Below header

ଖାଇବା ବେଳେ ପିଲା ନଖରାମି ଦେଖାଉଛନ୍ତି କି, ଆପଣାନ୍ତୁ ଏହି ଉପାୟ ସବୁ; ପୋଛିପାଛି ଖାଇଦେବେ ପିଲେ

ପିଲାଙ୍କର ଖାଇବା ପିଇବାକୁ ନେଇ ବାପା ମା’ମାନେ ସବୁବେଳେ ଚିନ୍ତିତ ଥାଆନ୍ତି। କାରଣ ପିଲାମାନେ ଠିକ୍‌ ଭାବେ ଖାଇନଥାନ୍ତି। ପ୍ଲେଟ୍‌ରେ ଦିଆଯାଉଥିବା ଖାଦ୍ୟକୁ ପିଲାମାନେ ଅଧାରେ ଛାଡ଼ି ଦେଇ ଚାଲିଯାଆନ୍ତି। ଏଣୁ ସବୁବେଳେ ମା’ମାନେ ପିଲାଙ୍କୁ କ’ଣ ଖାଇବାକୁ ଦେବେ ତାହା ଭାବି ଚିନ୍ତାରେ ରହିଥାନ୍ତି। ଯଦି ଆପଣଙ୍କ ପିଲା ମଧ୍ୟ ଠିକ୍‌ ଭାବେ ଖାଦ୍ୟ ଖାଉନାହିଁ, ତେବେ ଆଜି ଆମେ ଆପଣଙ୍କୁ କେତେକ ଏଭଳି ଟିପ୍ସ କହିବୁ ଯାହାକୁ ଆପଣାଇ ଆପଣ ନିଜ ପିଲାର ଏହି ବଦଭ୍ୟାସକୁ ବଦଳାଇ ପାରିବେ…

ଆପଣ ଘରେ ଯାହା ଖାଉଛନ୍ତି ପିଲାଙ୍କୁ ମଧ୍ୟ ତାହା ହିଁ ଖାଇବାକୁ ଦିଅନ୍ତୁ। କାରଣ ଯଦି ସବୁବେଳେ ଆପଣ ଛୁଆ ପାଇଁ କିଛି ଅଲଗା ତିଆରି କରିବେ, ତେବେ ଏହା ତା’ ଅଭ୍ୟାସରେ ପରିଣତ ହୋଇଯିବ ଓ ସେ ସବୁବେଳେ ଚାହିଁବ ଯେ ତା ପାଇଁ ସବୁବେଳେ କିଛି ଅଲଗା ଖାଦ୍ୟ ତିଆରି ହେଉ। ଏଣୁ ସବୁବେଳେ ଆପଣ ଯାହା ଖାଉଛନ୍ତି ଛୁଆକୁ ମଧ୍ୟ ତାହା ହିଁ ଦିଅନ୍ତୁ।

food

ପିଲାକୁ ଯଦି ଚିରାଚରିତ ଖାଦ୍ୟ ଭଲ ଲାଗୁନାହିଁ ତେବେ ତାକୁ ବାଧ୍ୟ କରନ୍ତୁ ନାହିଁ। ନିଜ ଖାଦ୍ୟ ତିଆରି କରିବା ଶୈଳୀ ବଦଳାନ୍ତୁ। ଇଣ୍ଟରନେଟ୍‌ରୁ ବିଭିନ୍ନ ହେଲଦି ଖାଦ୍ୟ ତିଆରି କରିବା ଶିଖି ପିଲାଙ୍କୁୁ ଖାଇବାକୁ ଦିଅନ୍ତୁ।

ଖାଇବା ତିଆରି କରିବା ବେଳେ ପିଲାଙ୍କୁ ପାଖକୁ ଡାକନ୍ତୁ ଓ ରୋଷେଇ କେମିତି ହୁଏ ତାହା ବୁଝାନ୍ତୁ। ଏହା ଦ୍ୱାରା ମଧ୍ୟ ଖାଇବାକୁ ନେଇ ତା’ମନରେ ସକରାତ୍ମକ ଧାରଣା ଆସିବ ଓ ସେ ଖାଦ୍ୟ ଫୋପାଡ଼ିବ ନାହିଁ।

food

ପିଲାଙ୍କୁ ତାଙ୍କ ପ୍ରିୟ ଖାଦ୍ୟ ସହ ପସନ୍ଦ ନଥିବା ଖାଦ୍ୟ ମଧ୍ୟ ଖୁଆନ୍ତୁ। କଲରା, ଶାଗ ଆଦି ଖାଦ୍ୟକୁ ପ୍ଲେଟ୍‌ରେ ଅଳ୍ପ ଅଳ୍ପ କରି ଦିଅନ୍ତୁ ଓ ଖାଇବାକୁ କୁହନ୍ତୁ। ଏହା ଦ୍ୱାରା ଶରୀରକୁ ଖାଦ୍ୟସାର ମିଳିବ।

ସବୁବେଳେ ପରିବାର ସହ ଏକାଠି ବସି ଛୁଆକୁ ଖୁଆନ୍ତୁ। ଏହା ଦ୍ୱାରା ସେ ସମସ୍ତଙ୍କ ସହ ମିଶି ଠିକ୍‌ ଭାବେ ଖାଇବ। ଏକୁଟିଆ ଖାଇବା ତୁଳନାରେ ଏକାଠି ଖାଇବା ପିଲାଙ୍କ ଶରୀର ଉପରେ ମଧ୍ୟ ଭଲ ପ୍ରଭାବ ପକାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.