Below header

ମାତାଲ ଡ୍ରାଇଭରଙ୍କ ଭୟଙ୍କର କାଣ୍ଡ! ଅଟୋକୁ ପଛପଟୁ ଧକ୍କା ଦେଲା ଅଡି କାର, ଚାଲିଗଲା ଚାଳକଙ୍କ ଜୀବନ

ଆଜିକାଲିର ଯୁବପିଢ଼ି ଲଗଜୁରି ଗାଡି ଧରିଲେ ବୋଲ ମାନୁନାହାଁନ୍ତି। ଭୁଲିଯାଉଛନ୍ତି ସେମାନେ ଆକାଶରେ ଉଡୁନାହାଁନ୍ତି ବରଂ ରାସ୍ତାରେ ଯାଉଛନ୍ତି । ହାଇଦ୍ରାବାଦରେ ଏକ ହୃଦୟଥରା ଦୁର୍ଘଟଣା ଘଟିଛି। ଯାହାର ଭିଡିଓ ଏବେ ଇଣ୍ଟରନେଟରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ, ଦୃତ ଗତିରେ ଆସୁଥିବା ଏକ ଅଡି କାର ଅଟୋକୁ ଧକ୍କା ଦେଇ ଫେରାର ହୋଇଯାଉଛି । ଗାଡିଟି ଅଟୋକୁ ଏତେ ଜୋରରେ ଧକ୍କା ଦେଲା ଯେ ଅଟୋ‌ଟି ରାସ୍ତା ଉପରେ ବୁଲି ବୁଲି ବ୍ୟାରିକେଡ୍‌ରେ ପିଟି ହୋଇଯାଇଥିଲା ।

ଏ ଭୟଙ୍କର ଦୁର୍ଘଟଣାରେ ଅଟୋ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଘଟଣାରେ ୩ ଜଣ ଗିରଫ ହୋଇଥିବାବେଳେ ଅଡି କାରକୁ ଜବତ କରିଛି ପୋଲିସ। ସୂଚନା ମୁତାବକ କାର ଡ୍ରାଇଭର ନିଜର ଜଣେ ବନ୍ଧୁଙ୍କ ସହ ପ୍ରଚୁର ମଦ ପିଇ ଗାଡି ଚଳାଉଥିଲେ। ମଦ ନିଶାରେ ଏତେ ଚୁର ଥିଲେ ଯେ ଦୃତଗତିରେ ଥିବା ଗାଡି ଭାରସାମ୍ୟ ହରାଇ ସାମ୍ନାରେ ଯାଉଥିବା ଅଟୋକୁ ଅକସ୍ମାତ ଦେଖାଦେଲା।

ଦୁର୍ଘଟଣା ପରେ ଗାଡି ଧରି ଅଭିଯୁକ୍ତ ସେଠାରୁ ଫେରାର ହୋଇଗଲେ ସୁଦ୍ଧା ପରେ ପୋଲିସ ଅଭିଯୁକ୍ତ ଦୁଇ ଜଣଙ୍କୁ ଗିରଫ କରିଛି। ଅନ୍ୟପଟେ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଅଟୋ ଚାଳକ ଉମେଶ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ପୋଲିସ ୩ ଜଣଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.