ଯଦି ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେବାକୁ ଭୁଲି ଯାଇଛନ୍ତି, ତେବେ ଏହି ଦିନରେ ଦିଅନ୍ତୁ ଶ୍ରାଦ୍ଧ

ଯଦି ଆପଣ ପିତୃ ପୁରୁଷଙ୍କ ଶ୍ରାଦ୍ଧ ତିଥିକୁ ଜାଣିନାହାନ୍ତି । ଆପଣ ସମସ୍ତ ପିତୃ ପୁରୁଷଙ୍କ ତିଥିକୁ ମନେ ରଖିପାରିବେ ନାହିଁ। ତେବେ ପିତୃ ପୁରୁଷଙ୍କୁ ଶାନ୍ତି ଦେବା ପାଇଁ ପିତ୍ରୁ ବିସର୍ଜନ ଅମାବାସ୍ୟାରେ ଶ୍ରାଦ୍ଧ କରିବାର ନିୟମ ରହିଛି। ଏହି ଦିନରେ କୌଣସି ସାତ୍ତ୍ବିକ ଏବଂ ବିଦ୍ବାନ ବ୍ରାହ୍ମଣଙ୍କୁ ଘରକୁ ଆମନ୍ତ୍ରଣ କରି ତାଙ୍କୁ ଭୋଜନ କରାଇ ଆଶିର୍ବାଦ ନିଅନ୍ତୁ। ସ୍ନାନ କରି ଶାନ୍ତି ମନରେ ଭୋଜନ କରାନ୍ତୁ, କିନ୍ତୁ ଭୋଜନ ସାତ୍ତ୍ବିକ ହେବା ଆବଶ୍ୟକ।

pitru

ସର୍ବପିତୃ ଅମାବାସ୍ୟା ଦିନ ଏ ମିତି କରନ୍ତୁ ଭୋଜନ :

ଏହି ଭୋଜନରେ ଖିରୀ,ପୂରୀକୁ ସାମିଲ କରିବା ଆବଶ୍ୟକ। ଭୋଜନ କରିବା ତଥା ଶ୍ରାଦ୍ଧ କରିବାର ସମୟ ହେଉଛି ଦ୍ବିପ୍ରହର। ଶ୍ରଦ୍ଧା ପୂର୍ବକ ବ୍ରାହ୍ମଣଙ୍କୁ ଭୋଜନ କରାନ୍ତୁ, ତାଙ୍କୁ ଚନ୍ଦନ ବା ତିଳକ ଲଗାଇ ଦକ୍ଷିଣା ଦେଇ ବିଦା କରନ୍ତୁ। ଏହା ପରେ ଘରର ସମସ୍ତ ସଦସ୍ୟ ଏକା ସାଥିରେ ଭୋଜନ କରନ୍ତୁ ଏବଂ ପିତୃ ପୁରୁଷଙ୍କର ଆତ୍ମା ପାଇଁ ପ୍ରାର୍ଥନା କରନ୍ତୁ।

pandit

ସର୍ବପିତୃ ଅମାବାସ୍ୟା ଦିନ ଏମିତି କରନ୍ତୁ ଶ୍ରାଦ୍ଧ :

-ସର୍ବପିତ୍ରୁ ଅମାବାସ୍ୟା ଦିନରେ ପିତୃ ପୁରୁଷଙ୍କୁ ଶାନ୍ତି ଦେବା ପାଇଁ ଏବଂ ତାଙ୍କର କ୍ରୁପା ପାଇବା ପାଇଁ ଗୀତାର ସପ୍ତମ ଅଧ୍ୟାୟକୁ ପାଠ ଅବଶ୍ୟ କରନ୍ତୁ। ଏହାର ପୂରା ଫଳ ପିତ୍ରୁପୁରୁଷଙ୍କୁ ସମର୍ପଣ କରନ୍ତୁ।

ଏହା ସହ ପଢ଼ନ୍ତୁ : ପୂଜାରେ ଭୁଲରେ ମଧ୍ୟ ଚଢ଼ାନ୍ତୁ ନାହିଁ ଏହି ଫଳ, ନଚେତ ଭୋଗିପାରନ୍ତି ଦୁର୍ଦ୍ଦଶା

-ଯେଉଁ ଲୋକମାନେ ପିତୃପକ୍ଷର ୧୫ ଦିନ ପର‌୍ୟ୍ୟନ୍ତ ତର୍ପଣ,ଶ୍ରାଦ୍ଧ ଇତ୍ୟାଦି କରିପାରି ନାହାନ୍ତି ବା ପିତୃ ପୁରୁଷଙ୍କ ମ୍ରୁତ୍ୟୁ ତିଥିକୁ ମନେ ରଖି ନାହାନ୍ତି, ତେବେ ଏହି ଅମାବାସ୍ୟା ଦିନରେ ଶ୍ରାଦ୍ଧ,ତର୍ପଣ, ଦାନ ଆଦି କରିପାରିବେ।

Leave A Reply

Your email address will not be published.