ରାଜସ୍ଥାନରେ ରହିଛି ୧୦୦୦ ବର୍ଷର ଏହି ପ୍ରାଚୀନ ମନ୍ଦିର, ଯେଉଁଠି ପୂଜାର୍ଚ୍ଚନା ପାଇଁ ବର୍ଷେ ଆଗରୁ କରିବାକୁ ପଡ଼ିଥାଏ ବୁକିଂ

ରାଜସ୍ଥାନର ବାଂସଓ୍ଵାଡା ଜିଲାର ତରଓ୍ଵାରାଠାରେ ରହିଛି ଏକ ପ୍ରାଚୀନ ମନ୍ଦିର, ଯେଉଁଠି ପୂଜା ପାଉଛନ୍ତି ଶ୍ରୀ ସିଦ୍ଧି ବିନାୟକ। ମନ୍ଦିରର ସ୍ୱତନ୍ତ୍ରତା ହେଉଛି ଏଠାକାର ୨୮୨ଟି ସ୍ୱର୍ଣ୍ଣ ଶିଖର। ଏକାଦଶ ଶତାବ୍ଦୀରେ ନିର୍ମିତ ଏହି ମନ୍ଦିରରେ କୃଷ୍ଣ ଜନ୍ମାଷ୍ଟମୀ ଭଳି ଶ୍ରୀଗଣେଶଙ୍କ ଜନ୍ମ ଉତ୍ସବ ମଧ୍ୟ ବେଶ୍‌ ଧୁମ୍‌ଧାମରେ ପାଳନ କରାଯିବାର ପରାମ୍ପରା ରହିଛି। ଏହି ଅବସରରେ ଶ୍ରୀଗଣେଶଙ୍କୁ ଏକ ଝୁଲାରେ ଝୁଲାଯାଇଥାଏ।

ମନ୍ଦିରର ଏତେ ଲୋକପ୍ରିୟତା ରହିଛି ଯେ ଏଠାରେ ପୂଜାର୍ଚ୍ଚନା କରିବା ପାଇଁ ବର୍ଷେ ଆଗରୁ ବୁକିଙ୍ଗ୍‌ କରିବାକୁ ପଡ଼ିଥାଏ। ଖାସ୍‌ କଥା ହେଉଛି, ମନ୍ଦିରରେ ବିରାଜମାନ ହୋଇଥିବା ଗଣେଶଙ୍କ ମୂର୍ତ୍ତି ପ୍ରଥମେ ଏକ ତେନ୍ତୁଳି ଗଛ ତଳେ ପୂଜା ପାଉଥିଲେ, ଯେଉଁଥିପାଇଁ ମନ୍ଦିରଟି ‘ଆମଲିଆ ମନ୍ଦିର’ ଭାବେ ବେଶ୍‌ ଜଣାଶୁଣା।

mandir2

ଏହାସହ ପଢନ୍ତୁ: ଗରିବଙ୍କ ପାଇଁ ଆଗେଇ ଆସିଲେ ୧୬ ବର୍ଷର ଏହି ବାଳିକା, ୪୫ କିମି ପାଣିରେ ପହଁରି ଏକଜୁଟ କଲେ ୪୨ ଲକ୍ଷ ଟଙ୍କା

ମନ୍ଦିରରେ ପୂଜିତ ଶ୍ରୀ ସିଦ୍ଧି ବିନାୟକଙ୍କ ମୂର୍ତ୍ତିରେ ଚାନ୍ଦିର ଅତି ସୂକ୍ଷ୍ମ କାରୁକାର୍ଯ୍ୟ କରାଯାଇଛି। ଏଠାରେ ଆୟୋଜନ ହେଉଥିବା ୧୦ ଦିନିଆ ଗଣେଶ ମହୋତ୍ସବ ଦେଖିବାକୁ ଆଖପାଖରୁ ବହୁ ଲୋକ ଧାଇଁ ଆସିଥାଆନ୍ତି। ଗଣେଶ ପୂଜାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ସ୍ଥାନୀୟ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି।