Below header

ବିନା ରିମୁଭରରେ ବି ଆପଣ ସଫା କରିପାରିବେ ନଖ, ଜାଣି ରଖନ୍ତୁ କିଛି ଟିପ୍ସ

ହାତର ସୌନ୍ଦର୍ଯ୍ୟ ବଢାଇବା ପାଇଁ ମହିଳା ମାନେ ସାଧାରତଃ ନେଲପେଣ୍ଟ ଲଗାଇଥାନ୍ତି ।  ଆଉ ନେଲପେଣ୍ଟ ଲଗାଇବା ପରେ ହାତ ତଥା ପାଦ ଖୁବ ସୁନ୍ଦର ଦେଖାଯାଏ ।  କିନ୍ତୁ ଦୀର୍ଘ ସମୟ ଧରି ନେଲ କଲର ଲଗାଇବା ଦ୍ୱାରା ନଖ ଉପରେ ମଧ୍ୟ ପ୍ରଭାବ ପଡିପାରେ ।  ବେଶୀ ଦିନ ହେଲେ ନଖ ମଧ୍ୟ ଖରାପ ହୋଇ ଯାଇପାରେ ।  ଆମେ ସାଧାରଣତଃ ନେଲପଲିସ ରିମୁଭ କରିବା ପାଇଁ ରିମୁଭର ବ୍ୟବହାର କରିଥାଉ ।  ଅନେକ ଥର ଏମିତି ବି ହୁଏ ନେଲପଲିସ ରିମୁଭ କରିବା ପାଇଁ ଝିଅମାନେ ନଖରେ ତାଡି ତାଡି ସଫା କରନ୍ତି ।  ନଖର ପ୍ରାକୃତିକ ସୌନ୍ଦର୍ଯ୍ୟ ବି ବିଗିଡିଯାଏ ।  କିନ୍ତୁ ଜାଣନ୍ତିକି ବିନା ନେଲ ରିମୁଭରରେ ବି ଆପଣ ନେଲପେଣ୍ଟ ସଫା କରିପାରିବେ । ଘରେ ବ୍ୟବହାର କରୁଥିବା ଅତି ସାଧାରଣ ଜିନିଷରେ ଆପଣ ନଖ ସଫା କରିପାରିବେ ।  ତେବେ ଆସନ୍ତୁ ସେବିଷୟରେ ଜାଣିବା ।

ଟୁଥ ପେଷ୍ଟ:

ପ୍ରତିଦିନ ଆପଣ ଦାନ୍ତ ସଫା କରିବା ପାଇଁ ବ୍ୟବହାର କରୁଥିବା ଟୁଥପେଷ୍ଟ ସାହାଯ୍ୟରେ ବି ଆପଣ ନଖ ସଫା କରିପାରିବେ ।  କାରଣ ଟୁଥପେଷ୍ଟରେ ଥିବା ଏଥିଲ
ଏସିଟେଟ ନଖ ସଫା କରିବାରେ ସାହାଯ୍ୟ କରେ ।  ଟୁଥ ପେଷ୍ଟ ଆଉ ଏକ ପୁରୁଣା ବ୍ରଶ ନିଅନ୍ତୁ | ଏହା ପରେ ନଖରେ ପେଷ୍ଟ ଲଗାଇ ଦିଅନ୍ତୁ ।  ଏବେ ବ୍ରଶକୁ ଓଦା କରି ନଖରେ ରଗଡ଼ନ୍ତୁ ।

ଲେମ୍ବୁ ଓ ଭିନେଗାର:

ନେଲପେଣ୍ଟ ସଫା କରିବା ପାଇଁ ଲେମ୍ବୁ ସହିତ ଭିନେଗାର ବି ବେଶ ଲାଭଦାୟୀ ।  ଗୋଟେ ପାତ୍ରରେ କିଛି ନଖ ଉଷୁମ ପାଣି ନିଅନ୍ତୁ ।  ଏହି ପାଣିରେ ୧୦ ରୁ ୧୫ ମିନିଟ ପାଇଁ ନଖକୁ ବୁଡାଇ ରଖନ୍ତୁ ।  ଏହା ପରେ ଆଉ ଏକ ବାଉଲରେ ଦୁଇ ଚାମଚ ଲେମ୍ବୁ ରସ ଓ ଭିନେଗାର ମିଶାନ୍ତୁ | ଏବେ ଏହି ମିଶ୍ରଣକୁ ତୁଳା ସାହାଯ୍ୟରେ ନଖରେ ଲଗାନ୍ତୁ ।  ଏବେ ଆପଣଙ୍କ ନେଲପେଣ୍ଟ ଆରାମରେ ବାହାରିଯିବ ।

5 Best Quick-Dry Nail Polishes for When You're in a Hurry | Real Simple

image credit: Real simple

ହେୟର ସ୍ପ୍ରେ:

ହେୟାର ସ୍ପ୍ରେରେ ରବିଙ୍ଗ ଆଲକହଲ ମିଳିଥାଏ ।  ଯାହାକି ନେଲପେଣ୍ଟ ହଟାଇବା ପାଇଁ କାମରେ ଆସିଥାଏ ।  ଏହାକୁ ନଖ ଉପରେ ସ୍ପ୍ରେ କରି ହାଲୁକା ଭାବରେ ରଗଡି ଦିଅନ୍ତୁ । କିଛି ସମୟ ପରେ ଦେଖିବେ ନଖ ସଫା ହୋଇଯିବ ।

ସାନିଟାଇଜର:

ନେଲପେଣ୍ଟ ହଟାଇବା ପାଇଁ ଆପଣ ସାନିଟାଇଜର ମଧ୍ୟ ବ୍ୟବହାର କରିପାରିବେ ।  ଏଥିରେ ଥିବା ରବିଙ୍ଗ ଆଲକହଲ ନଖକୁ ସଫା କରିବାରେ ବିଶେଷ ଲାଭଦାୟୀ ହୋଇଥାଏ ।  ଗୋଟେ କଟନ ବଲରେ କିଛି ସାନିଟାଇଜର ଲଗାଇ ନଖ ଉପରେ ଏକ ଲେପ ଦେଇଦିଅନ୍ତୁ ।  ଏମିତି ୩ରୁ ୪ ଥର କରନ୍ତୁ ।  ଆପଣଙ୍କ ନଖରୁ ନେଲପଲିସ ଲିଭିଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.