Below header

ଗଞ୍ଜାମ : ଇଟା ବୋଝେଇ ଟ୍ରାକ୍ଟର ସହ ଅଟୋରିକ୍ସାର ଧକ୍କା, ୧୦ ଆହତ

ବ୍ରହ୍ମପୁର(କେନ୍ୟୁଜ) : ଏକ ଇଟା ବୋଝେଇ ଟ୍ରାକ୍ଟରକୁ ଅଟୋରିକ୍ସା ଧକ୍କା ଦେବାରୁ ୧୦ ଜଣ ଆହତ ହୋଇଥିବା ଜଣାଯାଇଛି । ଦୁର୍ଘଟଣା ଘଟିଛି ଗଞ୍ଜାମ ଗୋଲନ୍ଥରା ଥାନା ନିକଟ ହଳଦୀପଦର ଓଭରବ୍ରିଜ ନିକଟରେ ।

ସୂଚନାନୁଯାୟୀ, ଅଟୋରିକ୍ସାଟି ୧୦ ଜଣ ମହିଳାଙ୍କୁ ଧରି ଆସୁଥିବା ବେଳେ ଆଗରେ ଯାଉଥିବା ଏକ ଇଟା ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ଏଥିରେ ଥିବା ୧୦ ଜଣ ମହିଳା ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଏହି ମହିଳାମାନେ ସୁରଲାରୁ ବ୍ରହ୍ମପୁର ମାଛ ବିକିବାକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ହୋଇଥିଲା । ସ୍ଥାନୀୟ ଲୋକେ ମହିଳାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଇଛନ୍ତି ।

ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଗୋଳନ୍ଥରା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.