ଗର୍ଭପାତ ପରେ ମହିଳାମାନେ ରଖନ୍ତୁ ଏହିସବୁ କଥାର ଧ୍ୟାନ ନଚେତ ବିଗିଡି ଯାଇପାରେ ସ୍ୱାସ୍ଥ୍ୟ

କୁହାଯାଏ ଗର୍ଭପାତ କରାଇବା ଶରୀରରେ ହାଡ଼ ଭାଙ୍ଗିବା ସହିତ ସମାନ । ଗର୍ଭପାତ ପରେ ମହିଳାମାନେ ଶାରୀରିକ ଓ ମାନସିକ ଭାବେ ବହୁତ ଦୁର୍ବଳ ହୋଇପଡିଥାନ୍ତି । ଯେକୌଣସି ନାରୀକୁ ଏଭଳି ଏକ ସ୍ଥିତିରୁ ବାହାରିବା ପାଇଁ ବହୁତ ସମୟ ଲାଗିଥାଏ । ପ୍ରଥମ ତିନି ମାସରେ ଗର୍ଭପାତ କରାଇବାର ସମ୍ଭାବନା ଅଧିକ ଥାଏ ସେଥିପାଇଁ ଅଧିକାଂଶ ମହିଳା ନିଜର ଗର୍ଭଧାରଣ ବିଷୟରେ ପ୍ରଥମରୁ ଲୁଚାଇଥାନ୍ତି ।

Image result for abortion

ଗର୍ଭପାତ କରାଇବା ପରେ ଶରୀର ବହୁତ ଦୁର୍ବଳ ହୋଇପଡ଼ିଥାଏ ଯାହାର ଲକ୍ଷଣ ଧୀରେ ଧୀରେ କମ ହୋଇଥାଏ । ଗର୍ଭପାତର ଏକ କିମ୍ବା ଦୁଇ ସପ୍ତାହ ପରେ ବ୍ଲିଡିଙ୍ଗ ମଧ୍ୟ ବନ୍ଦ ହୋଇଯାଇଥାଏ ଓ ଏହି ସମୟରେ ମହିଳା ମାନଙ୍କୁ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଗର୍ଭପାତ ପରେ ଶରୀରରେ ବହୁତ ଦୁର୍ବଳତା ଅନୁଭବ ହୋଇଥାଏ । ସମ୍ପୂର୍ଣ ଭାବେ ସୁସ୍ଥ ହେବାପାଇଁ ଅନ୍ତତଃ ଗୋଟେ ମାସ ସମୟ ଲାଗିଥାଏ । ସେଥିପାଇଁ ଏହି ସମୟରେ ନିଜର ଯତ୍ନ ନିଅନ୍ତୁ ଓ ଅଧିକ ବ୍ଲିଡିଙ୍ଗ ହେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

Image result for abortion

ଗର୍ଭପାତ ପରେ ଏହା ମହିଳାଙ୍କ ମନ ଉପରେ ଗଭୀର ପ୍ରଭାବ ପକାଇଥାଏ ତେବେ ଏପରିସ୍ଥଳେ ପରିବାର ଲୋକଙ୍କ ସାହାରା ମହିଳାଙ୍କ ପାଇଁ ବହୁତ ଆବଶ୍ୟକୀୟ ହୋଇଥାଏ । ଅନେକ ମହିଳା ଏହି ସବୁ ପଛରେ ନିଜକୁ ଦୋଷୀ ବୋଲି ଭାବିଥାନ୍ତି ତେଣୁ ଏହି ସମୟରେ ବିଶେଷକରି ସ୍ୱାମୀ ମାନେ ନିଜ ସ୍ତ୍ରୀଙ୍କୁ ଯେତେ ସମ୍ଭବ ଖୁସିରେ ରଖିବାକୁ ଚେଷ୍ଟା କରନ୍ତୁ । ତାଙ୍କୁ ସର୍ବଦା ଅନ୍ୟ କୌଣସି କଥାରେ ଭୁଲାଇ ରଖନ୍ତୁ ଯାହାଦ୍ୱାରା ସେ ଏହି ମାନସିକ ଚିନ୍ତାରୁ ମୁକ୍ତି ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.