ମାସେ ଯାଏଁ ଛାଡି ଦିଅନ୍ତୁ ଚା’ ଏବଂ କଫି, ଶରୀରରେ ଆସିବ ଏହି ସବୁ ପରିବର୍ତ୍ତନ

ପ୍ରାୟତଃ ଚା’ ଏବଂ କଫି ଛାଡିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଥାଏ, କାରଣ ଏଥିରେ ଥିବା କାଫେନ ହାନିକାରକ ହୋଇଥାଏ । ତେବେ ଆସନ୍ତୁ ଜାଣିବା, ମାସେ ପର୍ଯ୍ୟନ୍ତ ଏଥିରୁ ଦୂରେଇ ରହିଲେ କଣ ହୋଇଥାଏ ।

ଅନେକ ଲୋକଙ୍କର ସକାଳୁ ଉଠିବା ମାତ୍ରେ ଚା କିମ୍ବା କଫି ପିଇବାର ଅଭ୍ୟାସ ଅଛି । କିଛି ଲୋକ ଦିନକୁ ଦୁଇ କପ୍ ଚା କିମ୍ବା କଫି ପିଉଥିବାବେଳେ କେହିକେହି ଦିନକୁ ଚାରି କିମ୍ବା ପାଞ୍ଚ କପ୍ କଫି ଓ ଚା ପିଇଥାନ୍ତି । ଚା ’କିମ୍ବା କଫି ପିଇବା ପରେ ଜଣେ ସତେଜ ଅନୁଭବ କରେ । ଅନେକ ଲୋକ ଏକ ପ୍ରକାର ଶକ୍ତି ମଧ୍ୟ ଅନୁଭବ କରନ୍ତି । କିନ୍ତୁ ଚା ଏବଂ କଫି ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ । ଏଥିରେ ଥିବା କାଫେନ୍ ଅନେକ ସମସ୍ୟା ସୃଷ୍ଟି କରିପାରେ । ଯଦି କିଛି ଦିନ ପାଇଁ ଚା’ କିମ୍ବା କଫି ଛାଡିଦବା ପାଇଁ କୁହାଯାଏ, ତେବେ ଅନକେ ଲୋକଙ୍କ ପାଇଁ ଏହା ସମ୍ଭବ ନୁହେଁ। କାରଣ ଏହା ଏକ ପ୍ରକାର ନିଶା । ତେବେ ଆସନ୍ତୁ ଜାଣିବା, ମାସେ ପର୍ଯ୍ୟନ୍ତ ଏଥିରୁ ଦୂରେଇ ରହିଲେ ଆମ ଶରୀରରେ କଣ ପରିବର୍ତ୍ତନ ହୋଇଥାଏ ।

ବ୍ଲଡ୍‌ପ୍ରେସର ନିୟନ୍ତ୍ରଣରେ ରହିବ:

ଯଦିଓ ଚା’ ଏବଂ କଫି ଆମକୁ ଥକ୍କାପଣରୁ ମୁକ୍ତି ଦେଇଥାଏ, କିନ୍ତୁ ଏହା ବ୍ଲଡ୍‌ପ୍ରେସର ବଢାଇଥାଏ । ଯାହା ଶରୀର ପାଇଁ ଖରାପ ହୋଇଥାଏ। କାରଣ ଏଥିରେ କାଫେନ୍ ଅଧିକ ମାତ୍ରାରେ ରହିଥାଏ । ତେଣୁ ଆପଣ ଯଦି ମାସେ ପର୍ଯ୍ୟନ୍ତ ଚା’ ଓ କଫି ପିଇବା ବନ୍ଦ କରିଦେବେ ତେବେ ବ୍ଲଡ୍‌ପ୍ରେସର ନିୟନ୍ତ୍ରଣକୁ ଆସିଯିବ ଏବଂ ହାଇବିପି ସମସ୍ୟାରୁ ମୁକ୍ତି ପାଇବେ ।

 

ଆରାମଦାୟକ ନିଦ ଆସିଥାଏ:

ଚା’ ପିଇବା ଛାଡିଦେଲେ ଏହା ନିଦ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ। ଏହା ଦ୍ୱାରା ଆପଣ ଠିକ ସମୟରେ ଶୋଇପାରିବେ। ଏଥିସହିତ ଆମ ଶରୀରର ସ୍ନାୟୁକୁ ସକ୍ରିୟ କରିଦେଇଥାଏ ।

ଦାନ୍ତରେ ଚମକ୍‌ ଆସିଥାଏ :

ଚା’ ଏବଂ କଫି ପରି ଗରମ ପଦାର୍ଥ ଦାନ୍ତ ପାଇଁ ଅତ୍ୟନ୍ତ ହାନିକାରକ ହୋଇଥାଏ । ଏଥିରେ ସାମାନ୍ୟ ଏସିଡିକ୍‌ ଅଛି ଯାହାକି ଦାନ୍ତର ଇନେମଲକୁ ନଷ୍ଟ କରିପାରେ । ଏହା କାରଣରୁ ଦାନ୍ତର ରଙ୍ଗ ମଳିନ ପଡିବା ସହ ଦାନ୍ତ ଦୁର୍ବଳ ହୋଇଯାଏ । ତେଣୁ ଚା’ ଏବଂ କଫି ଛାଡିବା ଦ୍ୱାରା ଦାନ୍ତ ସଫା ସହ ମଜବୁତ ରହିଥାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.