Below header

୧୦ ବର୍ଷ ବୟସରେ ଯିଏ କରିଥିଲା ଦୁଷ୍କର୍ମ, ସେ ପୁଣି ବାହା ହୋଇ ଦେଲା ଛାଡ଼ପତ୍ର

ଉତ୍ତର ପ୍ରଦେଶରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ଯେଉଁ ବୟସରେ ବାଲି ମାଟିରେ ଖେଳିବା ବୟସ । ସେହି ବୟସରେ ମାତ୍ର ୧୦
ବର୍ଷର ଛୋଟ ଝିଅଟିକୁ ପ୍ରଥମେ ଦୁଷ୍କର୍ମ, ବିବାହ ଓ ପରେ ପ୍ରତାରଣା ପରି ଦୁଖଦ ଘଟଣା ମାନକୁ ସାମ୍ନା କରିବାକୁ ପଡିଛି । ଘଟଣାଟି ପ୍ରକୃତରେ ଘଟିଛି ଉତ୍ତରପ୍ରଦେଶର ମୁଝାଫାନଗରରେ । କିଛି ମାସ ତଳେ ୧୦ ବର୍ଷର କଅଁଳ ବୟସରେ ଛୋଟ ଝିଅ ଟିର ଯିଏ ଇଜ୍ଜତ ଲୁଟିଥିଲା ନ୍ୟାୟ ଦେବାକୁ ଯାଇ ତାହା ସହିତ ହିଁ ଝିଅ ଟିର ବିବାହ କରି ଦିଆଯାଇଥିଲା । କିନ୍ତୁ ମାତ୍ର ୬ ମାସ ପରେ ତିନି ଥର ତଲାକ ତଲାକ ତଲାକ କହି ଝିଅଟିକୁ ଛାଡପତ୍ର ଦେଇ ଦେଇଛି ତାର ସେହି ନିଷ୍ଠୁର ସ୍ୱାମୀ । କୌଣସି ସୂତ୍ରରୁ ଘଟଣାଟି ଚାଇଲ୍ଡ କେୟାର ହୋମ ନିକଟରେ ପହଁଚିଥିବା ବେଳେ ସେଣ୍ଟର ପକ୍ଷରୁ ମାମଲାଟିକୁ ପୋଲିସକୁ ହସ୍ତାନ୍ତର କରାଯାଇଛି ।

ଘଟଣାଟିର ବିସ୍ତୃତ କାହାଣୀ ସେବେ ସାମ୍ନାକୁ ଆସିଥିଲା ଯେବେ ଅଗଷ୍ଟ 6 ତାରିଖରେ ପିଲାଟିର କାଉନ୍ସେଲିଙ୍ଗ କରାଯାଇଥିଲା । ହେଲ୍ପ ଲାଇନ ଇନଚାର୍ଜରେ ଥିବା ପୁନମ ଶର୍ମା କହିଛନ୍ତିକି, ଛୋଟ ଝିଅ ଟିର ନିଜ ଭଉଣୀର ଦିଅର ହିଁ ତାହା ସହ ଦୁଷ୍କର୍ମ କରିଥିଲେ । ପରେ ପରିବାର ଲୋକ ତଥା ବନ୍ଧୁ ପରିଜଣଙ୍କ ସମ୍ମତିରେ ଝିଅର ବିବାହ ସେହି ଦୁଷ୍କର୍ମକାରି ଫେବୃଆରୀ ମାସରେ କରାଯାଇଥିଲା । କିନ୍ତୁ ଏହାର ଠିକ ୬ ମାସ ପରେ ଅଗଷ୍ଟ ୪ ତାରିଖରେ ଝିଅ ଟିର ସ୍ୱାମୀ ତାକୁ ଛାଡପତ୍ର ଦେଇଛି । ଘଟଣାଟି ପୋଲିସ ନିକଟରେ ପହଂଚିବା ପରେ ପୋଲିସ ଘଟଣାର ତନାଘନା କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଦେଇଛି । ଦୋଷୀ ବିରୋଧରେ ଠୋସ ପ୍ରମାଣ ମିଳିବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇ ଦଣ୍ଡ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆୟାଜିଛି ।

ମିଳିଥିବା ସୂଚନା ଅନୁଯାୟୀ, ଆରୋପି ଜଣଙ୍କ ମୁଜାଫାପୁରର ସମାଳିରେ ବାସ କରନ୍ତି । କହିରଖିବା ଉଚିତ ହେବକି, ଦେଶରୁ ତିନ ତଲାକ ବ୍ୟବସ୍ଥାକୁ କେବେଠୁ ବେଆଇନ ଘୋଷଣା କରାଯଇଛି । ଯଦି ଏହାକୁ କେହି ମାନନ୍ନ୍ତି ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏକ ନୂଆ ଆଇନ ବି ଗଠନ କରାଯାଇଛି । କହିରଖିବା ଉଚିତ ହେବଯେ, ଗତ ୨୦୧୫ ମସିହାରେ ଉତ୍ତର ପ୍ରଦେଶର ବୁଲନ୍ଦ ସହରରେ ଘଟିଥିବା ଏହିପରି ଏକ ସମାନ ଧରଣର ଘଟଣା ସାମ୍ନାକୁ ଆସିଥିଲା । ଯେଉଁଠି ୧୧ ବର୍ଷର ଜଣେ ଝିଅର ଇଜ୍ଜତ ଲୁଟାଇଥିବା ଅପରାଧୀ ସହ ହିଁ ତାର ବିବାହ କରି ଦିଆ ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.