ବ୍ରାଜିଲ ବୋଟ ଟ୍ରାଜେଡି ଘଟଣାରେ ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ବ୍ରାଜିଲ : ବ୍ରାଜିଲ ବୋଟ ଟ୍ରାଜେଡି ଘଟଣାରେ ମୃତ୍ୟୁସଂଖ୍ୟା ୧୦ରେ ପହଞ୍ଚିଲା । ଗତକାଲି ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ନିଖୋଜ ୩ ଜଣଙ୍କ ମୃତ୍ୟୁ ହୋଇଛି । ଜଳପ୍ରପାତ ତଳେ ବୋଟିଂ ବେଳେ ଅଘଟଣ ଘଟିଥିଲା । ପାହାଡ଼ର ଏକ ଅଂଶ ଧସିବାରୁ ମୃତ୍ୟୁ ହୋଇଛି । ଦକ୍ଷିଣପୂର୍ବ ବ୍ରାଜିଲର କ୍ୟାପିଟିଏଲା ସ୍ଥିତ ହ୍ରଦରେ ଅଘଟଣ।
ବୋଟିଂ କରୁଥିବା ବେଳେ ପାହାଡ଼ ଧସିବାରୁ ୨ଟି ବୋଟ ସହ ମଜା ଉଠାଉଥିବା ପର୍ଯ୍ୟଟଙ୍କ ଉପରେ ପଥର ମାଡ଼ ହୋଇଥିଲା। ଏଥିରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ନିଖୋଜ ଅଛନ୍ତି। ପାହାଡ଼ ଧସିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପର୍ଯ୍ୟଟକ ମାନେ ପ୍ରାଣ ବିକଳରେ ଚିତ୍କାର କରୁଥିବା ଭିଡିଓରୁ ଦେଖାଯାଇଛି।
URGENTE
Rocha desaba sobre banhistas em #EscarpasdoLago (MG)
Confira: https://t.co/xPnulAgs0E #R7Minas pic.twitter.com/zZukQA1cww— Record TV Minas (@recordtvminas) January 8, 2022
video courtesy: Record TV Minas