୩୦ ବର୍ଷ ପରେ ଖାଆନ୍ତୁ ଏହିସବୁ ଜିନିଷ, ରୋଗ ମାଡିବନି ଆପଣଙ୍କ ପାଖ 

୩୦ ବର୍ଷ ପରେ ମହିଳାଙ୍କ ଶରୀରରେ କେତେ ପ୍ରକାର ପରିବର୍ତନ ଆସିଥାଏ | ୪୦ ବର୍ଷ ବୟସରେ ପହଂଚିବା ବେଳକୁ ଶରୀରରେ ମାଂସପେଶୀ କମ ହେବାକୁ ଲାଗିଥାଏ | ଏହି ସମୟରେ ହର୍ମୋନ ଅସନ୍ତୁଳନ ଦେଖାଯାଏ | ସ୍ଵଭାଵ ମଧ୍ୟ ଚିଡିଚିଡା ହୋଇଥାଏ | ଏହା ଛଡା କିଛି ମହିଳାଙ୍କ ଓଜନ ବି ବଢିଥାଏ | ବିଭିନ୍ନ ରୋଗ ମଧ୍ୟ ମାଡି ଆସିଥାଏ |୩୦ ରୁ ୪୦ ବର୍ଷ ବୟସ୍କ ମହିଳା କେତେକ ବ୍ୟାୟମ ସହ ଏହିସବୁ ଖାଦ୍ୟ ଖାଇବା ଜରୁରୀ |

ଅଳସି ମଞ୍ଜି – ଅଳସି ମଞ୍ଜିରେ ଓ଼ମେଗା -3 ଫ୍ୟାଟି  ଏସିଡ ଏବଂ ଫାଇବର ଥାଏ | ଏହା ସେବନ କରିବା ଦ୍ୱାରା ହାଡ ମଜବୁତ ହୋଇଥାଏ
ଓ ମସ୍ତିସ୍କ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ |

ରସୁଣ – ରସୁଣ ସେବନ ସବୁ ବୟସରେ ଫାଇଦା ଯୁକ୍ତ ଅଟେ | ଏଥିରେ ଆଣ୍ଟିଵ୍ୟାକଟ୍ରିଆଲ ଏବଂ ଆଣ୍ଟିବ୍ୟାରେଲ ଗୁଣ ହୋଇଥାଏ | ଏହା ବ୍ୟତୀତ ରସୁଣରେ ଏଲିସିନ ନାମକ ତତ୍ୱ ବ୍ରେଷ୍ଟ କାନ୍ସର ରୋକିବାରେ ସହାୟକ ହୋଇଥାଏ |

ଡାର୍କ ଚକୋଲେଟ – ଡାର୍କ ଚକୋଲେଟରେ ପ୍ଳେବନାଇଡ ଥାଏ ଯାହା ଆପଣଙ୍କ ହୃଦ ରୋଗ ,ଡାୟବେଟିସ ଏବଂ ଉଚ୍ଚ ରକ୍ତ ଚାପ ଆଦି ରୋଗରୁ ବଞ୍ଚାଇ ଥାଏ |

ଅଣ୍ଡା – ମହିଳାଙ୍କୁ ଅଣ୍ଡା ନିହାତି କମରେ ଗୋଟେ ରୁ ଦୁଇଟା ପର୍ଯ୍ୟନ୍ତ ପ୍ରତିଦିନ ଖାଇବା ଉଚିତ | କାରଣ ଏଥିରେ ଭିଟାମିନ ଡି ରହିଥାଏ |

ପିଆଜ – ପିଆଜରେ କେତେକ ପାୱାରଫୁଲ ଆଣ୍ଟିଅକ୍ସିଡେଣ୍ଟସ ଥାଏ ଯାହା ଆପଣଙ୍କ ଶରୀରକୁ କାନ୍ସର ,ଟ୍ୟୁମର ଭଳି ରୋଗରୁ ବଞ୍ଚାଈ ଥାଏ | ଏବଂ  ପିଆଜର ଥିବା ପୋଟେସିୟମ ଆପଣଙ୍କ ବ୍ଲଡ଼ ପ୍ରେସରକୁ ଠିକ ରଖିଥାଏ |

ଅଦା – ଅଦା ଖାଇବା ଦ୍ୱାରା ଧମନୀ ସଂକ୍ରାନ୍ତୀୟ କେତେକ ସମସ୍ୟା ଯେମିତି ମସଲ ପେନ ଏବଂ ପାଚନ ସମ୍ବନ୍ଧୀୟ ସମସ୍ୟା ଗୁଡ଼ିକରୁ ମୁକ୍ତି ମିଳିଥାଏ |

ବ୍ରୋକଲି – ବ୍ରୋକଲି ଭିଟାମିନ ବି 6, ଭିଟାମିନ ଏ ଏବଂ ଫାଇବର ର ବହୁତ ବଢିଆ ସ୍ରୋତ ଥାଏ | ବ୍ରୋକଲି ଖାଇବା ଦ୍ୱାରା ଓଜନ
କମିଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.