ମୂଷା ଯୋଗୁ ଗଲା ୫ମ ଶ୍ରେଣୀ ଛାତ୍ରୀଙ୍କ ଜୀବନ, ପଥରରେ ଛେଚି ହତ୍ୟା କଲା ୧୧ ବର୍ଷର ନାବାଳକ, ଜାଣନ୍ତୁ ପୂରା ମାମଲା

ମଧ୍ୟପ୍ରଦେଶର ଇନ୍ଦୋରରେ ପୋଲିସ ଏକ ହତ୍ୟା ଘଟଣାରେ ୧୧ ବର୍ଷର ଜଣେ ସ୍କୁଲ ଛାତ୍ରଙ୍କୁ ଅଟକ ରଖିଛି। ପୋଲିସ ଡିଆଇଜି ହରିନାରାୟନାଚାରୀ ମିଶ୍ରା କହିଛନ୍ତି, ଲସୁଡ଼ିଆ ଅଞ୍ଚଳରେ ଜଣେ ୫ମ ଶ୍ରେଣୀ ଛାତ୍ରୀଙ୍କ ମୁଣ୍ଡକୁ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ହତ୍ୟା ଅଭିଯୋଗରେ ଉକ୍ତ ଛାତ୍ରଙ୍କୁ ଅଟକ ରଖାଯାଇଛି।

ତେବେ ଏହି ନାବାଳକ ଛାତ୍ରଙ୍କୁ ପୋଲିସର ପଚାରଉଚରା ବେଳେ ଜଣାପଡିଥିଲା କି, ତାଙ୍କ ପାଳିତ ମୂଷାକୁ ଛାତ୍ରୀ ଜଣକ ମାରିଦେଇଥିବା ନେଇ ସେ ସନ୍ଦେହ କରୁଥିଲେ। ଏହାକୁ ନେଇ ଦୁଇଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗିଯାଇ ନାବାଳକ ଜଣକ ଛାତ୍ରୀଙ୍କୁ ହତ୍ୟା କରିଛନ୍ତି। ପୋଲିସ କହିଛି ଯେ ମୁଣ୍ଡରେ ଗମ୍ଭୀର ଆଘାତ ଲାଗିବା କାରଣରୁ ପ୍ରବଳ ରକ୍ତସ୍ରାବ ହୋଇଛି। ଫଳରେ ଘଟଣାସ୍ଥଳରେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ତେବେ ଏଥିରେ ନାବାଳକ ଡରିଯାଇ ଫେରାର ହୋଇଯାଇଥିଲେ।

mmn

ଡିଆଇଜି ଆହୁରି କହିଥିଲେ କି, ନାବାଳକ ଜଣକ ପଚାରଉଚରା ବେଳେ ଏହା ମଧ୍ୟ କହିଥିଲେ, ମୋବାଇଲ ଫୋନରେ ଖେଳାଯାଉଥିବା ଏକ ଗେମରେ ଛାତ୍ରୀ ତାଙ୍କୁ ହରାଇ ଦେଉଥିଲେ। ଏହି କଥାକୁ ନେଇ ମଧ୍ୟ ସେ ତାଙ୍କ ଉପରେ ରାଗ ରଖିଥିଲେ। ତେବେ ସମସ୍ତ ଆଇନ ପ୍ରକ୍ରିୟା ପୂରା କରାଯିବା ପରେ ନାବାଳକଙ୍କୁ ବାଳ ସ୍ୱଧାର ଗୃହକୁ ପଠାଇ ଦିଆଯିବ।

ଅନ୍ୟ ଜଣେ ପୋଲିସ ଅଧିକାରୀ ଛାତ୍ରୀଙ୍କ ସହ ଦୁଷ୍କର୍ମ ଅଭିଯୋଗକୁ ନେଇ କହିଛନ୍ତି, ମୃତଦେହ ବ୍ୟବଚ୍ଛେଦ ପରେ ପ୍ରକୃତ କଥା ଜଣାପଡିବ। ସେପଟେ ମୃତ ଛାତ୍ରୀଙ୍କ ପରିବାର ଲୋକ କହିଛନ୍ତି, ତାଙ୍କ ଝିଅ ଫୁଲ ତୋଳିବାକୁ ବାହାରକୁ ଯାଇଥିବା ବେଳେ ହତ୍ୟାର ଶିକାର ହୋଇଛି। ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.