ନିଜ ଅଫିସ ବ୍ୟାଗରେ ନିଶ୍ଚିତ ରଖନ୍ତୁ ଏହି ଚାରିଟି ଜିନିଷ, ଆଉ ବଢ଼ିବନି ଆପଣଙ୍କ ଓଜନ

ଆଜିକାଲି ଅଧିକାଂଶ ଲୋକ ମେଦବହୁଳତାକୁ ନେଇ ଚିନ୍ତାରେ ରହୁଥିବା ଦେଖାଦେଉଛି | ଆଉ ଏହାର ଏକ ପ୍ରମୁଖ କାରଣ ଭିତରୁ ଗୋଟିଏ ହେଉଛି ଅଫିସ | ଅଫିସରେ 7 ରୁ ୮ ଘଣ୍ଟାର ସମୟ ମଧ୍ୟରେ ଲୋକେ ଭୋକ ଲାଗିଲେ ଇୟାଡୁ ସିଆଡ଼ୁ ଜିନିଷ ଖାଇଦେଇଥାନ୍ତି | ଯାହା ପରବର୍ତ୍ତୀ ସମୟରେ ଓଜନ ବଢିବାର କାରଣ ପାଲଟିଥାଏ | ଅଫିସର ଏହି ଅଭ୍ୟାସକୁ ନିୟନ୍ତ୍ରଣକୁ ଆଣିବା ସେତେଟା ସହଜ ହୋଇନଥାଏ। ଆଜି ଆସନ୍ତୁ ଏପରି କିଛି ଖାଦ୍ୟ ବିଷୟରେ ଜାଣିବା ଯାହାକୁ ଖାଇଲେ ବହୁତ ସମୟ ପର୍ଯ୍ୟନ୍ତ ଭୋକ ଲାଗି ନଥାଏ ଓ ଓଜନ କମାଇବାରେ ସାହାଜ୍ୟ କରିଥାଏ, କାରଣ ମୋଟାପଣ ଆମର ଖାଦ୍ୟ ଖାଇବାର ଶୈଳୀ ନିର୍ଭର କରିଥାଏ।

ସେଓ – ଯଦି ଆପଣ ପ୍ରତିଦିନ ଗୋଟିଏ ଲେଖାଏଁ ଶେଓ ଖାଉଛନ୍ତି ତାହେଲେ ଆପଣଙ୍କୁ ଡାକ୍ତରଙ୍କ ପାଖକୁ ଯିବାର ଆବଶ୍ୟକତା ନାହିଁ। ଏହି ପ୍ରବାଦରେ କୌଣସି ମିଛ ନାହିଁ | ଏଥିରେ ପ୍ରଚୁର ପରିମାଣରେ ସୋଲ୍ୟୁବଲ ଫାଇବାର ଓ ପେକ୍ଟିନ ଭରପୁର ମାତ୍ରାରେ ରହିଥାଏ। ଏହା ଖାଇବା ଦ୍ୱାରା ମସ୍ତିଷ୍କକୁ ନିର୍ଦ୍ଦେଶ ଯାଏକି ପେଟ ପୁରି ଯାଇଛି ଆଉ ଖାଇବାର ଆବଶ୍ୟକତା ନାହିଁ।

ଡାର୍କ ଚୋକୋଲେଟ- ଚକୋଲେଟ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ | ଦାନ୍ତ ମଧ୍ୟ ଖରାପ ହୋଇଯାଏ | କାରଣ ଏଥିରେ ଶର୍କରାର ପରିମାଣ ବହୁତ ଅଧିକ ଥାଏ। କିନ୍ତୁ ଯଦି ଆପଣ ଉତ୍ତମ ମାନର ଡାର୍କ ଚୋକେଲେଟ ଖାଇବେ ତାହେଲେ ଆପଣଙ୍କୁ ଆଗାମୀ ଖାଦ୍ୟ ଖାଇବା ପର୍ଯ୍ୟନ୍ତ ଭୋକ ଲାଗିବ।

ଦହି- ଦହିର ଲାଭଦାୟୀ ଗୁଣ ଆମେ ଜାଣିଛୁ। ଏଥିରେ ହଜମକାରୀ ପ୍ରୋଟିନ୍‌ , ଭିଟାମିନ, ଓ ମିନେରାଲ୍ସ ଥାଏ ଯାହାକି ଆମ ଶରୀର ପାଇଁ ବହୁତ ଲାଭଦାୟୀ ହୋଇଥାଏ । ଏଥିରେ ଥିବା ଏକ ପ୍ରକାର ବ୍ୟାକ୍ଟେରିଆ ଆମ ଶରୀର ପାଇଁ ଖୁବ ଲାଭ ଦାୟକ ହୋଇଥାଏ | ଗରମରେ ଏହାକୁ ପିଇଲେ ପେଟ ଥଣ୍ଡା ରହେ ଓ ଭଲ ହଜମ ହୋଇଥାଏ। ଏହାକୁ ଥରେ ପିଇଲେ ବହୁତ ସମୟ ପର୍ଯ୍ୟନ୍ତ ଭୋକ ଲାଗେ ନାହିଁ।

ଅଣ୍ଡା – ଯଦି ଆପଣ ସବୁବେଳେ ସକାଳ ଜଳଖିଆରେ ଅଣ୍ଡା ଖାଇବେ ତାହେଲେ ଦ୍ୱିପ୍ରହର ପର୍ଯ୍ୟନ୍ତ ଆପଣଙ୍କୁ ଭୋକ ଲାଗିବ ନାହିଁ । କାରଣ ଏହାଦ୍ୱାରା ଏପିଟାଇଟ ବୁଷ୍ଟ କରୁଥିବା ହରମୋନ୍‌ର କମ୍‌ଜୋର ହୋଇଥାଏ। ଅଣ୍ଡା ଶରୀରର ଓଜନକୁ କମ୍‌ କରିବାରେ ସାହାଯ୍ୟ କରିଥାଏ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.