Below header

ଆପଣ ପିନ୍ଧୁଥିବା ଜୋତା ବି ଖରାପ କରିପାରେ ଆପଣଙ୍କ ଭାଗ୍ୟ, ପଢ଼ନ୍ତୁ ଜ୍ୟୋତିଷ ଶାସ୍ତ୍ର ଏହାକୁ ନେଇ କହୁଛି କଣ

ସବୁ ବ୍ୟକ୍ତିଙ୍କ ଜୀବନରେ ଏମିତି କିଛି ଜିନିଷ ରହିଛି ଯାହା ସେମାନଙ୍କ ସଫଳତା ଏବଂ ଅସଫଳତାର କାରଣ ସାଜିପାରେ। ଏମିତି ହିଁ ଗୋଟେ ଜିନିଷ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ। ଆଜି ଜାଣିବା ଜୋତା ସମ୍ବନ୍ଧରେ କିଛି କଥା, ଯାହା ଆପଣଙ୍କୁ ଜାଣିବା ନିହାତି ଆବଶ୍ୟକ। ଅନେକ ଥର ଲୋକମାନେ ଜୋତାକୁ ନେଇ ବ୍ୟକ୍ତିଙ୍କର ସ୍ୱଭାବକୁ ଅନୁଧ୍ୟାନ କରିଥାନ୍ତି। ଅନେକ ଥର ଏମିତି ହୋଇଥାଏ ଯେ ଜୋତା ଆପଣଙ୍କ ଭାଗ୍ୟକୁ ପରିବର୍ତ୍ତନ କରିଦେଇପାରେ। ତେଣୁ ଆସନ୍ତୁ ଜାଣିବା ଜୋତାକୁ ନେଇ ଆପଣଙ୍କ ଭାଗ୍ୟର କଣ ରହିଛି ସମ୍ପର୍କ।

  1. କେବେବି କାହାକୁ ଜୋତା ଉପହାରରେ ଦେବା ଅନୁଚିତ। ନା କାହାଠାରୁ ନେବା ଉଚିତ ନା କେବେ କାହାକୁ ଦେବା ଉଚିତ।
  2. କେବେବି ପୁରୁଣା ଏବଂ ଫଟା ଜୋତା ପିନ୍ଧି ଚାକିରି ସନ୍ଧାନରେ ଯାଆନ୍ତୁନାହିଁ। ଏହାଦ୍ୱାରା ଆପଣଙ୍କୁ ଅସଫଳତା ମିଳିଥାଏ।
  3. ଅଫିସ୍ କିମ୍ବା କର୍ମକ୍ଷେତ୍ରରେ ଧୂସର ରଙ୍ଗର ଜୋତା ପିନ୍ଧି ଯିବା ଦ୍ୱାରା ବ୍ୟକ୍ତିଙ୍କ କାର୍ଯ୍ୟରେ ସବୁବେଳେ ବାଧା ଉପୁଜିପାରେ।
  4. ଜୋତା ଅଥବା ଚପଲର ଚମକ ସବୁବେଳେ ରହିବା ଉଚିତ। ଏହା ଆପଣଙ୍କ ବ୍ୟକ୍ତିତ୍ୱର ପ୍ରଭାବ ଅନ୍ୟ ଲୋକଙ୍କ ଉପରେ ପକାଇଥାଏ।
  5. ଅନେକ ଲୋକଙ୍କର ଅଭ୍ୟାସ ରହିଥାଏ ଯେ ବାହାରୁ ଆସି ଜୋତାକୁ ଏପଟ ସେପଟ ଫୋପାଡିଦେବା। ଏମିତି କରିବା ଦ୍ୱାରା ଶତୃ ବହୁତ ସମସ୍ୟାରେ ପକାଇଥାନ୍ତି। ଏହାଛଡା କାର୍ଯ୍ୟରେ ବାଧା ଉତ୍ପନ୍ନ ହୋଇଥାଏ।
  6. ଘରେ ଜୋତା ପାଇଁ ଅଲଗା ସ୍ଥାନ ରଖନ୍ତୁ। କେବେବି ମନ୍ଦିର ଅଥବା ରୋସେଇ ଘରକୁ ଚପଲ ପିନ୍ଧି ଯାଆନ୍ତୁନାହିଁ।
  7. ରୋସେଇ ଘରେ ପିନ୍ଧିବା ପାଇଁ କପଡା ଚପଲ ବ୍ୟବହାର କରନ୍ତୁ।
  8. ବାସ୍ତୁ ଅନୁଯାୟୀ ଜୋତା କିମ୍ବା ଚପଲ ବାହାର କରିବା ପାଇଁ ଶୁଭ ସ୍ଥାନ ଦକ୍ଷିଣ, ଦକ୍ଷଣି-ପଶ୍ଚିମ, ଉତ୍ତର-ପଶ୍ଚିମ ଅଥବା ପଶ୍ଚିମ ଦିଗକୁ ଠିକ ବୋଲି ଧରାଯାଏ। ଏହି ଦିଗରେ ଉଚିତ ସ୍ଥାନରେ ସୁ ରାକ ବନାଇ ଜୋତାକୁ ସେଥିରେ ଘୋଡାଇ ରଖନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.