ଶାମ୍ପୁ ବିନା ବି ଲଗାଇ ପାରିବେ ହେୟାର କଣ୍ଡିଶନର, ଜାଣନ୍ତୁ କିଛି ଜରୁରୀ କଥା

ହେୟାର କଣ୍ଡିଶନର କେଶକୁ କଣ୍ଡିଶନିଙ୍ଗ୍‌ କରିବାରେ ଉପଯୋଗ କରାଯାଇଥାଏ। ସାଧାରଣତଃ କେଶ ଶାମ୍ପୁ କରିବା ପରେ ଏହାକୁ ଓଦା କେଶରେ ଲଗାଯାଇଥାଏ, ଯଦ୍ଦ୍ଵାରା କେଶ ମୁଲାୟମ ରହିବା ସହିତ କେଶ ଝଡ଼ିବାରୁ ମୁକ୍ତି ମିଳିଥାଏ। ଆଜି ଆମେ ଆପଣଙ୍କୁ ହେୟାର କଣ୍ଡିଶନର ସହ ଜଡ଼ିତ କିଛି ଜରୁରୀ କଥା କହିବାକୁ ଯାଉଛୁ।

ଶାମ୍ପୁ ବିନା ବି ଲଗାଇ ପାରିବେ କଣ୍ଡିଶନର

ଯଦି ଆପଣ ଭାବୁଛନ୍ତି କି, ହେୟାର କଣ୍ଡିଶନର ଲଗାଇବା ପାଇଁ ଆପଣଙ୍କୁ କେଶରେ ଶାମ୍ପୁ ଲଗାଇବାକୁ ହିଁ ପଡ଼ିବ, ତ ଆପଣ ଭୁଲ୍‌ ଭାବୁଛନ୍ତି। ଆପଣ ଚାହିଁଲେ କେଶକୁ ଭଲ ଭାବେ ପାଣିରେ ଧୋଇ ହେୟାର କଣ୍ଡିଶନର ବ୍ୟବହାର କରିପାରିବେ। ଏହାକୁ କଣ୍ଡିଶନର ଓ୍ଵାଶିଂ ବି କୁହାଯାଇଥାଏ।

କେମିତିକା କଣ୍ଡିଶନର ବ୍ୟବହାର କରିବେ

କେଶ ରୁକ୍ଷ ହେଉ କି ଅଏଲି କିମ୍ବା ପତଳା ହେଉ କି ଦୁଇମୁହାଁ, ଆପଣ ନିଜ କେଶ ହିସାବରେ ହିଁ କଣ୍ଡିଶନର ବ୍ୟବହାର କରିବା ଉଚିତ।

ହେୟାର ଷ୍ଟାଇଲିଂ କାମରେ ମଧ୍ୟ ଆସିଥାଏ

ଯଦି ଆପଣ ନିଜ କେଶକୁ ଷ୍ଟାଇଲିଂ କରିବାକୁ ଚାହୁଁଛନ୍ତି, ତ ହେୟାର କଣ୍ଡିଶନର ବ୍ୟବହାର କରିପାରିବେ। ଏଥିପାଇଁ ଆପଣ କେଶରେ ଅଳ୍ପ କଣ୍ଡିଶନର ଲଗାଇ ଏହାକୁ ମନ ମୁତାବକ ଷ୍ଟାଇଲ୍‌ ଦେଇପାରିବେ ଏବଂ ଏହାକୁ ଶୁଖିବାକୁ ଦେବେ।

କେଶକୁ ମୂଳରୁ ନମନୀୟ କରିଥାଏ

ହେୟାର କଣ୍ଡିଶନର ଆପଣଙ୍କ କେଶକୁ ମୂଳରୁ ନମନୀୟ କରିଥାଏ ଏବଂ ତାଳୁକୁ ସୁସ୍ଥ ରଖିଥାଏ। ଯେଉଁ ଲୋକଙ୍କ କେଶ ଶୁଷ୍କ, ସେମାନେ କଣ୍ଡିଶନର ଲଗାଇ ଏହାକୁ ସୁସ୍ଥ ରଖିପାରିବେ।

ଅଧିକ କରନ୍ତୁ ନାହିଁ ବ୍ୟବହାର

କେଶରେ ଅତ୍ୟଧିକ ହେୟାର କଣ୍ଡିଶନର ବ୍ୟବହାର ବି କ୍ଷତିକାରକ ହୋଇପାରେ। ଯଦି ହେୟାର କଣ୍ଡିଶନର ବ୍ୟବହାର କରିବା ପରେ ଆପଣଙ୍କ କେଶ ଖରାପ ହୋଇଯାଉଛି, ତ ତୁରନ୍ତ ଏହାକୁ ବନ୍ଦ କରି ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.