ଦେଖନ୍ତୁ Photo: ଟ୍ରକ୍‌ରେ ଲଦି ୧୩୯ ବର୍ଷର ପୁରାତନ କୋଠାକୁ କରି ଦିଆଗଲା ଶିଫ୍ଟ, ଖର୍ଚ୍ଚ ହେଲା ୩ କୋଟି !

ଆମେ ରହୁଥିବା ଘର କୌଣସି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଶିଫ୍ଟ ହୋଇପାରିବ କି? ନିଶ୍ଚିତ ଭାବେ ନା। କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ କାର୍ଲିଫର୍ଣ୍ଣିଆର ସାନ୍‌ ଫ୍ରାନ୍ସିସ୍କୋରେ ଏବେ ଏହା ସମ୍ଭବ ହୋଇଛି। ୫୦୦୦ ବର୍ଗଫୁଟରେ ନିର୍ମିତ ଏକ ବିଶାଳ କୋଠାକୁ ଟ୍ରକରେ ଲଦି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଶିଫ୍ଟ କରି ଦିଆଯାଇଛି।

ଏତେ ବଡ଼ କୋଠାକୁ ଶିଫ୍ଟ କରାଯିବା ବେଳର ଦୃଶ୍ୟ ଦେଖି ଆଖପାଖ ଅଞ୍ଚଳର ଲୋକେ ଏକଦମ୍‌ ତାବୁଜ ହୋଇଯାଇଥିଲେ। ୧୩୯ ବର୍ଷର ପୁରାତନ ଏହି ଦୁଇ ମହଲା କୋଠାରେ ୬ଟି ବେଡ୍‌ରୁମ ରହିଛି। ଏହାକୁ ସାନ୍‌ ଫ୍ରାନ୍ସିସ୍କୋର ଫ୍ରାଙ୍କ୍‌ଲିନ ଷ୍ଟ୍ରୀଟ୍‌ରୁ ଉଠାଇ ନୂଆ ଜାଗାକୁ ନିଆଯାଇଛି। କୋଠାକୁ ଶିଫ୍ଟ କରିବା ପାଇଁ ୧୫ଟି ଅଲଗା ଅଲଗା ଏଜେନ୍ସିଙ୍କଠାରୁ ଅନୁମତି ନିଆଯାଇଥିଲା।

ଅନୁମତି ମିଳିବା ପରେ ୧.୬୧ କିଲୋମିଟର ସ୍ପୀଡ୍‌ରେ ଟ୍ରକ ଚାଲିଥିଲା ଏବଂ ନିର୍ଦ୍ଦିଷ୍ଟ ସ୍ଥାନରେ କୋଠାକୁ ନେଇ ପହଞ୍ଚାଇଥିଲା। ତେବେ ଏହି କୋଠାକୁ ଶିଫ୍ଟ କରିବାର ଖର୍ଚ୍ଚ ବିଷୟରେ ଜାଣିଲେ ଆପଣଙ୍କ ହୋଶ୍‌ ଉଡ଼ିଯିବ। ଏଥିପାଇଁ ୨.୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ପୂରା ପ୍ରକ୍ରିୟା ପାଇଁ ପାଖାପାଖି ୬ ଘଣ୍ଟା ସମୟ ଲାଗିଥିଲା। କୋଠାର ଉଚ୍ଚତା ଏତେ ଉଚ୍ଚ ଥିଲା କି, ରାସ୍ତାରେ ଥିବା ଅନେକ ଗଛକୁ କାଟିବାକୁ ପଡ଼ିଥିଲା। ଏତିକି ନୁହେଁ, ରାସ୍ତାରେ ଟ୍ରକ୍‌ର କେତେକ ଚକ ମଧ୍ୟ ଭୂମି ଉପରକୁ ଉଠିଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.