ଖରାଦିନେ ମଧ୍ୟ ଦେଖାଯିବେ ସତେଜ, ବାସ୍‌ ଘରେ ତୁଳସୀକୁ ଏହିଭଳି ଭାବେ କରନ୍ତୁ ବ୍ୟବହାର

ଖରାଦିନ ଆରମ୍ଭ ହୋଇଗଲାଣି। ଘରୁ ବାହାରକୁ ବାହାରବା ମାତ୍ରେ ତ୍ୱଚା ସୂର୍ଯ୍ୟଙ୍କ ଅତି ବାଇଗଣୀ ରଶ୍ମୀ ସଂସ୍ପର୍ଶରେ ଆସି ଝାଉଁଳି ପଡ଼ିଥାଏ, ଯଦ୍ଦ୍ଵାରା ତ୍ୱଚାରେ ଟ୍ୟାନିଂ ଏବଂ ବ୍ରଣ ସମସ୍ୟା ଦେଖାଦେଇଥାଏ। ବିଶେଷ କରି ଏହି ସମସ୍ୟା ଖରାଦିନେ ହିଁ ଅଧିକ ବଢ଼ିଯାଇଥାଏ। ଏଥିରୁ ନିସ୍ତାର ପାଇବା ପାଇଁ ଯୁବତୀ ଏବଂ ମହିଳାମାନେ ଅନେକ ଉପାୟ ଆପଣାଇ ଥାଆନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ତ୍ୱଚାରେ ତୁଳସୀ ପତ୍ର ବ୍ୟବହାରକୁ ନେଇ କିଛି ଟିପ୍ସ କହିବାକୁ ଯାଉଛୁ।

ତୁଳସୀ ପେଷ୍ଟ/ଫେସ୍‌ପ୍ୟାକ ବନାଇବାର ବିଧି

-୨ ଚାମଚ ତୁଳସୀ ପାଉଡର

-୧ ଚାମଚ ରାଶି ତେଲ

-୨ ଚାମଚ ଚନ୍ଦନ ପାଉଡର

-୧ ଚାମଚ ବାଦାମ ପେଷ୍ଟ

-୧ ଚାମଚ ବେସନ

-ଗୋଲାପ ଜଳ

-ହଳଦୀ

ପ୍ରସ୍ତୁତି ପ୍ରଣାଳୀ

-ପ୍ରଥମେ ୧୦ଟି ବାଦାମ ମଞ୍ଜିକୁ ରାତିସାରା ପାଣିରେ ଭିଜେଇକି ରଖନ୍ତୁ।

-ସକାଳୁ ଏହାର ଚୋପା ଛଡ଼ାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ।

-ଏଥିରେ ତୁଳସୀ ପାଉଡର ପକାନ୍ତୁ।

-ପୁଣି ଚନ୍ଦନ ପାଉଡର ଏବଂ ବେସନ ପକାନ୍ତୁ।

-ରାଶି ତେଲ, ଅଳ୍ପ ହଳଦୀ ଏବଂ ଗୋଲାପ ଜଳ ପକାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ।

-ଏବେ ଏହାକୁ ନିଜ ଚେହେରାରେ ଲଗାନ୍ତୁ ଏବଂ ୨୦ ମିନିଟ ପରେ ଧୋଇ ଦିଅନ୍ତୁ।

-ତୁଳସୀ ପାଉଡରକୁ ଆପଣ ଘରେ ମଧ୍ୟ ବନାଇ ପାରିବେ। ଏଥିପାଇଁ ଆପଣ ତୁଳସୀ ପତ୍ରକୁ ଧୋଇ, ଶୁଖାଇ ଦିଅନ୍ତୁ। ପରେ ଏହି ପତ୍ରଗୁଡ଼ିକୁ ମିକ୍ସିରେ ପେଶି ପାଉଡର ପ୍ରସ୍ତୁତ କରନ୍ତୁ।