ପ୍ରବଳ କୁହୁଡି ପାଇଁ ୫୫ଟି ଟ୍ରେନକୁ ବାତିଲ କରିଛି ରେଳବାଇ

ଦିଲ୍ଲୀ : ପ୍ରବଳ କୁହୁଡି ପାଇଁ ୫୫ଟି ଟ୍ରେନକୁ ବାତିଲ କରିଛି ରେଳବାଇ । ମିଳିଥିବା ସୂଚନା ଅନୁସାରେ ରାଜଧାନୀ ଦିଲ୍ଲୀରେ ପ୍ରବଳ କୁହୁଡି ହୋଇଥିବାରୁ ରେଳ ଲାଇନ ସମ୍ପୂର୍ଣ୍ଣ କୁହୁଡିରେ ଆଚ୍ଛାଦିତ ହୋଇ ରହିଛି । ତେଣୁ ଲାଇନରେ ଟ୍ରେନ ଚଳାଚଳ ସମ୍ଭବ ହୋଇପାରୁନାହିଁ । ଟ୍ରାକ ଉପରେ ଅନେକ ଟ୍ରେନ ସିଗନାଲ ନପାଇ ଛିଡା ହୋଇ ରହିଥିବା ମଧ୍ୟ ସୂଚନା ମିଳିଛି । ତେବେ ସଠିକ୍ ସମୟତ ଦୂରର କଥା ବହୁ ବିଳମ୍ଭରେ ମଧ୍ୟ ଟ୍ରେନ ପହଞ୍ଚୁନଥିବା ଜଣାପଡିଛି ।

fog2ତେଣୁ ଲୋକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଳବାଇ ୫୫ଟି ଟ୍ରେନକୁ ସମ୍ପୂର୍ଣ୍ଣ ବାତିଲ କରିଥିବା ବେଳେ ୨୫ଟି ଟ୍ରେନକୁ ସାମୟିକ ଭାବରେ ବାତିଲ କରାଯାଇଛି । ୧୧ଟି ଟ୍ରେନ ବିଳମ୍ଭରେ ଚାଲୁଛି । ବର୍ତମାନ ଦିଲ୍ଲୀରେ ତାପମାତ୍ରା ୭.୧ ରହିଥିବା ସମୟରେ ପ୍ରବଳ କୁହୁଡି ଲାଗିରହିଛି । ଘନକୁହୁଡି ପାଇଁ ରେଳ ଚଳାଚଳରେ ବ୍ୟାଘତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.