଧ୍ୟ କମି ଯାଇଥାଏ।

ଏହି ଜିନିଷଗୁଡିକ ଉପରେ ଧ୍ୟାନ ରଖନ୍ତୁ

କେମିକାଲ ପିଲ୍‌ ଅନେକ ପ୍ରକାରର ରହିଛି। ଲାଇଟ୍‌ ପିଲ୍‌ରେ କମ୍ ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଥିବା ବେଳେ ସୁପର ଫେସିଆଲ୍ ପିଲ୍ ଅଧିକ ମହଙ୍ଗା ହୋଇଥାଏ | କେମିକାଲ ପିଲ୍‌ରୁ ଜ୍ୱଳନ, ଯନ୍ତ୍ରଣା ଭଳି କେତେକ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥାଏ। ତେଣୁ ଆପଣ ଏହାକୁ ବ୍ୟବହାର କରିବା ପୂର୍ବରୁ ପ୍ରଥମେ ଏହା ବିଷୟରେ ଜାଣିନେବା ଉଚିତ୍ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.