Below header

ଅଲିମ୍ପିକ୍‌ ହକି : ଭାରତୀୟ ପୁରୁଷ ଦଳ ଅଷ୍ଟ୍ରେଲିଆ ଠାରୁ ୭-୧ରେ ହାରିଲା

ଟୋକିଓ : ପ୍ରଥମ ମ୍ୟାଚ୍‌ରେ ଚମତ୍କାର ବିଜୟ ପରେ ଦ୍ୱିତୀୟ ମ୍ୟାଚ୍‌ରେ ଶୋଚନୀୟ ପରାଜୟ । ଟୋକିଓ ଅଲିମ୍ପିକ୍‌ ହକିରେ ଭାରତୀୟ ପୁରୁଷ ଦଳ ଆଜି ଅଷ୍ଟ୍ରେଲିଆ ଠାରୁ ୭-୧ ଗୋଲ୍‌ରେ ହାରି ଯାଇଛି । ପ୍ରଥମ ମ୍ୟାଚ୍‌ରେ ଦଳ ନ୍ୟୁଜିଲାଣ୍ଡ ଠାରୁ ୩-୨ ଗୋଲ୍‌ରେ ଜିତି ଯାଇଥିଲା ।
ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପୂରା ଆକ୍ରମଣାତ୍ମକ ରଣନୀତିରେ ଖେଳି ଭାରତ ଉପରେ ପ୍ରଭାବ ବିସ୍ତାର କରିଥିଲା । ବ୍ଲାକ୍‌ ଗ୍ରୋଭର୍ସ ୨ଟି ଗୋଲ୍‌ ଦେଇଥିବା ବେଳେ ବାକି ୬ ଜଣ ଖେଳାଳି ଗୋଟିଏ ଗୋଟିଏ ଗୋଲ୍‌ କରିଥିଲେ । ଭାରତ ପକ୍ଷରୁ ଏକମାତ୍ର ଗୋଲ୍‌ ଦେଇଥିଲେ ଦିଲପ୍ରୀତ ସିଂହ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.