Below header

ଜାଣିଛନ୍ତି କି ଠକରା ବାଦ୍ୟ କଣ? ଯାହାକୁ ବଜାଇ ଏବେ ଚର୍ଚ୍ଚାରେ ଜଣେ ନବମ ଶ୍ରେଣୀ ଛାତ୍ର

ନୟାଗଡ(କେନ୍ଯୁଜ୍) : ବିଲୁପ୍ତ ପ୍ରାୟ ଠକରା ବାଦ୍ୟ । ଯେଉଁ ବାଦ୍ୟକୁ ବଜାଇ ଚର୍ଚ୍ଚାରେ ଜଣେ ନବମ ଶ୍ରେଣୀ ଛାତ୍ର । ପୁରାତନ ସ୍ବଦେଶୀ ଜ୍ଞାନ କୌଶଳରେ ର୍ନିମିତ ଠକରା ବାଦ୍ୟ ଏବେ ହଜିଯିବାକୁ ବସିଥିବ ବେଳେ, ଏଭଳି ଏକ କଳାକୁ ବଞ୍ଚାଇ ରଖିଛନ୍ତି ନୟାଗଡ ଜିଲ୍ଲା ଓଡଗାଁ ବ୍ଲକ ଗୋଡିପଲି ଗ୍ରାମରେ ସଂଗ୍ରାମ ସ୍ବାଇଁ।

ଧୀରେ ଧୀରେ ଆମ ସମାଜରୁ ଲୋକ ବାଦ୍ୟ , ଲୋକ କଳା ହଜିଯିବାକୁ ବସିଥିବାବେଳେ , ଠକରା ବାଦ୍ୟ ବଜେଇ ଏବେ ପ୍ରଶଂସା ସାଉଁଟୁଛନ୍ତି ସଂଗ୍ରାମ । ଓଡଗାଁ ବ୍ଲକ ହରିପୂର ପଞ୍ଚାୟତ ଗୋଡିପଲି ଗ୍ରାମର ଶିକ୍ଷକ ଗଦାଧର ସ୍ବାଇଁଙ୍କ ଏକମାତ୍ର ପୁଅ ହେଉଛନ୍ତି ସଂଗ୍ରାମ । ଗାଁ ସ୍କୁଲ ରେ ନବମ ଶ୍ରେଣୀ ରେ ପଢୁଛନ୍ତି । ଅଜ।ଙ୍କ ଠାରୁ ଠକରା ବାଦ୍ୟ ଶିଖିଥିଲେ । ଠକରା ବାଦ୍ୟ ମୁଖ୍ଯତ ଶିଶୁ କାଠରେ ତିଆରି ହୋଇଥାଏ । ଏହା ଠକ ଠକ ହୋଇ ବାଜୁଥିବାରୁ ଏହାର ନାମ ଠକରା ବାଦ୍ୟ ରଖାଯାଇଛି । ଦ।ଶକାଠି ପରି ଏହା ବାଜୁଥିଲେ ମଧ୍ୟ, ଏହାର ର୍ନିମାଣ ଶୈଳୀ ସମ୍ପୂର୍ଣ ଭିନ୍ନ । ଏକ ଷ୍ଟାଣ୍ଡରେ ଚାରିଖଣ୍ଡ କାଠି ଏବଂ ଘୁଙ୍ଗୁରକୁ ନେଇ ଏହାକୁ ର୍ନିମାଣ କରାଯାଇଥାଏ । ବିଶେଷକରି ଗାଁ ସଙ୍କିର୍ତନ , ନଦିଆ ବେଳେ ଏହାକୁ ବିଭିନ୍ନ ଗୀତରେ ବଜ। ଯାଇଥାଏ । ଏବେ ଆଉ ଏହି ପୁରାତନ ବାଦ୍ୟ ଯନ୍ତ୍ର ଦେଖିବାକୁ ମିଳୁ ନାହିଁ । ତେବେ ଏଭଳି ଏକ ଭିନ୍ନ ଧରଣ ବାଦ୍ଯର ପ୍ରଚାର ପ୍ରସାର ସହ ସୁରକ୍ଷାର ନିହାତୀ ଆବଶ୍ଯକ ରହିଛି।

child

ଅନ୍ଯପଟେ ସଂଗ୍ରାମ ଜଣେ ବହୁ ପ୍ରତିଭାର ଅଧିକାରୀ । ଠକରା ବାଦ୍ୟ ସହ ନିଜର ଓଠ , ଛ।ତିକୁ ସେ ବ୍ଯବହାର କରି ସୁନ୍ଦର ଶବ୍ଦ ସୃଷ୍ଟି କରିପାରୁଛନ୍ତି । ଯାହା ଦେଖିବାକୁ ଯେତିକି ସୁନ୍ଦର ଲାଗୁଛି, ଶୁଣିବାକୁ ଆହୁରି ଭଲ ମଧ୍ୟ ଲାଗୁଛି । ସଂଗ୍ରାମ ଠକରା ବାଦ୍ୟ ବଜେଇଲାବେଳେ, ତାଙ୍କ ସାନ ଭଉଣୀ ଗୀତ ବୋଏିଥାନ୍ତି । ସେ ମଧ୍ୟ ସୁନ୍ଦର ନୃତ୍ୟ କରୁଛନ୍ତି । ଅଜ।ଙ୍କ ଠାରୁ ଏହି ବାଦ୍ୟ ଶିଖିଥିବା ବେଳେ ତାଙ୍କୁ ପ୍ରଥମେ ଅଜା ଏହି ବାଦ୍ୟ ଟିକୁ ଦେଇଥିଲେ । ସଂଗ୍ରାମ ଙ୍କ ଅଜା ମଧ୍ୟ ସେତେବେଳେ ଓଡଗାଁ ରଘୁନାଥ ଙ୍କ ପାଖରେ ଏହି ଠକରା ବାଦ୍ୟ ବଜେଇ ବେସ ପ୍ରଶଂସା ପାଇଥିଲେ । ତେବେ ଏହି ପୁରାତନ ଲୋକ ବାଦ୍ୟ କୁ ବଜେଇ ରଖିବା ପାଇଁ ସଂଗ୍ରାମ ପରିବାରରୁ ପ୍ରେରଣା ପାଇଛନ୍ତି ।

aja

ସଂଗ୍ରାମଙ୍କ ଏହି ପ୍ରତିଭା ଆଜିର ଯୁବପିଢୀଙ୍କ ପାଇଁ ପ୍ରେରଣା । ତେବେ ସରକାରୀ ପ୍ରୋତ୍ସାହନ ମିଳିଲେ ଏହାର ବହୁଳ ପ୍ରଚାର ଓ ପ୍ରସାର ହୋଇ ପାରିବ ବୋଲି ସେ ଆଶା ରଖିଛନ୍ତି।

ନୟାଗଡରୁ ଉତ୍ପଳ କୁମାର ସାହୁ, କେନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.