Below header

ଏକ୍ସପର୍ଟଙ୍କ କହିବା ଅନୁଯାୟୀ “ଶୀତଦିନରେ ପ୍ରତିଦିନ ଗାଧୋଇବା ଅନୁଚିତ୍‌”, କାରଣ ଜାଣନ୍ତୁ

ଶୀତଦିନେ ଯେଉଁମାନଙ୍କୁ ଗାଧୋଇବାକୁ ଡର ଲାଗେ ସେମାନଙ୍କ ପାଇଁ ଆମେ ନେଇଆସିଛୁ ଏକ ଖୁସିଖବର । ସାରା ବିଶ୍ଵର ସ୍କିନ ଏକ୍ସପର୍ଟସଙ୍କ କହିବା ଅନୁଯାୟୀ ପ୍ରତିଦିନ ଗାଧୋଇବା ଦ୍ୱାରା ଏହା ଆମର ସ୍କିନକୁ କ୍ଷତି ପହଂଚାଇଥାଏ । ତାହେଲେ ଆସନ୍ତୁ ଜାଣିବା ଶୀତଦିନେ ପ୍ରତିଦିନ ଗାଧୋଇବା ଦ୍ୱାରା ଆମ ଶରୀରକୁ କେଉଁ ପ୍ରକାରର କ୍ଷତି ହୋଇଥାଏ ।

ଏକ୍ସପର୍ଟଙ୍କ କହିବା ଅନୁଯାୟୀ ଅସନା ହେବା କାରଣରୁ ନୁହେଁ ବରଂ ସମାଜର ପ୍ରେସରରେ ଆସି ଆମକୁ ପ୍ରତିଦିନ ଗାଧୋଇବାକୁ ପଡିଥାଏ । ଗବେଷଣାରୁ ଏହା ପ୍ରମାଣ ହୋଇସାରିଛି ଯେ ସ୍କିନ ନିଜକୁ ସଫା ରଖିବାର କ୍ଷମତା ରହିଥାଏ । ଯଦି ଆପଣ ଜିମ ଯାଉନାହାନ୍ତି ଓ ପ୍ରତିଦିନ ଆପଣଙ୍କଠାରୁ ଝାଳ ବାହାରୁନାହିଁ କିମ୍ବା ଆପଣ ପ୍ରତିଦିନ ଧୂଳି,ମାଟି ସଂସ୍ପର୍ଶରେ ଆସୁନାହାନ୍ତି ତାହେଲେ ଆପଣଙ୍କୁ ପ୍ରତିଦିନ ଗାଧୋଇବାର ଆବଶ୍ୟକତା ନାହିଁ ।

ଯଦି ଆପଣ ଶୀତଦିନେ ପ୍ରତିଦିନ ଗରମ ପାଣିରେ ଗାଧୋଉଛନ୍ତି ତାହେଲେ ଏହା ଆପଣଙ୍କ ଶରୀରକୁ ଲାଭ ବଦଳରେ କ୍ଷତି ପହଂଚାଇଥାଏ । ଏପରି କରିବା ଦ୍ୱାରା ଆପଣଙ୍କ ସ୍କିନ ଡ୍ରାଏ ହୋଇପାରେ । କାରଣ ଏହାଦ୍ୱାରା ନ୍ୟାଚୁରାଲ ଅଏଲସ ବାହାରି ଯାଇଥାଏ ଯାହାକି ଆପଣଙ୍କୁ ମଇଶ୍ଚରାଇଜଡ଼ ଏବଂ ସୁରକ୍ଷିତ ରଖିଥାଏ । ଯଦି ଆପଣଙ୍କୁ ପ୍ରତିଦିନ ଗାଧୋଇବା ଆବଶ୍ୟକ ତାହେଲେ ଦଶ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ ଗାଧାନ୍ତୁ ନାହିଁ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆପଣଙ୍କ ସ୍କିନ ଭଲ ବ୍ୟାକ୍ଟେରିଆ ଜନ୍ମ କରିଥାଏ । ଯାହାକି ଆପଣଙ୍କୁ ହେଲଦି ରଖିବା ସହିତ କେମିକାଲସର ଟକ୍ସିନ୍ସ ରୁ ବଞ୍ଚାଇଥାଏ । ଏହା ବ୍ୟତୀତ ପ୍ରତିଦିନ ଗାଧୋଇବା ଦ୍ୱାରା ସ୍କିନର ନାଚୁରାଲ ଅଏଲ ବାହାରି ଯାଇଥାଏ । ଯେଉଁଥିପାଇଁ ଶରୀରରୁ ବ୍ୟାକ୍ଟେରିଆଗୁଡିକ ମରିଯାଆନ୍ତି । ଏହି ବ୍ୟାକ୍ଟେରିଆ ଆମର ଇମ୍ୟୁନ ସିଷ୍ଟମକୁ ମଧ୍ୟ ସପୋର୍ଟ କରିଥାନ୍ତି । ସେଥିପାଇଁ ଶୀତଦିନେ ଆମକୁ ସପ୍ତାହରେ ଦୁଇରୁ ତିନିଥର ଗାଧୋଇବା ଆବଶ୍ୟକ । ଏକ ରିପୋର୍ଟ ଅନୁଯାୟୀ ଜଣେ ବ୍ୟକ୍ତି ଦିନକୁ ୫୫ ଲିଟର ପାଣିରେ ଗାଧୋଇଥାଏ । ତେବେ ପ୍ରତିଦିନ ନଗାଧୋଈବା ଦ୍ୱାରା ଆପଣ ନିଜ ଶରୀର ସହିତ ସମାଜକୁ ମଧ୍ୟ ଲାଭ ପହଁଚାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.