ବାଉଁଶ ଜଳାଇବା କ’ଣ ପାଇଁ ଅଶୁଭ, କ’ଣ ରହିଛି ଏହାର କାରଣ ?

ଶାସ୍ତ୍ର ଅନୁସାରେ ବାଉଁଶ କାଠ ଜଳାଇବା ମନା। କୌଣସି ପୂଜା କିମ୍ବା ଯଜ୍ଞରେ ବାଉଁଶ କାଠ ଜଳାଇବା ଉଚିତ ନୁହେଁ। ଭାରତୀୟ ସନାତନ ପରମ୍ପରା ଅନୁସାରେ ବାଉଁଶ ଜଳାଇବା ଦ୍ୱାରା ବଂଶର ବନାଶ ହେବା ସହ ପିତୃଦୋଷ ଲାଗିଥାଏ। କ’ଣ ରହିଛି ଏହାର କାରଣ ?

ଧାର୍ମିକ ମାନ୍ୟତା:

82

ଧାର୍ମିକ ଧାରଣା ଅନୁସାରେ ଭଗବାନ ଶ୍ରୀକୃଷ୍ଣ ନିଜ ପାଖରେ ବାଉଁଶର ବଂଶୀ ରଖୁଥିଲେ, ଏଥିପାଇଁ ବାଉଁଶ କାଠ ଜଳାଇବାକୁ ମନା କରାଯାଇଛି।

ବାସୁଶାସ୍ତ୍ର ଅନୁସାରେ :

ଭାରତୀୟ ବାସ୍ତୁ ବିଜ୍ଞାନ ଅନୁସାରେ ବାଉଁଶ ବହୁତ ଶୁଭ। ବିବାହ, ବ୍ରତୋପୟନ ସମୟରେ ବାଉଁଶକୁ ପୂଜା କରିବା ସହ ମଣ୍ଡପ ତିଆରି କାର୍ଯ୍ୟ ବ୍ୟବହାର କରାଯାଏ, ଏଥିପାଇଁ ବାଉଁଶ କାଠ ଜଳାଯାଏ ନାହିଁ।

5

ଅତୃପ୍ତ ଆତ୍ମା ଦୂରେଇ ରହିଥାଏ :

ମାନ୍ୟତା ଅନୁସାରେ ବାଉଁଶ ଗଛ ଯେଉଁଠି ଥାଏ, ସେଠାରେ ଅତୃପ୍ତ ଆତ୍ମା ରହିପାରେ ନାହିଁ।

ବୈଜ୍ଞାନିକ କାରଣ :

ବାଉଁଶ କାଠରେ ଲେଡ ଏବଂ ଅନ୍ୟ କେତେ ପ୍ରକାର ଧାତୁ ରହିଥାଏ। ବାଉଁଶ ଜଳାଇବା ଦ୍ୱାରା ଏହି ଧାତୁ ଅକ୍ସାଇଡ ସୃଷ୍ଟି କରିଥାଏ, ଯାହା କାରଣରୁ ବାତାବରଣ ଦୂଷିତ ହୋଇଥାଏ। ଏହାଛଡା ଏହାକୁ ଜାଳିବା ଦ୍ୱାରା ଏଥିରୁ ବାହାରୁଥିବା ଧୂଆଁ ଯୋଗୁଁ ନ୍ୟୁରୋ ଏବଂ ଲିଭର ସମ୍ବନ୍ଧୀୟ ରୋଗ ହୋଇପାରେ।

8

ହିନ୍ଦୁଧର୍ମରେ ଧୂପକାଠି ଜାଳିବା ମନା :

ଧୂପକାଠିର ନିର୍ମାଣରେ ବାଉଁଶର ପ୍ରୟୋଗ ହୋଇଥାଏ, ଏଥିପାଇଁ ଏହାକୁ ଜାଳିବା ଅଶୁଭ ବୋଲି କୁହାଯାଏ। ଧାର୍ମିକ ଶାସ୍ତ୍ରରେ ପୂଜା ବିଧି ସମୟରେ ଧୂପକାଠି ଜାଳିବା କେଉଁଠି ମଧ୍ୟ ଉଲ୍ଲେଖ ନାହିଁ।

54

ଫେଙ୍ଗସୁଇ ଅନୁସାରେ :

3

ଫେଙ୍ଗସୁଇରେ ଦୀର୍ଘାୟୁ ହେବା ପାଇଁ ବାଉଁଶ ଗଛକୁ ବହୁତ ଶକ୍ତିଶାଳୀ ବୋଲି ଧରାଯାଏ। ଏହା ଉତ୍ତମ ଭାଗ୍ୟର ସଙ୍କେତ ଦେଇଥାଏ। ଏଥିପାଇଁ ଫେଙ୍ଗସୁଇ ଅନୁସାରେ ପାଉଁଶ ଜଳାଇବା ଅଶୁଭ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.