Below header

ମାଲକାନଗିରି ସୀମାନ୍ତ ସୁକମାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ମାଓବାଦୀ ମୃତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଚିନ୍ତଗୁମ୍ଫା ଅଂଚଳରେ ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ବେଳେ ଣ ରବିବାର ସକାଳେ ଜଣେ ନକ୍ଦଲ ନିହତ ହୋଇଥିବା ଜଣାଯାଇଛି ।

ଆସନ୍ତା ୨୮ ତାରିଖରୁ ନକ୍ସଲଙ୍କ ସହିଦ ସପ୍ତାହ ଆରମ୍ଭ ହେବାକୁ ଥିବା ବେଳେ ୧୫୦ ଏବଂ ୧୩୧ ସିଆରପିଏଫ ଯବାନ, ଡିଆରଜି, ଏସଟିଏଫ ଯବାନ ଚିନ୍ତାଗୁମ୍ଫା ଅଂଚଳରେ କମ୍ବିଂ ଅପରେସନ ଜାରି ରଖିଥିବା ବେଳେ ନକ୍ସଲ ସହ ମୁଁହାମୁହିଁ ହୋଇଥିଲେ ।

ଏହି ଗୁଳି ବିନିମୟ ପ୍ରାୟ ଦେଢ଼ ଘଣ୍ଟା ଧରି ଚାଲିଥିଲା । ତେବେ କିଛି ମାଓବାଦୀ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ବେଳେ ପରେ ଜଣେ ମାଓବାଦୀର ମୃତ ଦେହ ଏନ୍‌କାଉଣ୍ଟର ସ୍ଥାନରୁ ମିଳିଥିଲା । ତେବେ ଘଟଣାସ୍ଥଳରୁ ଦେଖା ଯାଇଥିବା ରକ୍ତ ଛିଟା ରୁ ଅନେକ ମାଓବାଦୀ ଆହତ ହୋଇଥିବା ଆଶଙ୍କା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.