ବାର ଅନୁଯାୟୀ ଏମିତି କରନ୍ତୁ “ଶଙ୍ଖ” ବ୍ୟବହାର, ଦୂର ହେବ ସମସ୍ତ ପ୍ରକାର ଗ୍ରହ ଦୋଷ

ହିନ୍ଦୁ ଧର୍ମରେ ଶଙ୍ଖର ଏକ ବିଶେଷ ମହତ୍ୱ ଅଛି । ଶଙ୍ଖକୁ ପୂଜା ସ୍ଥାନରେ ରଖିବାକୁ ଶୁଭ ଧରାଯାଇଥାଏ । ସ୍ୱୟଂ ଭଗବାନ ବିଷ୍ନୁଙ୍କ ପ୍ରତୀକ ଭାବେ ଧରାଯାଏ ଶଙ୍ଖ । ବାସ୍ତୁରେ ବି ଶଙ୍ଖର ଏକ ବିଶେଷ ମହତ୍ତ୍ୱ ଅଛି । ଘରେ ରଖି ଏହାକୁ ପ୍ରତିଦିନ ବଜାଇଲେ ଘରେ ଏକ ସକାରାତ୍ମକ ଶକ୍ତି ଜାଗ୍ରତ ହୋଇଥାଏ । ବିଜ୍ଞାନ ଦୃଷ୍ଟିରୁ ବି ଏହା ଲାଭଦାୟୀ ହୋଇଥାଏ । ନିୟମିତ ବ୍ୟବଧାନରେ ଶଙ୍ଖ ବଜାଇଲେ ବ୍ୟାକ୍ଟେରିଆ ନଷ୍ଟ ହୋଇଯାନ୍ତି | ଏହା ସହ ଗଳାର ବି ବ୍ୟାୟାମ ହୋଇଥାଏ । ବାର ଅନୁଯାୟୀ ଘରେ ଶଙ୍ଖ ସାହାଯ୍ୟରେ ବି ଅତି ସାମାନ୍ୟ ଉପାୟ ମାନ କରି ଆପଣ ନିଜ ଗ୍ରହମାନଙ୍କୁ ବି ଶାନ୍ତ କରିପାରିବେ ।

ସୋମବାର:

ଏହି ବାରଟି ହେଉଛି ମହାଦେବଙ୍କର ଅତି ପ୍ରିୟ । ସୋମବାର ଶଙ୍ଖରେ ଗାଈ କ୍ଷୀର ଭରି ଭଗବାନ ଶିବଙ୍କୁ ଚଢାଇଲେ ଚନ୍ଦ୍ର ଦୋଷ ଦୂର ହୋଇଥାଏ । ଅନୁକୂଳ ଫଳ ମଧ୍ୟ ପ୍ରାପ୍ତ ହୋଇଥାଏ । ଏହା ସହ ଭଗବାନ ଶିବଙ୍କ କୃପା ଲାଭ ହୋଇଥାଏ ।

cunch image courtesy: Making India

ମଙ୍ଗଳବାର:

ମଙ୍ଗଳବାର ହେଉଛି ରମଭକ୍ତ ହନୁମାନଙ୍କ ବାର । ଏହି ଦିନ ଶଙ୍ଖ ବଜାଇ ସୁନ୍ଦରାଖଣ୍ଡ ପାଠ କଲେ ମଙ୍ଗଳ ଗ୍ରହ ମଜବୁତ ସ୍ଥିତିକୁ ଆସୁଥିବା ନେଇ ବିଶ୍ୱାସ ରହିଛି । ଏହା ସହ ହନୁମାନଙ୍କ କୃପା ବି ମିଳିଥାଏ ।

ବୁଧବାର:

ବୁଧବାରରେ ଶାଳଗ୍ରାମଙ୍କ ଅଭିଷେକ କଲେ ତାଙ୍କ କୃପା ଲାଭ ହୋଇଥାଏ । ଏଥିପାଇଁ ଶଙ୍ଖରେ ଜଳ ଆଉ ତୁଳସୀ ପତ୍ର ଭର୍ତ୍ତି କରି ଅଭିଷେକ କରାଇଲେ ବୁଧ ଭଲ ସ୍ଥିତିକୁ ଆସିଥାନ୍ତି । ଆଉ ମଧ୍ୟ ବୁଧଙ୍କ ଶୁଭ ପ୍ରଭାବରେ କ୍ୟାରିୟରରେ ବି ସଫଳତା ମିଳିଥାଏ । ଆଉ ମଧ୍ୟ ବୁଧବାରଟି ହେଉଛି ଶ୍ରୀଗଣେଶଙ୍କୁ ସମର୍ପିତ । ଘରେ ଶଙ୍ଖ ଧ୍ୱନି ବଜାଇବା ଫଳରେ ଗଣେଶ ପ୍ରସନ୍ନ ହୋଇଥାନ୍ତି ।

cunch
image courtesy: India feeds

ଗୁରୁବାର:

ଗୁରୁବାର ପୂଜାରେ ଶଙ୍ଖର ବ୍ୟବହାର କରିବା ଶୁଭପ୍ରଦ ହୋଇଥାଏ । ଏହି ବାରରେ ଶଙ୍ଖରେ ଜଳ ଭର୍ତ୍ତି କରି ଜଳାଭିଶେଖ କରିବା ଦ୍ୱାରା ଭଗବାନ ବିଷ୍ଣୁଙ୍କ କୃପା ମିଳିଥାଏ । ଗୁରୁ ବି ବଳମାନ ହୋଇଥାନ୍ତି । ଗୁରୁବାରରେ ଏଥିରେ କେଶରରେ ତିଳକ କରି ଲଗାଇଲେ କ୍ୟାରିୟରରେ ସଫଳତା ପ୍ରାପ୍ତ ହୁଏ ।

ଶୁକ୍ରବାର:

ମା’ ଲକ୍ଷ୍ମୀଙ୍କର ବି ଶଙ୍ଖ ଅତି ପ୍ରିୟ । ଶୁକ୍ରବାର ମା’ ଲକ୍ଷ୍ମୀଙ୍କୁ ସମର୍ପିତ ହୋଇଥାଏ । ସନ୍ଧ୍ୟା ପୂଜା ବେଳେ ଶଙ୍ଖ ବ୍ୟବହାର କରିବା ଉଚିତ । ଏହା ସହ ଶଙ୍ଖକୁ ଏକ ଧଳା କନାରେ ଗୁଡ଼ାଇ ରଖିଲେ ଶୁକ୍ର ସନ୍ତୁଷ୍ଟ ହୋଇଥାନ୍ତି ।

ସୂର୍ଯ୍ୟଙ୍କୁ ଏମିତି କରନ୍ତୁ ପ୍ରସନ୍ନ:

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶଙ୍ଖର ପ୍ରୟୋଗ ଦ୍ୱାରା ସୂର୍ଯ୍ୟଙ୍କୁ ପ୍ରସନ୍ନ କରାଯାଇ ପାରେ । ରବିବାର ଶଙ୍ଖରେ ଜଳ ଭରି ଅର୍ଘ୍ୟ ଦେଲେ ସୂର୍ଯ୍ୟ ସନ୍ତୁଷ୍ଟ ହୋଇଥାନ୍ତି । ଏମିତି କରିବା ଦ୍ୱାରା ରବି ସନ୍ତୁଷ୍ଟ ହେବା ସହ ନିରୋଗତା ପ୍ରାପ୍ତ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.