ଅସହ୍ୟ ଖରା ତାତିକୁ ନେଇ ବ୍ୟତିବ୍ୟସ୍ତ ରାଜ୍ୟବାସୀ, ଗତ ୨୪ ଘଣ୍ଟାରେ ୧୦ଟି ସ୍ଥାନର ତାପମାତ୍ରା ୩୫ ଡିଗ୍ରୀ ଉପରେ

ଭୁବନେଶ୍ୱର: ଅସହ୍ୟ ଖରା ସାଙ୍ଗରୁ ତାତି। ଯାହାକୁ ନେଇ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ। ଗତ ୨୪ ଘଣ୍ଟାରେ ରାଜ୍ୟର ୧୦ଟି ସ୍ଥାନରେ ୩୫ ଡିଗ୍ରୀ ଉପରେ ରହିଛି ତାପମାତ୍ରା। ଗତକାଲି ଅନୁଗୁଳ ଉତପ୍ତ ସହର ରହିଥିବା ବେଳେ ଆଜି ଗଜପତି ଜିଲ୍ଲାରେ ତାପମାତ୍ରା ସବୁଠାରୁ ଅଧିକ ରହିଛି।

ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା ରହିଛି ୩୭ ଦଶମିକ ୫ ଡିଗ୍ରୀ ସେଲସିୟସ। ସେହିପରି ମାଲକାନଗିରିରେ ତାପମାତ୍ରା ରହିଛି ୩୬.୫, ଅନୁଗୁଳରେ ୩୬.୧, ଚାନ୍ଦବାଲି ୩୬.୧, କଟକ ଓ ବୌଦ୍ଧରେ ୩୬ ଡିଗ୍ରୀ ସେଲସିୟସ ରହିଛି ତାପମାତ୍ରା। ଭୁବନେଶ୍ୱରରେ ତାପମାତ୍ରା ୩୫.୭ ଡିଗ୍ରୀ ରହିଥିବା ବେଳେ ସମ୍ବଲପୁର ଓ ଟିଟିଲାଗଡ଼ରେ ୩୫.୨, ନୟାଗଡ଼ ଓ ରାୟଗଡ଼ାରେ ୩୫ ଡିଗ୍ରୀ ରହିଛି ତାପମାତ୍ରା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.