Below header

‘ଆଦିତ୍ୟ L-1’ ଆରମ୍ଭ କଲା ବୈଜ୍ଞାନିକ ପ୍ରୟୋଗ; ଟ୍ଵିଟ୍‌ କରି ସୂଚନା ଦେଲା ISRO

ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ ପାଇଁ ମହାକାଶକୁ ପଠାଯାଇଥିବା ISROର ପ୍ରଥମ ମହାକାଶ ମିଶନ ‘ଆଦିତ୍ୟ L-1’ ବଡ଼ ଖୁସି ଖବର ଦେଇଛି। ଆଦିତ୍ୟ- L1 ଏହାର ବୈଜ୍ଞାନିକ ପ୍ରୟୋଗ ଆରମ୍ଭ କରିଛି।

ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ ପାଇଁ ମହାକାଶକୁ ପଠାଯାଇଥିବା ISROର ପ୍ରଥମ ମହାକାଶ ମିଶନ ‘ଆଦିତ୍ୟ L-1’ ବଡ଼ ଖୁସି ଖବର ଦେଇଛି। ଆଦିତ୍ୟ- L1 ଏହାର ବୈଜ୍ଞାନିକ ପ୍ରୟୋଗ ଆରମ୍ଭ କରିଛି। ଭାରତର ପ୍ରଥମ ସ୍ପେସ୍ ଆଧାରିତ ସୌର ଯନ୍ତ୍ରଶାଳା ଉପରେ ଏକ ରିମୋଟ୍ ସେନ୍ସିଂ ପେଲୋଡ୍ ପୃଥିବୀଠାରୁ ୫୦,୦୦୦ କିମିରୁ ଅଧିକ ଦୂରତାରେ ସୁପରଥର୍ମାଲ୍ ଆୟନ ବା ଅତି ଶକ୍ତିଶାଳୀ କଣିକା ଏବଂ ଇଲେକ୍ଟ୍ରୋନ୍‌କୁ ମାପିବା ଆରମ୍ଭ କରିଛି।

ଏହା ବିଷୟରେ ISRO Xରେ ଏକ ପୋଷ୍ଟ ସେୟାର କରିଛି। ISRO ମିଶନ୍ ଅପଡେଟ୍‌ରେ କହିଛି ଯେ ଏହା ସୁପ୍ରା-ଥର୍ମାଲ୍ ଏବଂ ଏନର୍ଜେଟିକ୍ ପାର୍ଟିକାଲ୍ ସ୍ପେକ୍ଟ୍ରୋମିଟର (STEPS) ନାମକ ଉପକରଣର ସେନ୍ସର, ଯାହା ବୈଜ୍ଞାନିକ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଛି। ISRO ପୋଷ୍ଟରେ ଆହୁରି କହିଛି ଯେ ଏହି ତଥ୍ୟ ପୃଥିବୀ ଆଖପାଖରେ ଥିବା କଣିକାଗୁଡ଼ିକର ବ୍ୟବହାର ବିଶ୍ଳେଷଣ କରିବାରେ ବୈଜ୍ଞାନିକମାନଙ୍କୁ ସାହାଯ୍ୟ କରିବ।

ସେପଟେ ଆଦିତ୍ୟ L-1 ନିଜ ମିଶନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛି। ISRO କହିଛି, ମହାକାଶଯାନ ସୋମବାର ମଧ୍ୟରାତ୍ରିରେ ଟ୍ରାନ୍ସ-ଲାଗ୍ରାଙ୍ଗିଆନ୍ ପଏଣ୍ଟ ୧ ଇନ୍ସର୍ସନ୍ (TL1I) ଅତିକ୍ରମ କରିବ। TL1 ଇନ୍ସର୍ସନ୍ ହେଉଛି ପୃଥିବୀର କକ୍ଷପଥରୁ ଏକ ଉତ୍‌କ୍ଷେପଣ, ଯାହା ଭାରତୀୟ ସମୟାନୁସାରେ ସେପ୍ଟେମ୍ବର ୧୯ ଦିନ ୨ଟାରେ କରାଯିବ।

କହି ରଖୁଛୁ, ସେପ୍ଟେମ୍ବର ୨ରେ ଲଞ୍ଚ୍‌ କରାଯାଇଥିବା ଆଦିତ୍ୟ L-1 ମିଶନର ଉଦ୍ଦେଶ୍ୟ ହେଉଛି, ସୂର୍ଯ୍ୟଙ୍କ ପ୍ରକାଶମଣ୍ଡଳ, କ୍ରୋମୋସ୍ଫିୟର ଏବଂ କରୋନାର ଅଧ୍ୟୟନ କରିବା। ଏହି ମହାକାଶଯାନ TL1I ସହିତ L1 ବିନ୍ଦୁ ଆଡକୁ ଯାତ୍ରା ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.