ଫିଲ୍ମ ‘ଜବାନ’ରେ ମା’ ଭୂମିକା ପାଇଁ ଦୀପିକାଙ୍କୁ ଏମିତି ମନାଇଥିଲେ ଶାହରୁଖ

ମା’ ରୋଲ୍‌ ପାଇଁ ଶାହରୁଖ ଦୀପିକାଙ୍କୁ କିପରି ମନେଇଥିଲେ, ତା ପଛର କାହାଣୀ ରହିଛି ବେଶ୍‌ ରୋଚକ । ‘ବେସରମ ରଙ୍ଗ୍‌’ ଗୀତର ସୁଟିଂ ସମୟରେ ଜବାନ ଫିଲ୍ମରେ ଶାହରୁଖ ମା’ ଭୂମିକାରେ ଅଭିନୟ କରିବା ପାଇଁ ଦୀପିକାଙ୍କୁ ମନାଇଥିଲେ । ଆଉ ଦୀପିକା ଏହି ଭୂମିକା ପାଇଁ ରାଜି ମଧ୍ୟ ହୋଇଯାଇଥିଲେ ।

ଏବେ ସବୁଠି ଫିଲ୍ନ ‘ଜବାନ’କୁ ନେଇ ଚର୍ଚ୍ଚା । ଫିଲ୍ମରେ ଶାହରୁଖଙ୍କ ସହ ଦୀପିକା ପାଦୁକୋନଙ୍କ ଅଭିନୟ ଦର୍ଶକମାନଙ୍କୁ ବେଶ୍‌ ପସନ୍ଦ ଆସିଛି । ଏଥିରେ ଦୀପିକା ଶାହରୁଖଙ୍କ ମା’ ଭୂମିକାରେ ନଜର ଆସିଛନ୍ତି । କିଛି ସମୟ ପାଇଁ ପରଦାରେ ଆସିଥିଲେ ମଧ୍ୟ ନିଜ ଜବରଦସ୍ତ ଅଭିନୟରେ ଫ୍ୟାନ୍ସଙ୍କ ହୃଦୟ ଜିତିଥିଲେ । ଜବାନରେ ଫ୍ୟାନ୍ସ ଦୀପିକା ପାଦୁକୋନଙ୍କର ଏପରି ଅବତାର ଦେଖିଥିଲେ, ଯାହା ସିଲ୍‌ଭର ସ୍କ୍ରିନରେ ଏପର୍ଯ୍ୟନ୍ତ କେବେ ଅଭିନୟ କରିନଥିଲେ । ଏହି ଫିଲ୍ମରେ ଦୀପିକା ପ୍ରଥମ ଥର ପାଇଁ ମା’ ଭୂମିକାରେ ନଜର ଆସିଛନ୍ତି । ତେବେ ମା’ ରୋଲ୍‌ ପାଇଁ ଶାହରୁଖ ଦୀପିକାଙ୍କୁ କିପରି ମନେଇଥିଲେ, ତା ପଛର କାହାଣୀ ରହିଛି ବେଶ୍‌ ରୋଚକ ।

ଜବାନ ଫିଲ୍ମର ସଫଳତା ପରେ ପ୍ରେସ୍‌ କନ୍‌ଫରେନ୍ସରେ ଶାହରୁଖ କହିଛନ୍ତି ଯେ, ‘ଦୀପିକା ତାଙ୍କର ଅତି ନିକଟତର । ଯେତେବେଳେ ଏଟଲି କହିଥିଲେ କି, ଫିଲ୍ମରେ ଦୀପିକାଙ୍କୁ କେମିଓ ନେବାଙ୍କୁ ଚାହୁଁଛନ୍ତି । ଆଉ ସେଥିପାଇଁ ତାଙ୍କୁ ଯାଇ ଦୀପିକାଙ୍କୁ ମନାଇବାକୁ ପଡିବ ତ ସେ ଟିକେ ଦ୍ୱିଧାରେ ଥିଲେ । ‘ପଠାନ୍‌’ ସେଟରେ ସେ ଦୀପିକାଙ୍କୁ ଏହି ଫିଲ୍ମ ପାଇଁ ପଚାରିଥିଲେ । ‘ବେସରମ ରଙ୍ଗ୍‌’ ଗୀତର ସୁଟିଂ ସମୟରେ ଜବାନ ଫିଲ୍ମରେ ଶାହରୁଖ ମା’ ଭୂମିକାରେ ଅଭିନୟ କରିବା ପାଇଁ ଦୀପିକାଙ୍କୁ ମନାଇଥିଲେ । ତେବେ ଦୀପିକା ଏହି ଭୂମିକା ପାଇଁ ରାଜି ମଧ୍ୟ ହୋଇଯାଇଥିଲେ । ଦୀପିକା କହିଥିଲେ, ଯଦି ଶାହରୁଖ କହୁଛନ୍ତି ସେ ମା’ ଭୂମିକାରେ ଭଲ ଲାଗିବେ ତେବେ ସେ ଏହି ଭୂମିକା ପାଇଁ ପ୍ରସ୍ତୁତ ଅଛନ୍ତି । ଶାହରୁଖ ଦୀପିକାଙ୍କ ଉତ୍ତରରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ସୂଚନାଯୋଗ୍ୟ ଯେ, ଦୀପିକା ନିଜ ଫିଲ୍ମ ‘କେ’ର ସୁଟିଂ ପାଇଁ ହାଇଦ୍ରାବାଦରେ ଥିଲେ । ଏଟଲି ତାଙ୍କ ପାଖକୁ ଆସି ଷ୍ଟୋରୀ ଶୁଣାଇଥିଲେ । କାହାଣୀ ଶୁଣିବା ମାତ୍ରେ ହି ଦୀପିକା ଏହି ଭୂମିକାରେ ଅଭିନୟ କରିବାକୁ ରାଜି ହୋଇଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.