”ପ୍ରୋସେସର” ପାଇଁ ସ୍ଥିର ହୋଇଥାଏ ଆପଣଙ୍କ ସ୍ମାର୍ଟଫୋନ, ଜାଣନ୍ତୁ କାରଣ

ଆଜି କାଲିର ବ୍ୟସ୍ତ ବହୁଳ ଜୀବନରେ ସବୁ କାମ ଫଟାଫଟ କରିବା ପାଇଁ ଫୋନ ଉପରେ ନିର୍ଭର କରିବାକୁ ପଡୁଛି। କାରଣ ଡିଜିଟାଲ ଯୁଗରେ ଏସବୁ କାମ ଅତି ସହଜରେ ହୋଇପାରୁଛି। ତେବେ ଆମ ଶରୀରରେ ସବୁ କାମ ଆମ ମସ୍ତିଷ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। କିନ୍ତୁ ମୋବାଇଲର ସବୁ କାମ ତାର ର‍୍ୟାମ ଉପରେ ନିର୍ଭର କରିନଥାଏ।

ଆଜିକାଲି ଏକରୁ ଅଧିକ କାମ ଫୋନ ଦ୍ୱାରା ହେବା କାରଣରୁ ଅନେକ ସମୟରେ ଏହା ହ୍ୟାଙ୍ଗ ହୋଇଯାଏ । ତେବେ ମୋବାଇଲର ସମସ୍ତ କାମ ପ୍ରୋସେସର ସମ୍ଭାଳିଥାଏ । କେବଳ ରାମ ଉପରେ ଭରସା କରି ଆପଣ ନିଜ ଫୋନକୁ ସବୁବେଳେ ଠିକ ରଖିପାରିବେ ନାହିଁ ସେଥିପାଇଁ ରାମ ସହିତ ଆପଣଙ୍କ ଫୋନର ପ୍ରୋସେସର ମଧ୍ୟ ଦମଦାର ହେବା ଆବଶ୍ୟକ । ତେଣୁ ଆପଣଙ୍କୁ ଏହା ଜାଣିବା ନିହାତି ଜରୁରୀ ଯେ ଆପଣଙ୍କ ଫୋନରେ କେଉଁ ପ୍ରୋସେସର ରହିଛି ।

ସ୍ନାପଡ୍ରାଗନ:
ସ୍ନାପଡ୍ରାଗନ ଚିପସେଟକୁ ଆମେରିକାର Qualcomm କମ୍ପାନୀ ପ୍ରସ୍ତୁତ କରିଥାଏ । ଏହାର 800 ସିରିଜର ପ୍ରୋସେସର ସବୁଠାରୁ ଭଲ ଅଟେ । ମଲ୍ଟିଟାସ୍କିଂଗ, ଗେମିଙ୍ଗ କିମ୍ବା ଅଡିଓ ଭିଡିଓ ସର୍ଫିଙ୍ଗରେ ଏହି ପ୍ରୋସେସର ବହୁତ ଭଲ କାମ କରିଥାଏ ।

ମିଡ଼ିଆଟେକ:
ତାଇୱାନର ଏହି କମ୍ପାନୀ ଆଜିର ସମୟରେ ସବୁଠାରୁ ଶସ୍ତା ପ୍ରୋସେସର ବନାଇଥାଏ । ଏହି ପ୍ରୋସେସରର ସବୁଠାରୁ ବଡ଼ ଦୁର୍ବଳତା ହେଉଛି ଏହା ବହୁତ ପାୱାର ବ୍ୟବହାର କରିଥାଏ ଯାହାଦ୍ୱାରା ଫୋନର ବ୍ୟାଟେରୀ ଶୀଘ୍ର ଶେଷ ହୋଇଯାଇଥାଏ । ଏପରି ଅନେକ ଡିଭାଇସ ରହିଛି ଯେଉଁଥିରେ ହିଟ୍ ର ସମସ୍ୟା ମଧ୍ୟ ଦେଖିବାକୁ ମିଳିଥାଏ ।

ଏକସିନସ:
ଏକସିନସ ଏହି ପ୍ରୋସେସରକୁ ସାମସଙ୍ଗ ପ୍ରସ୍ତୁତ କରିଥାଏ । ଏହାକୁ ଆଣ୍ଡ୍ରଏଡ଼ ସ୍ମାର୍ଟଫୋନ ପାଇଁ ସବୁଠାରୁ ଭଲ ପ୍ରୋସେସର କୁହାଯାଇଥାଏ । ଏହା ଆପଣଙ୍କୁ quad core ଏବଂ octa core ଦୁଇଟି ଯାକ ଭ୍ୟାରିଏଣ୍ଟରେ ମିଳିଯାଇଥାଏ ।

ହାଇସିଲିକନ କିରିନ:
ଏହା ଚୀନର Huawei କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଥାଏ । ଏମାନଙ୍କର ଲାଟେଷ୍ଟ ମଡେଲରେ ମାଲି ଜିପିୟୁ ଦେଖିବାକୁ ମିଳିବ । ଏଥିରେ ଏଆରଏମ ସିପିୟୁ କୋର ଏବଂ ଅପଗ୍ରେଡ ନେଟୱାର୍କ ଟେକନିକର ବ୍ୟବହାର କରାଯାଇଥାଏ । କେବଳ ସେତିକି ନୁହେଁ ଏଥିରେ 16 ନାନୋମିଟର ଟେକ୍ନୋଲୋଜୀର ବ୍ୟବହାର କରି ପ୍ରୋସେସର ବନାଯାଇଥାଏ । ଏହି ପ୍ରୋସେସରରେ ବ୍ୟାଟେରୀ ଲାଇଫ ଭଲ ରହିବା ସହିତ ଫୋନ ହିଟ ମଧ୍ୟ ହୋଇନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.