ବନ୍ୟା ପାଣିରେ ଭାସି ଯାଉଥିଲା କାର, ଗଛରେ ଉପରେ ଆଶ୍ରୟ ନେଇଛନ୍ତି ଜଣେ ଯୁବକ

ରାହାମା ନିକଟ ହରିପୁର ରାସ୍ତାରେ ଭାସିଗଲା କାର। ମିଳିଥିବା ସୂଚନା ଅନୁସାରେ ଜଣେ ଯୁବକ କାର ଚଳାଇ ଯାଉଥିବାବେଳେ ହଠାତ ମହାନଦୀ ପାଣି ମାଡିଆସିଥିଲା। ଫଳରେ କାରଟି ଭାସି ଯାଇଥିଲା । ପ୍ରାୟ ୧୦୦ମିଟର ଭାସିଗଲା ପରେ ଯୁବକ ଜଣକ ଏକ ଗଛ ଉପରେ ଚଢ଼ି ଯାଇଛନ୍ତି।

ପାରାଦୀପ (କେନ୍ୟୁଜ): ରାହାମା ନିକଟ ହରିପୁର ରାସ୍ତାରେ ଭାସିଗଲା କାର। ମିଳିଥିବା ସୂଚନା ଅନୁସାରେ ଜଣେ ଯୁବକ କାର ଚଳାଇ ଯାଉଥିବାବେଳେ ହଠାତ ମହାନଦୀ ପାଣି ମାଡିଆସିଥିଲା। ଫଳରେ କାରଟି ଭାସି ଯାଇଥିଲା । ପ୍ରାୟ ୧୦୦ମିଟର ଭାସିଗଲା ପରେ ଯୁବକ ଜଣକ ଏକ ଗଛ ଉପରେ ଚଢ଼ି ଯାଇଛନ୍ତି।

ଜଣେ କାର ଛାତ ଉପରେ ଆଶ୍ରୟ ନେଇଛନ୍ତି। କାରରେ କେତେ ଜଣ ଥିଲେ ସ୍ପଷ୍ଟ ହୋଇନି। ଓଡ୍ରାଫ ଟିମ ପହଞ୍ଚି ଉଦ୍ଧାର ପାଇଁ ଉଦ୍ୟମ କରୁଛନ୍ତି। ମହାନଦୀ ରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ୩ ଦିନ ହେଲାଣି ହରିପୁର ରାସ୍ତା ଉପରେ ୩ ଫୁଟରୁ ବେଶି ପାଣି ପ୍ରବାହିତ ହେଉଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.