ପିପିଲିତେଇଶପୁର ବଜାରରେ ପରିବା ବ୍ୟବସାୟୀଙ୍କୁ ଖଣ୍ଡାରେ ଅତର୍କିତ ଆକ୍ରମଣ କରି ଲୁଟିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ପାଲଟିଛି ଲୁଟେରାଙ୍କ ଚରାଭୂଇଁ। ଗତକାଲି ରାଜପଥର ପିପିଲି ଥାନା ତେଇଶପୁର ବଜାର ନିକଟରେ ଜଣେ ପରିବା ବ୍ୟବସାୟୀଙ୍କୁ ଦୁର୍ବୃତ୍ତମାନେ ଖଣ୍ଡା ଦ୍ୱାରା ଅତର୍କିତ ଆକ୍ରମଣ କରି ଲୁଟ୍‌ କରିଛନ୍ତି।

ବ୍ୟବସାୟୀ ଜଣକ ହେଲେ ତେଇଶପୁର ପୋଡ଼ଙ୍ଗ ଗାଁର ନିରଞ୍ଜନ ନାୟକ। ଲେଟେରାଙ୍କ ଆକ୍ରମଣରେ ନିରଞ୍ଜନଙ୍କ ଡାହାଣ ହାତ, ଜଙ୍ଘ, ବାମ ହାତ ଶହ ଶରିରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଛି। ଅଥିସହ ତାଙ୍କ ଠାରୁ ୫୦ ହଜାର ଟଙ୍କା, ସୁନା ଚେନ୍‌, ରୁପା ବ୍ରେସଲେଟ ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.