Below header

ଅତି ଉପକାରୀ ବେଲ ପତ୍ର , ନିୟମିତ ଖାଇଲେ ମିଳିବ ବିଭିନ୍ନ ରୋଗରୁ ମୁକ୍ତି

ବେଲଗଛ ଏମିତି ଏକ ପବିତ୍ର ଗଛ ଯାହାକୁ ପୂଜା କରାଯାଇଥାଏ । ଏହା ଅତି ଉପକାରୀ ଗଛ । ବେଲ ଫଳ ଏବଂ ପତ୍ର ବହୁ କାର୍ଯ୍ଯକାରୀ ଅଟେ । ବେଲ ପତ୍ର ପ୍ରଭୁ ଶିବଙ୍କ ପ୍ରୀୟ ପତ୍ର । ତେବେ ଏହି ବେଲ ପତ୍ରରେ ରହିଛି ଅନେକ ଉପକାରୀ ଗୁଣ । ଯାହା ଶରୀରର ବିଭିନ୍ନ ରୋଗକୁ ଉପଶମ କରିବାରେ ସାହାର୍ଯ୍ଯ କରିଥାଏ । ନିୟମିତ ବେଲ ପତ୍ର ଖାଇବା ଲାଭଦାୟକ ଅଟେ ।

4pତେବେ ଆସନ୍ତୁ ଜାଣିବା ବେଲ ପତ୍ରର କଣ ରହିଛି ଉପକାରୀ ଗୁଣ :

-ବେଲ ପତ୍ରରେ ଭିଟାମିନ୍‌ ଏ, ବି ଏବଂ ସି ରହିଛି। ବେଲପତ୍ରକୁ ନିୟମିତ ଖାଇବା ଦ୍ୱାରା ଗ୍ୟାସଷ୍ଟ୍ରିକ ରୋଗରୁ ମୁକ୍ତି ମିଳିଥାଏ।

-ପ୍ରତିଦିନ ଅଳ୍ପ ମହୁ ସହ ୨ ଚାମଚ ବେଲ ପତ୍ରର ରସକୁ ପିଇବା ଦ୍ୱାରା ଡ଼ାଇବେଟିସ କଣ୍ଟ୍ରୋଲ୍‌ ହୋଇଥାଏ।

3p-ଅଳ୍ପ ଗୋଲମରିଚ ଗୁଣ୍ଡ ସହ ଏକ ଚାମଚ ଶୁଖିଲା ବେଲ ପତ୍ର ଗୁଣ୍ଡ ଖାଇବା ଦ୍ୱାରା ଥଣ୍ଡା ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ।

-ସେହିପରି ବେଲ ପତ୍ର ଆଜ୍‌ମା, ଜଣ୍ଡିସ୍ ଭଳି ରୋଗରୁ ମୁକ୍ତି ଦେଇଥାଏ। ଶରୀରକୁ ସୁସ୍ଥ ସବଳ ରଖିବାରେ ଏହା ବେଶ ସହାୟକ ହୋଇଥାଏ ।

1p-ବେଲପତ୍ର ମଧ୍ୟ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ । ବେଲ ପତ୍ରକୁ ଚିପୁଡ଼ି ସେଥିରୁ ରସ ବାହାର କରି ସେହି ରସକୁ ଅଳ୍ପ ଗୋଲମରିଚ ଗୁଣ୍ଡ ସହିତ ମିଶାଇ ସେବନ କଲେ କୃମି ପ୍ରଭୃତି ରୋଗରୁ ଆରୋଗ୍ୟ ମିଳିଥାଏ।

-ଭୋକ ହେଉ ନ ଥିଲେ କଅଁଳିଆ ବେଲ ପତ୍ରକୁ ଖାଆନ୍ତୁ।

-କସି ବେଲକୁ ବାଟି ସେଥିରେ ମହୁ ମିଶାଇ ସେବନ କରିବା ଦ୍ୱାରା ନାଳ ଝାଡ଼ା ରୋଗ ଭଲ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.