ନାବାଳିକାକୁ ଚାକରାଣୀ ଭଳି ଖଟାଇ ନିର୍ଯାତନା ଦେଉଥିଲେ ଦମ୍ପତି, ଡଷ୍ଟବିନରୁ ଅଇଁଠା ଖାଇ ବଞ୍ଚୁଥିଲା ନାବାଳିକା
ଝାରଖଣ୍ଡରୁ ନାବାଳିକାକୁ ଆଣି ପିଲାର ଯତ୍ନ ନେବା ବଦଳରେ ନିର୍ଯାତନା ଦେଉଥିଲେ ଗୁରୁଗ୍ରାମ ଦମ୍ବତି । ନାବାଳିକାକୁ ଖାଇବାକୁ ଦେଉନଥିଲେ । ଡଷ୍ଟବିନରୁ ଅଇଁଠା ଖାଇବଞ୍ଚୁଥିଲା ୧୪ ବର୍ଷୀୟ ନାବାଳିକା। ଏବେ ଦମ୍ପତିଙ୍କୁ ଗିରଫ କଲା ପୋଲିସ ।
ହରିୟାଣାର ଗୁରୁଗ୍ରାମରେ ଏକ ଦମ୍ପତି ନିଜ ପିଲାର ଯତ୍ନ ନେବା ପାଇଁ ଜଣେ ୧୪ ବର୍ଷୀୟା ନାବାଳିକାକୁ ନିର୍ଯାତନା ହେବାର ଖବରକୁ ନେଇ ଏବେ ଚର୍ଚ୍ଚା । ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଦମ୍ପତି ନାବାଳିକାକୁ ମାରଧର କରିବା, ଯୌନ ନିର୍ଯାତନା ଦେବା, ଖାଇବାକୁ ନ ଦେବା, ଏପରିକି ଭୋକବିକଳରେ ବାଳିକାଟି ଡଷ୍ଟବିନରୁ ବାସି ଅଇଁଠା ଗୋଟେଇ ଖାଇବା ଅଭିଯୋଗ ହୋଇଛି। ନାବାଳିକାର ଫଟୋ ଭାଇରଲ ହେବା ପରେ ଏନଜିଓ ତରଫରୁ ଗୁରୁଗ୍ରାମ ପୋଲିସରେ ଅଭିଯୋଗ ହୋଇଛି । ଦମ୍ପତିଙ୍କୁ ପୋଲିସ ଗିରଫ କରିଛି । ତେବେ ଗିରଫ ହୋଇଥିବା ଦମ୍ପତିଙ୍କ ନାମ ମନୀଷ ଏବଂ କମଲଜିତ ରହିଛି। ଉଭୟ ଏକ ଘରୋଇ ସଂସ୍ଥାରେ କାମ କରନ୍ତି । ତାଙ୍କ ସାଢେ ୩ ବର୍ଷର ଝିଅ ରହିଛି ।
ପୋଲିସ କହିବା ଅନୁସାରେ, ଘରୋଇ କମ୍ପାନୀରେ ଚାକିରି କରୁଥିବା ଦମ୍ପତି ବାବାଳିକାକୁ ଯୌନ ନିର୍ଯାତନା ଦେଉଥିଲେ।ନାବାଳିକାର ହାତ, ପାଦ, ଗୋଡରେ ଅନେକ କ୍ଷତ ଚିହ୍ନ ରହିଛି । ନାବାଳିକାକୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି । ନାବାଳିକା ଜଣକ ଝାରଖଣ୍ଡର ବୋଲି ଜଣାପଡିଛି ।
I just met the girl. Short of words. She’s shared with me unimaginable horror. Blades, sticks, hot tongue – i don’t think anything was left in assaulting this child. All this for – not finishing work on time. She wasn’t paid a single penny for months of work @KanoongoPriyank pic.twitter.com/gUo7DRGwUI
— Deepika Narayan Bhardwaj (@DeepikaBhardwaj) February 7, 2023
ଅଭିଯୁକ୍ତ ଦମ୍ପତି ପାଞ୍ଚମାସ ତଳେ ଏକ ନିଯୁକ୍ତି ସଂସ୍ଥା ଜରିଆରେ ଝାଡ଼ଖଣ୍ଡର ରାଞ୍ଚିରୁ ନାବାଳିକାକୁ ଘରକାମ କରିବା ଓ ନିଜର ସାଢ଼େ ତିନିବର୍ଷ ଝିଅର ଯତ୍ନ ନେବା ପାଇଁ ଆଣିଥିଲେ। ନାବାଳିକା ଦ୍ବାରା ଘରର ସବୁ କାମ କରାଇବା ସହ ସେମାନେ ତାକୁ ନିର୍ମମ ଭାବେ ପ୍ରତିଦିନ ପିଟୁଥିଲେ। ତାକୁ ରାତିସାରା ଶୋଇବାକୁ କି ଖାଇବାକୁ ବି ଦେଉ ନ ଥିଲେ। ଦୀର୍ଘ ଦିନରୁ ଖାଇବାକୁ ଦେଉନଥିଲେ ବୋଲି ନାବାଳିକା ଜଣକ ଡଷ୍ଟବିନରୁ ଖାଦ୍ୟ ଗୋଟାଇ ଖାଉଥିଲେ । ତେବେ ସମାଜସେବୀ ଦୀପିକା ନାରାୟଣ ଭରଦ୍ୱାଜ ନାବାଳିକାର କିଛି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଫଳରେ ଘଟଣା ବିଷୟରେ ଜଣାପଡିଥିଲା ।
The couple has been identified as Manish & Kamaljeet. Manish works with @MaxLifeIns & Kamaljeet works with @mediamantrapr in Gurgaon. Both have been arrested. They’re now both saying they have a 3.5 yr old daughter & they’re sorry. Not a tear visible in their eyes though. pic.twitter.com/0RBNAwj9sA
— Deepika Narayan Bhardwaj (@DeepikaBhardwaj) February 7, 2023