କ୍ୟାନ୍ସର ଆଶଙ୍କାକୁ ବଢ଼ାଏ ଏହି ଖାଦ୍ୟ, ଯଦି ଖାଉଛନ୍ତି ତେବେ ହୋଇଯାନ୍ତୁ ସାବଧାନ୍‌

ରିସର୍ଚ୍ଚରେ ଜଣାପଡିଛି ଯେ ଯେଉଁ ଲୋକାମନେ ଦୀର୍ଘ ଦିନ ଧରି ଅଲ୍ଟ୍ରା ପ୍ରୋସେସ୍ଡ ଖାଦ୍ୟ ଖାଉଛନ୍ତି, ସେମାନଙ୍କ ଠାରେ କ୍ୟାନ୍ସର ହେବାର ଆଶଙ୍କା ବଢ଼ିଯାଉଛି ।

ଆଜିକାଲି ଡବା ବନ୍ଦ ଖାଦ୍ୟ ଖାଇବାର ଟ୍ରେଣ୍ଡ ଚାଲିଛି । ଦୋକାନ ହେଉ ଅବା ମଲ୍‌ ପ୍ରତ୍ୟେକ ଜାଗାରେ ଡବା ବନ୍ଦ ଖାଦ୍ୟ ଗଦା ହୋଇଛି । ଅଧିକାଂଶ ଲୋକ ଡବା ବନ୍ଦ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଏକ ଷ୍ଟଡି ଅନୁସାରେ, ଏହି ଖାଦ୍ୟ ଖାଇବା ଦ୍ୱାରା କ୍ୟାନ୍ସର ହେବାର ଆଶଙ୍କା ଅଧିକ ବଢ଼ିଯାଉଛି । ଏଥିପାଇଁ ଯଦି ଆପଣ ବହୁ ପରିମାଣରେ ଡବା ବନ୍ଦ ଖାଦ୍ୟ ଖାଉଛନ୍ତି, ତେବେ ଶୀଘ୍ର ସେଗୁଡ଼ିକ ଠାରୁ ଦୂରେଇ ଯାଆନ୍ତୁ ।

ତେବେ ଲଣ୍ଡନର ଇମ୍ପେରିଆଲ୍ କଲେଜରେ ଏକ ନୂଆ ରିସର୍ଚ୍ଚ କରାଯାଇଛି, ଯେଉଁଥିରେ ଜଣାପଡିଛି ଯେ ଯେଉଁ ଲୋକାମନେ ଦୀର୍ଘ ଦିନ ଧରି ଅଲ୍ଟ୍ରା ପ୍ରୋସେସ୍ଡ ଖାଦ୍ୟ ଖାଉଛନ୍ତି, ସେମାନଙ୍କ ଠାରେ କ୍ୟାନ୍ସର ହେବାର ଆଶଙ୍କା ବଢ଼ିଯାଉଛି । ଅନୁସନ୍ଧାନକାରୀ ଅଧ୍ୟୟନରେ କହିଛନ୍ତି ଯେ ଅଲ୍ଟ୍ରା- ପ୍ରୋସେସ୍ଡ ଖାଦ୍ୟ କ୍ୟାନ୍ସର ରୋଗର ଆଶଙ୍କାକୁ ବଢ଼ାଇବା ସହ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ।

ରିସର୍ଚ୍ଚରେ ଏହା ଦାବି କରାଯାଇଛି ଯେ, ଅଲଟ୍ରା ପ୍ରୋସେସ୍ଡ ଖାଦ୍ୟ ଖାଇବା ଦ୍ୱାରା ମେଦବହୁଳତା, ଟାଇପ୍ ୨ ଡାଇବେଟିସ୍ ଏବଂ ହୃଦରୋଗ ମଧ୍ୟ ହୋଇପାରେ । ଏଥିରେ ହାର୍ଟ ଷ୍ଟ୍ରୋକ୍ ଓ ହାର୍ଟ ସହ ଜଡ଼ିତ ସମସ୍ୟା ସାମିଲ ରହିଛି । ଏଥିରୁ ବର୍ତ୍ତିବା ପାଇଁ ଅଲ୍ଟ୍ରା ପ୍ରୋସେସ୍ଡ ଖାଦ୍ୟରୁ ଯଥାଶୀଘ୍ର ଦୂରତା ବଜାୟ ରଖିବା ଉଚିତ୍ ।

ଏହି ରିସର୍ଚ୍ଚରେ ୟୁକେ ବାୟୋବ୍ୟାଙ୍କ ରେକର୍ଡରେ ପ୍ରାୟ ୨୦୦,୦୦୦ ବୟସ୍କଙ୍କ ବିଷୟରେ ସୂଚନା ରଖାଯାଇଥିଲା । ଯେଉଁଥିରେ ଅନୁସନ୍ଧାନକାରୀମାନେ ୧୦ ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଥିଲେ ଏବଂ ସେହି ସମୟରେ ୩୪ ପ୍ରକାରର କ୍ୟାନ୍ସର ଉପରେ ନଜର ରଖିଥିଲେ । ଏହା ସହ କେତେ ଜଣ କ୍ୟାନ୍ସର ରୋଗରେ ମୃତ୍ୟୁବରଣ କରୁଛନ୍ତି ତାହା ମଧ୍ୟ ସେମାନେ ଯାଞ୍ଚ କରିଥିଲେ ।

ଇମ୍ପେରିଆଲ୍ କଲେଜରେ ହୋଇଥିବା ଏକ ରିସର୍ଚ୍ଚରେ କୁହାଯାଇଛି ଯେ ଅଲଟ୍ରା-ପ୍ରୋସେସ୍ଡ ଖାଦ୍ୟ ଖାଇବା ଦ୍ୱାରା ଓଭାରି କ୍ୟାନ୍ସର ଏବଂ ବ୍ରେନ୍ କ୍ୟାନ୍ସର ହେବାର ଆଶଙ୍କା ବଢ଼ିଥାଏ । ସବୁଠାରୁ ଅଧିକ ମୃତ୍ୟୁବରଣ କରୁଥିବା ଲୋକଙ୍କଠାରେ ଓଭାରି କ୍ୟାନ୍ସର ଏବଂ ବ୍ରେଷ୍ତଟ କ୍ୟାନ୍ସର ହୋଇଥିଲା । ଯେଉଁ ଲୋକମାନେ ନିଜ ଖାଦ୍ୟରେ ଅଲ୍ଟ୍ରା-ପ୍ରୋସେସ୍ଡ ଖାଦ୍ୟର ସେବନ ୧୦ ପ୍ରତିଶତ ବଢ଼ାନ୍ତି, ତାଙ୍କୁ କ୍ୟାନ୍ସ ହେବାର ଆଶଙ୍କା ପ୍ରାୟ ୨ ପ୍ରତିଶତ ବଢ଼ିଯାଏ ।

କଣ କଣ ଏହି ଅଲଟ୍ରା-ପ୍ରୋସେସ୍ଡ ଖାଦ୍ୟ?

  • ପିଜ୍ଜା
  • ପାସ୍ତା
  • ବର୍ଗର
  • ପ୍ୟାକେଜ୍ ସ୍ନାକ୍ସ
  • ଇନଷ୍ଟେଣ୍ଟ ନୁଡୁଲ୍ସ
  • ସୁପ୍
  • ଫିଜି କୋଲ୍ଡ ପାନୀୟ
  • କେକ୍
  • ବିସ୍କୁଟ
  • ଡବା ବନ୍ଦ ମିଠା
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.