ପାରା ବି ବୁଝିପାରେ ବିଜ୍ଞାନ! ରିସର୍ଚ୍ଚରୁ ହେଲା ସ୍ପଷ୍ଟ

ଆମ ଦେଶରେ ପାରାଙ୍କୁ ପାଳିବାର ପରମ୍ପରା ବହୁ ପୁରୁଣା ଯୁଗରୁ ରହିିଆସିଛି। ପାରାମାନଙ୍କର ପ୍ରଖର ବୁଦ୍ଧିକୁ ନଜରରେ ରଖି ପୁରୁଣା କାଳର ଲୋକେ ନିଜ ସନ୍ଦେଶକୁ ସେମାନଙ୍କ ଜରିଆରେ ହିଁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ପଠାଉଥିଲେ। ଏବେ ଏହି କଥାକୁ ସତ ବୋଲି ପ୍ରମାଣିତ କରିଛି ଏକ ରିସର୍ଚ୍ଚ। ଏଥିରୁ ଜଣାପଡ଼ିଛି, ସାଧାରଣ ପରି ଦେଖାଯାଉଥିବା ପାରା ବି ମଣିଷ ଭଳି ପ୍ରଖର ବୁଦ୍ଧିମାନ। କେବଳ ଏତିକି ନୁହେଁ, ମଣିଷ ଭଳି ଏହି ପକ୍ଷୀ ବିଜ୍ଞାନର ଜରୁରୀ ସିଦ୍ଧାନ୍ତଗୁଡ଼ିକୁ ବହୁତ ଭଲ ଭାବେ ବୁଝିପାରିଥାଏ।

pig

ଆମେରିକାର ଲୋଭା ୟୁନିଭର୍ସିଟିରେ ହୋଇଥିବା ରିସର୍ଚ୍ଚରୁ ସ୍ପଷ୍ଟ ହୋଇଛି ଯେ ପାରାର ମସ୍ତିଷ୍କ ତୀକ୍ଷ୍ଣ। ସେ ‘ସ୍ପେସ୍‌’ ଏବଂ ‘ଟାଇମ୍‌’ ଭଳି ମୂଳ କନ୍‌ସେପ୍ଟକୁ ଅତି ସହଜରେ ବୁଝିପାରିଥାଏ। ଏହି ଜିନିଷକୁ ବୁଝିବା ପାଇଁ ସେମାନଙ୍କ ମସ୍ତିଷ୍କର କେତେକ ଅଲଗା ଅଂଶ ବି କାମ କରିଥାଏ, ଯାହାକି ମଣିଷ ମସ୍ତିଷ୍କ ଭଳି ନୁହେଁ।

ରିସର୍ଚ୍ଚରୁ ମିଳିଥିବା ତଥ୍ୟ ମୁତାବକ, ପକ୍ଷୀ, ରେପ୍ଟାଇଲ୍‌, ମାଛ, ଏମାନେ ଏମିତି ପ୍ରାଣୀ, ଯେଉଁମାନଙ୍କଠାରେ ଅନ୍ୟମାନଙ୍କ ତୁଳନାରେ ଅଧିକ ଭାବିବା ଏବଂ ବୁଝିବାର କ୍ଷମତା ଅଛି। ଏବେ ପକ୍ଷୀମାନଙ୍କ ବୁଦ୍ଧିରେ ଜ୍ଞାନ ସମ୍ବନ୍ଧୀୟ କ୍ଷମତା ଏତେ ବଢ଼ିଯାଇଛି ଯେ ଯାହା ମାନବ ବୁଦ୍ଧି ସମକକ୍ଷ।

pig2

ମଣିଷ ମସ୍ତିଷ୍କର ବାହାର ଭାଗ ଭାବି ଚିନ୍ତି କାମ କରିବା, କହିବା ଏବଂ ନିର୍ଣ୍ଣୟ ନେବା ଭଳି ବହୁତ ଜରୁରୀ କାମ କରିଥାଏ। କିନ୍ତୁ ପାରାମାନଙ୍କଠାରେ ଏହି ସବୁ କାମ କରିବା ପାଇଁ ମସ୍ତିଷ୍କର ଅନେକ ଭାଗ ଆକ୍ଟିଭ ରହିଥାଏ।

ପାରାମାନଙ୍କର ମସ୍ତିଷ୍କ କ୍ଷମତାକୁ ଆକଳନ କରିବା ପାଇଁ ଏକ କମନ୍‌ ଟେଷ୍ଟ୍‍ କରାଯାଇଥିଲା। ଏଥିରେ ସେମାନଙ୍କୁ କମ୍ପ୍ୟୁଟର ସ୍କ୍ରୀନ୍‌ ଉପରେ ୬ କିମ୍ବା ୨୪ ସେଣ୍ଟିମିଟରର ଲମ୍ବା ଲାଇନ୍‌ ୨ରୁ ୮ ସେକେଣ୍ଡ ପାଇଁ ଦେଖାଯାଇଥିଲା। ଏହି ଟେଷ୍ଟ ପରେ ଜଣାପଡ଼ିଥିଲା, ଏହି ପକ୍ଷୀମାନଙ୍କର ବ୍ରେନ୍‌ରେ ଏକ ଅଲଗା ସିଷ୍ଟମ କାମ କରୁଛି, ଯାହାକି ସେମାନଙ୍କୁ ସାମାନ୍ୟ ଏବଂ ଗୁରୁତ୍ୱପୂର୍ଣ୍ଣ ବିଜ୍ଞାନ ସିଦ୍ଧାନ୍ତ ବୁଝିବାରେ ସାହାଯ୍ୟ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.