ଦିଲ୍ଲୀ ପୋଲିସରେ କରୋନା ବିସ୍ଫୋରଣ, ଆଡିସନାଲ କମିଶନରଙ୍କ ସମେତ ୩୦୦ ପୋଲିସ କର୍ମଚାରୀ ପଜିଟିଭ ଚିହ୍ନଟ

ଦେଶରେ କରୋନା ଦିନକୁ ଦିନ ବଢୁଛି। ଦେଶର ବିଭିନ୍ନ ରାଜ୍ୟରୁ ହଜାର ହଜାର କରୋନା ପଜିଟିଭ କେସ୍ ଆସୁଥିବା ବେଳେ ରାଜଧାନୀ ଦିଲ୍ଲୀରେ ସ୍ଥିତି ସାଙ୍ଘାତିକ ରହିଛି। ଏବେ ଦିଲ୍ଲୀରେ ସଂଖ୍ୟାଧିକ ପୋଲିସ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ଏଏନଆଇ ମୁତାବକ, ଦିଲ୍ଲୀରେ ୩୦୦ରୁ ଅଧିକ ପୋଲିସ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ଏହା ପୂର୍ବରୁ ମୁମ୍ବାଇରେ ମଧ୍ୟ ଅନେକ ପୋଲିସ କର୍ମଚାରୀ କରୋନା ଭାଇରସ ସଂକ୍ରମିତ ହୋଇଥିବା ନଜର ଆସିଥିଲେ। ଦିଲ୍ଲୀ ପୋଲିସର ପିଆରଓ ଏବଂ ଆଡସିନାଲ କମିଶନର ମଧ୍ୟ ସାମିଲ ରହିଛନ୍ତି।
ରବିବାର ଦିଲ୍ଲୀରେ ୨୦ ହଜାରରୁ ଉର୍ଦ୍ଧ୍ୱ ମାମଲା ସାମ୍ନାକୁ ଆସିଛି। ରବିବାର ଦିନ ୨୨ ହଜାର ୭୫୧ ନୂଆ କେସ୍ ଦେଖିବାକୁ ମିଳିଛି। ୧୭ ଜଣଙ୍କର ମୃତ୍ୟୁ ଖବର ହୋଇଥିବା ମଧ୍ୟ ଜଣାପଡିଛି। ଚଳିତବର୍ଷର ଦେଖାଦେଇଥିବା ସବୁଠାରୁ ଅଧିକ ନୂଆ ମାମଲା। ଗତବର୍ଷ ମଇ ମାସରେ ଗୋଟେ ଦିନରେ ଏତେ ସଂଖ୍ୟକ ମାମଲା ଦେଖିବାକୁ ମିଳିଥିଲା।
Over 300 Delhi Police personnel, including the Public Relations Officer (PRO) & Additional Commissioner Chinmoy Biswal, test #COVID19 positive: Delhi Police pic.twitter.com/prWLsV7OyI
— ANI (@ANI) January 10, 2022
ଦିଲ୍ଲୀରେ କରୋନା ପ୍ରକୋପ ବଢୁଥିବାରୁ ଡିଡିଏମଏ ପକ୍ଷରୁ ଗୋଟେ ସମୀକ୍ଷା ବୈଠକ ଡକାଯାଇଛି। ଏହି ବୈଠକରେ ସଂକ୍ରମଣ ସ୍ଥିତି ଦେଖି ଲକଡାଉନ ଉପରେ ଚର୍ଚ୍ଚା ହୋଇପାରେ। କିନ୍ତୁ ଦିଲ୍ଲୀରେ ଲକ୍ଡାଉନ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ସୂଚନା ଦେଇଛନ୍ତି।