iPhone 12, iPhone 11, iPhone SE ରେ ମିଳୁଛି ୬ ହଜାର ଟଙ୍କାର କ୍ଯାଶବ୍ଯାକ୍, ଏମିତି ଉଠାନ୍ତୁ ଅଫରର ଫାଇଦା

ଯଦି ଆପଣ ନୂଆ ଆଇଫୋନ୍ କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ରିଲାଏନ୍ସ ଡିଜିଟାଲ HDFC ବ୍ଯାଙ୍କ କେଡ୍ରିଟ କାର୍ଡ ଜରିଆରେ iPhone 12, iphone 11 ଏବଂ iPhone SE କିଣିଲେ ୬ ହଜାର ଟଙ୍କା ପର୍ଯ୍ଯନ୍ତ କ୍ଯାଶବ୍ଯାକ୍ ମିଳୁଛି। HDFC ବ୍ଯାଙ୍କ ଗ୍ରାହକ iPhone 12ରେ ୬ ହଜାର ଟଙ୍କା କ୍ଯାଶବ୍ଯାକ୍ ଫାଇଦା ଉଠାଇପାରିବେ। ନୂଆ ଆଇଫୋନ ୧୨କୁ ୭୩,୯୦୦ ଟଙ୍କାରେ କିଣିପାରିବେ। ଯାହାର ଦାମ୍ ୭୯,୯୦୦ ଟଙ୍କା ରହିଛି।

୫ଜି ଇନବିଲ୍ଡ ଆଇଫୋନ ୧୨ରେ OLED ଡିସପ୍ଲେ, A14 ବାୟୋନିଜ ପ୍ରୋସେସର, iOS ୧୪ ଏବଂ ୧୨ ମେଗାପିକ୍ସେଲ ଡୁଆଲ ରିଅର କ୍ଯାମେରା ଏବଂ ୧୨ ମେଗାପିସେଲ ପ୍ରଣ୍ଟ କ୍ଯାମେରା ରହିଛି। ସେହିପରି ଆଇଫୋନ ୧୧ରେ ଗ୍ରାହକ ୫ ହଜାର ଟଙ୍କାର କ୍ଯାଶବ୍ଯାକ୍ ଲାଭ ଉଠାଇପାରିବେ। ଏହି ଫୋନ ୫୪,୯୦୦ ଟଙ୍କାରେ ମିଳିବ। ଗ୍ରାହକଙ୍କୁ କ୍ଯାଶବ୍ଯାକରେ ଏହି ଫୋନ ୪୯,୯୦୦ ଟଙ୍କାରେ ମିଳିବ। ଏଥିରେ ୬.୧ ଇଞ୍ଚର ଲିକ୍ବିଡ ରେଟିନା ଡିସପ୍ଲେ, ୧୨ ମେଗାପିକ୍ସେଲ ଫ୍ରଣ୍ଟ କ୍ଯାମେରା ଏବଂ A13 ବାୟୋନିକ ପ୍ରୋସେର ରହିବ।

iphone 1

iPhone SE ରେ ଗ୍ରାହକଙ୍କୁ ୪ ହଜାର କ୍ଯାଶବ୍ଯାକ୍ ସହିତ ମିଳୁଛି। ଯାହାର ମୂଲ୍ଯ ୩୯,୯୦୦ ଟଙ୍କା ରହିଥିବା ବେଳେ ଅଫରରେ ଗ୍ରାହକଙ୍କୁ ୩୫,୯୦୦ ଟଙ୍କାରେ ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.