ଏହି ମନ୍ଦିରରେ ଏଣ୍ଡୁଅ ରୂପରେ ପୂଜା ପାଉଛନ୍ତି ରାମ ଭକ୍ତ ହନୁମାନ

ଦେଶବ୍ୟାପୀ ଭଗବାନ ଶ୍ରୀ ରାମଙ୍କ ଭକ୍ତ ହନୁମାନଙ୍କର ଅନେକ ମନ୍ଦିର ରହିଛି । ଯେଉଁ ଗୁଡିକରେ ଭିନ୍ନ ଭିନ୍ନ ଆସ୍ଥା ତଥା ମାନ୍ୟତା ରହିଛି । କିନ୍ତୁ ମଜାର କଥା ହେଉଛି ଭିନ୍ନ ଭିନ୍ନ ସ୍ଥାନରେ ହନୁମାନଙ୍କୁ ଭିନ୍ନ ଭିନ୍ନ ରୂପରେ ପୂଜା ପାଇଥାନ୍ତି । ଆଲିଗଡରେ ଏକ ଏମିତି ମନ୍ଦିର ରହିଛି ଯାହାକି ପୁରା ବିଶ୍ବରେ ପ୍ରସିଦ୍ଧିଲାଭ କରିଛି । ଏଠାରେ ଭକ୍ତ ଶ୍ରେଷ୍ଠ ହନୁମାନଙ୍କୁ ଏଣ୍ଡୁଅ ରୂପରେ ପୂଜା କରାଯାଇଥାଏ । ମାନ୍ୟତା ରହିଛିକି ଏଠି ୪୧ ଦିନ ପୂଜା କଲେ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ପ୍ରକୃତରେ ଗାନ୍ଧୀ ପାର୍କ ଥାନା ଅଂଚଳରେ ଅଚଳ ସରୋବର ତଟରେ ୫୦ ରୁ ଅଧିକ ସଂଖ୍ୟକ ଦେବୀଦେବତାଙ୍କ ମନ୍ଦିର ରହିଛି । ଏଠାରେ ଅଚଳ ସରୋବର କୂଳରେ ହନୁମାନଙ୍କୁ ସମର୍ପିତ ଶ୍ରୀ ଗିଲହେରିରାଜ କିମ୍ବା ଏଣ୍ଡୁଅ ଦେବତାଙ୍କ ଏହି ମନ୍ଦିର ପୁରା ବିଶ୍ବରେ ପ୍ରସିଦ୍ଧିଲାଭ କରିଛି । ଏହି ସ୍ଥାନର ପାଖଆଖରେ ୫୦ରୁ ଅଧିକ ସଂଖ୍ୟକ ମନ୍ଦିର ଥିଲେ ସୁଦ୍ଧା ଶ୍ରୀ ଗିଲହେରିରାଜଙ୍କ ମନ୍ଦିରର ଏକ ସ୍ୱତନ୍ତ୍ର ମାନ୍ୟତା ରହିଛି । ଏଠାରେ ପ୍ରତି ମଙ୍ଗଳବାର ଦୂରଦୂରାନ୍ତରୁ ଲୋକେ ଈଶ୍ବରଙ୍କ ଦର୍ଶନ କରିବାକୁ ଆସିଥାନ୍ତି ।

hanuman

ସାଧାରଣରେ ବିଶ୍ୱାସ ରହିଛିଯେ ୪୧ ଦିନ ଦର୍ଶନ କଲେ ଭକ୍ତଙ୍କର ସମସ୍ତ ମନୋକାମନା ପୁରଣ ହୋଇଥାଏ । ଏହି ମନ୍ଦିର ହଜାର ହଜାର ବର୍ଷ ପୂର୍ବେ ନାଥ ସମ୍ପ୍ରଦାୟର ଜଣେ ମହନ୍ତ ତିଆରି ହୋଇଥିଲା । ତାଙ୍କୁ ହନୁମାନ ସ୍ବପ୍ନରେ ଦର୍ଶନ ଦେଇଥିଲେ । ଆଉ କହିଥିଲେକି ସେ ଅଚଳ ତାଳରେ ବାସ କରୁଛି । ସେଠାରେ ମୋର ପୂଜା କରନ୍ତୁ । ଯେବେ ସେହି ମହନ୍ତ ନିଜ ଶିଷ୍ୟଙ୍କୁ ଅଚଳ ସରୋବରକୁ ଖୋଜାଖୋଜି କରିବା ନେଇ ପଠାଇଥିଲେ । ସେ ସମୟରେ ତାଙ୍କୁ ମାଟି ଉପରେ ଅନେକ ସଂଖ୍ୟାରେ ଏଣ୍ଡୁଅ ଖେଳୁଥିବାର ଦେଖିବାକୁ ପାଇଥିଲେ । ସେସବୁକୁ ହଟାଇ ଯେବେ ସେ ଖୋଲାଖୋଳି କରିଥିଲେ ତାଙ୍କୁ କେତେ ଗୁଡିଏ ମୂର୍ତ୍ତୀ ମିଳିଥିଲା ।

ମନ୍ଦିରର ମହନ୍ତ କିମ୍ବା ମୁଖ୍ୟ ପୂଜକଙ୍କ କହିବା ଅନୁଯାୟୀ ଏଠାରେ ପୂଜା ପାଉଥିବା ପ୍ରତୀକ କିମ୍ବା ମୂର୍ତ୍ତିଙ୍କୁ ଠାବ ସର୍ବ ପ୍ରଥମେ ମହାନ ଧନୁର୍ଦ୍ଧର ଶ୍ରୀ ମହେନ୍ଦ୍ରନାଥ ଯୋଗୀ ମହାରାଜ ସିଦ୍ଧ ବିଧର୍ମୀ ନିର୍ମାଣ କରିଥିଲେ । ମାନ୍ୟତା ରହିଛିଯେ ହନୁମାନ ତାଙ୍କୁ ସ୍ବପ୍ନରେ ଦେଖାଦେଇଥିଲେ । ସେ ସମୟରେ ସେ ଏକୁଟିଆ ରହୁଥିବା ବେଳେ ତାଙ୍କୁ ଜଣା ଥିଲାକି ଭଗବାନ କୃଷ୍ଣଙ୍କ ବଡ ଭାଇ ପ୍ରଥମେ ହନୁମାନଙ୍କୁ ଏଣ୍ଡୁଅ ରୂପରେ ପୂଜା କରୁଥିଲେ । ଅଚଳ ତାଳ ମନ୍ଦିରରେ ହନୁମାନଙ୍କର କେବଳ ଆଖି ହିଁ ଦେଖାଦେଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.