ସୁନ୍ଦରଗଡ଼ : ନଦୀ କୂଳରୁ ମିଳିଲା ମହିଳାଙ୍କ ଉଲଗ୍ନ ମୃତଦେହ

ସୁନ୍ଦରଗଡ : ଗାଧୋଇବାକୁ ଯାଇ ଆଉ ଫେରିଲେନି ମହିଳା ଜଣକ । ପରେ ନଦୀ କୂଳରୁ ମିଳିଲା ତାଙ୍କର ଉଲଗ୍ନ ମୃତଦେହ । ସୁନ୍ଦରଗଡ ଜିଲ୍ଲା ତଲସରା ଥାନା ଡମକୁଡା ନଦୀ କୂଳରେ ଥିବା ଏକ ବୁଦାରୁ ଜଣେ ବିଧବା ମହିଳାଙ୍କ ଉଲଗ୍ନ ମୃତ ଦେହକୁ ପୋଲିସ ଉଦ୍ଧାର କରିଛି। ମୃତ ମହିଳା ଜଣକ ହେଲେ ସବଡେଗା ଟୁଙ୍ଗୁରିପଡାର କମଳା କୁମାରୀ। ମହିଳାଙ୍କ ବୟସ ୪୫ ବର୍ଷ ।

ତିନି ବର୍ଷ ତଳେ କମଳାଙ୍କ ସ୍ୱାମୀ ମୃତ୍ୟୁ ବରଣ କରିଥିଲେ । ତାଙ୍‌କର ୨ ଝିଅ ଓ ୨ ପୁଅ ଅଛନ୍ତି । ଗତକାଲି ସକାଳ ପ୍ରାୟ ୧୦ଟା ସମୟରେ ସେ ଘରୁ ଗାଧୋଇବାକୁ ନଦୀକୁ ଯାଇଥିଲେ । ହେଲେ ଅ।ଉ ଘରକୁ ଫେରି ନଥିଲେ। ତେବେ ସଂଧ୍ୟା ସମୟରେ କିଛି ଲୋକ ନଦୀକୁ ଯାଇଥିବା ବେଳେ ବୁଦା ନିକଟରେ ମହିଳାଙ୍କ ମୃତ ଦେହ ପଡିଥିବା ଦେଖି ଥିଲେ । ସେମାନେ ପୋଲିସକୁ ଖବର ଦେଇଥିଲେ।

ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି କି ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ଖବର ପାଇ ତଲସରା ପୋଲିସ, ସଦର ଏସଡିପିଓ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିଛନ୍ତି। ଏହି ମାମଲାରେ ପୋଲିସ ଜଣେ ଯୁବକକୁ ଅଟକ ରଖି ପଚରା ଉଚୁରା ଜାରି ରଖିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.