ସୋନମ କାପୁର କଣ ସତରେ ପ୍ରେଗନାଣ୍ଟ ଅଛନ୍ତି ? ତାହେଲେ ତାଙ୍କ କୋଳରେ ଏ କିଏ…

ଅନିଲ କପୁରଙ୍କ ଗେଲ୍ଲୀ ଝିଅ ଆଉବଲିଉଡର ଅନ୍ୟତମ ହିଟ ହିରୋଇନ ସୋନମ କାପୁରଙ୍କୁ ନେଇ ଅଧିକାଂଶ ସମୟରେ ଚର୍ଚ୍ଚା ବେଶ ଜୋର ଧରିଥାଏ । ଖାଲି ସେତିକି ନୁହେଁ ବଲିଉଡର ଷ୍ଟାଇଲିସ ହିରୋଇନଙ୍କ ତାଲିକାରେ ସବୁଠୁ ଶୀର୍ଷରେ ଅଛନ୍ତି ସୋନମ । କ୍ୟାରିୟରରେ ବଲିଉଡକୁ ଅନେକ ହିଟ ଫିଲ୍ମ ଦେଇଛନ୍ତି ସୋନମ । ଆଉ ବିବାହ ପରେ କିଛି ପସନ୍ଦର ସ୍କ୍ରିପ୍ଟ ଉପରେ ହିଁ ସେ କାମ କରୁଛନ୍ତି । ବିଶେଷ ସୂତ୍ରରୁ ଜଣାଯାଇଛିକି କିଛି ଦିନ ପୂର୍ବରୁ ହିଁ ସୋନମ ଲଣ୍ଡନରୁ ଫେରିଥିବା ବେଳେ ହଠାତ ବାପା ଅନିଲଙ୍କୁ ଦେଖି ଖୁବ ଭାବୁକ ହୋଇଯାଇଥିଲେ । ଆଉ ଏହାରି ପରେ ପରେ ଏକ ଗୁଜବ ଉଠିଥିଲା କି ସୋନମ କାପୁର ପ୍ରେଗନାଣ୍ଟ ଅଛନ୍ତି ବୋଲି ।

 

View this post on Instagram

 

A post shared by Sonam K Ahuja (@sonamkapoor)

ଆଉ ଏହି ଖବର ମାତ୍ର କିଛି ସମୟ ଭିତରେ ଖେଳି ଯାଇଥିଲା । କିନ୍ତୁ ଏହା ପରେ ସୋନମ ସଫେଇ ଦେଇଥିଲେକି ପ୍ରକୃତରେ ସେ ପ୍ରେଗନାଣ୍ଟ ନାହାନ୍ତି ବୋଲି । ଏଇ ନିକଟରେ ସୋନମ ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ନିଜର କିଛି ଫଟୋ ସେୟାର କରିଛନ୍ତି । ଆଉ ଏହାର କ୍ୟାପ୍ସନରେ ଲେଖିଛନ୍ତିକି “ତାଙ୍କ ଘରକୁ ଏକ କୁନି ଅତିଥି ଆସିଛି । କାପୁର ପରିବାରର ନୂଆ ଅତିଥି ସହ ଆପଣଙ୍କ ପରିଚୟ କରାଇ ଦେଉଛି । ରାଶେଲ କୋ କପୁର ସହ ଭେଟନ୍ତୁ । ଆଉ ସୋନମଙ୍କ ଏହି ପୋଷ୍ଟକୁ ଫ୍ୟାନ୍ସ ମାନେ ବି ଖୁବ ପସନ୍ଦ କରିଥିବା ଜଣାଯାଇଛି । ଅସଲରେ ଏହି ଫଟୋରେ ଏକ କ୍ୟୁଟ କୁକୁର ଛୁଆ ସହ ନଜର ଆସିଛନ୍ତି ସୋନମ । କୁକୁର ଛୁଆଟିକୁ ନିଜ କୋଳରେ ଧରିଥିବା ବେଳେ ଖୁବ ଖୁସି ଥିବା ନଜର ଆସିଛନ୍ତି ସୋନମ ।

କହିରଖିବା ଉଚିତ ହେବକି,  ୨୦୧୮ରେ ଶିଳ୍ପପତି ଆନନ୍ଦ ଆହୁଜାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ସୋନମ । ଆଉ ବିବାହ ପରେ ଅଧିକାଂଶ ସମୟରେ ସୋନମ ଦିଲ୍ଲୀ କିମ୍ବା ଲଣ୍ଡନରେ ହିଁ ନଜର ଆସନ୍ତି । ସେ ପ୍ରେଗନାଣ୍ଟ ଥିବା ନେଇ ସେପରି କୌଣସି ଖବର ସାମ୍ନାକୁ ଆସିନଥିଲେ ସୁଦ୍ଧା ତାଙ୍କ ଢ଼ିଲା ପୋଷାକକୁ ନେଇ ଲୋକେ ଅନୁମାନ ଲଗାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.